କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କ ଡ଼ାକରାରେ ସାରାଭାରତ ଶ୍ରମିକଙ୍କ ଧର୍ମଘଟ ଉପଲକ୍ଷେ AIUTUC ସହବନ୍ଧିତ

0 12

ଓଡିଶା ମିଳିତ ପାଚିକ ସହାୟିକା ସଂଘ ତରଫରୁ ଖଲ୍ଲିକୋଟ କଲେଜ ନିକଟରୁ ଏକ ଶୋଭାଯାତ୍ରା ଯାଇ ବ୍ରହ୍ମପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ବର୍ତ୍ତମାନ ସମଗ୍ର ଭାରତବର୍ଷର ତଥା ଆମ ରାଜ୍ୟର ମଧ୍ୟ ସ୍କିମ ଶ୍ରମିକ ମାନଙ୍କର ଅବସ୍ଥା ଅତ୍ୟନ୍ତ ଦୟନୀୟ ବିଶେଷ କରି ପାଚିକା ମାନଙ୍କର ଅବସ୍ଥା କରୋନା କାଳରେ ଆହୁରି ଦୁର୍ବିସହ ହୋଇପଡିଛି l ଏଣୁ ପାଚିକା ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଓ ସର୍ବନିମ୍ନ ମାସିକ ମଜୁରୀ ୨୧ ହଜାର ଟଙ୍କା ପ୍ରଦାନ କରିବା,୨୮ ମାସର ବର୍ଦ୍ଧିତ ବକେୟା ପାଇବାକୁ ଥିବା ପାଚିକା ମାନଙ୍କର ନାମ ର ତାଲିକା ଘୋଷଣା କରି ପାଚିକା ମାନଙ୍କୁ ଜଣାଇ ଦେବା,ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ୨୦୧୮ ଏପ୍ରିଲ ଠାରୁ ମାସିକ ₹୨୦୦୦/- ପ୍ରଦାନ କରିବା,ପ୍ରତି ମାସ ନିୟମିତ ଦରମା ପ୍ରଦାନ କରିବା,ମଧ୍ୟାହ୍ନ ଭୋଜନ କାମ ବ୍ୟତୀତ ପାଚିକା ମାନଙ୍କୁ ଅନ୍ୟାନ୍ୟ କାମରେ ନିୟୋଜିତ କରା ନକରିବା,ପାଚିକାମାନଙ୍କୁ ବର୍ଷକୁ ଦୁଇ ହଳ ଶାଢ଼ୀ ପ୍ରଦାନ କରିବା,ସ୍କୁଲ ବନ୍ଦ,ମିଶ୍ରଣ,୬୦ବର୍ଷ ଓ ପିଲା ସଂଖ୍ୟା କମ୍ ପାଇଁ ବାଦ୍ ପଡ଼ିଥିବା ପାଚିକାଙ୍କୁ ପୁନଃ ନିଯୁକ୍ତି ଦେବା,ସରକାରଙ୍କ ଘୋଷିତ ୧୪,୩୭୯ ସ୍କୁଲ ବନ୍ଦ ନିଷ୍ପତ୍ତି ଅବିଳମ୍ବେ ବାତିଲ କରିବା ,୬୦ ବର୍ଷ ପରେ ପେନସନ ଯୋଜନା ଲାଗୁ କରିବା,ବର୍ଷକୁ ୧୦ ମାସ ପରିବର୍ତ୍ତେ ୧୨ ମାସର ପାରିଶ୍ରମିକ ପ୍ରଦାନ କରିବା,ଦୁର୍ଘଟଣା ଜନିତ ଚିକିତ୍ସା ସହାୟତା, ବିମା, ଛୁଟି ନେବାର ବ୍ୟବସ୍ଥା କରିବା,ଶ୍ରମିକ ବିରୋଧୀ ଶ୍ରମିକ କୋଡ ବାତିଲ କରିବା ଆଦି ଦାବିରେ ଏକ ଦାବିପତ୍ର ଜିଲ୍ଳା ଶିକ୍ଷା ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏତସହିତ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର,ବ୍ରହ୍ମପୁରଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଏ ଆଇ ୟୁ ଟି ୟୁ ସି ତରଫରୁ ସୋମନାଥ ବେହେରା, ଓଡିଶା ମିଳିତ ପାଚିକ ସହାୟିକା ସଂଘ, ଗଞ୍ଜାମ ଜିଲ୍ଲା ଉପସଭାପତି ପପୁନ ସାହୁ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ I

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.