କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଦର୍ଶନ ଓ କାର୍ଯ୍ୟକ୍ରମ ସମୀକ୍ଷା

0 9

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ଅନିଲ କୁମାର ସାମଲ ଆଜି ଜିଲ୍ଲାପାଳ,ଖୋର୍ଦ୍ଧା ଙ୍କ କାର୍ଯ୍ୟାଳୟ ବାର୍ଷିକ ପରିଦର୍ଶନ ସହ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି।କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଜିଲ୍ଲାପାଳ,ଖୋର୍ଦ୍ଧା,ଅତିରିକ୍ତ ଜିଲ୍ଲାପାଳ ଖୋର୍ଦ୍ଧା,ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ,ଉପଜିଲ୍ଲାପାଳ ଖୋର୍ଦ୍ଧା,ଉପଜିଲ୍ଲାପାଳ,ଭୁବନେଶ୍ୱର ଏବଂ ବିଭିନ୍ନ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।ଜିଲ୍ଲାରେ ରାଜସ୍ୱ ଆଦାୟ ସନ୍ତୋଷଜନକ ଥିବା ଏବଂ ଏହା ଶତପ୍ରତିଶତ କରିବାକୁ ରାଜସ୍ୱ ଆୟୁକ୍ତ କହିଥିଲେ।ବିଭିନ୍ନ ବିଭାଗରେ ଥିବା ପେନସନ ସମ୍ବନ୍ଧୀୟ କେଶ୍,କୋର୍ଟ କେଶ୍,ଅନ୍ୟ ଅଭିଯୋଗ ଗୁଡ଼ିକ ଶୀଘ୍ର ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ କରିବାକୁ ସେ ପରାମର୍ଶ ଦେଇଥିଲେ।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଷ୍ଟାଫ୍ ପୋଜିସନ୍ ଓ ଖାଲି ଥିବା ପଦବୀ ସମ୍ପର୍କରେ ସମୀକ୍ଷା କରିଥିଲେ।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜରୁରୀକାଳୀନ ଉପବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ଯେଉଁ ହିତାଧିକାରୀ ମାନେ ଅନୁକମ୍ପାମୂଳକ ଆର୍ଥିକ ସହାୟତା ପାଇବାର ଅଛି ସେମାନଙ୍କର ପ୍ରାପ୍ୟ ଶୀଘ୍ର ପ୍ରଦାନ କରିବା ପାଇଁ କହିଥିଲେ।ଅବକାରୀ ବିଭାଗ,ମହିଳା ଓ ଶିଶୁ ବିକାଶ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ।ଜିଲ୍ଲାରେ ମିଶନ ଶକ୍ତି ଗୃହ ନିର୍ମାଣ,ଅଙ୍ଗନବାଡ଼ି ଗୃହ ନିର୍ମାଣ ଓ ମମତା ଯୋଜନା କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ।ସରକାରୀ ଜାଗା ଓ ଜମି ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଗୁରୁତ୍ବ ଦେଇଥିଲେ।ପ୍ରବଳ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ।ବର୍ତ୍ତମାନ ବର୍ଷା କମିଥିବାରୁ ଜିଲ୍ଲାରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି।ଲଗାଣ ବର୍ଷା ଯୋଗୁଁ ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳ ସୂଚନା ଦେଇଥିଲେ।କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ୫ ଟି ଓ ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।
କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କୁ ଜିଲ୍ଲାପାଳ,ଖୋର୍ଦ୍ଧା ଶ୍ରୀ ସନତ କୁମାର ମହାନ୍ତି ସ୍ବାଗତ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ,ଖୋର୍ଦ୍ଧା ଶ୍ରୀ ମନୋଜ କୁମାର ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ,ଉପଜିଲ୍ଲାପାଳ ଖୋର୍ଦ୍ଧା ଶ୍ରୀ ଆଇ. ଗୌରବ ଶିବାଜି ,ଉପଜିଲ୍ଲାପାଳ ,ଭୁବନେଶ୍ୱର ଶ୍ରୀ ଦେବବ୍ରତ ସାହୁ,ବିଭିନ୍ନ ବିଭାଗର ଅଧିକାରୀ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ,କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର୍ ,ସହକାରୀ ସେକ୍ସନ ଅଫିସର୍ ଓ ସହକାରୀ ନାଜିର୍ ପ୍ରମୁଖ ବାର୍ଷିକ ପରିଦର୍ଶନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଖୋର୍ଦ୍ଧା ଇପିଏ ରୁମନୋଜ କୁମାର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.