କେବେ ମିଲିବ ମୋ ଭତା ବିଡିଓ ସାର .. ?
“ଆଜ୍ଞା, ବିଡିଓ ସାର.. କେବେ ମୋ ଭଳି ଜଣେ ଦିବ୍ୟାଙ୍ଗ କୁ ମିଳିବ ଭତା..? ,ମୋ ଆବାସ ଏଥି ପାଇଁ ଆପଣ ଙ୍କ ଦପ୍ତର କୁ ବାରମ୍ବାର ଗୁହାରି ହୋଇ ଏଯାବତ ମିଳିଲା ନାହିଁ ,ଏହାର କାରଣ କଣ ହୋଇପାରେ ମହାଶୟ ଟିକେ ମୋ ଘରକୁ ଆସି ବୁଲି ଯାଆନ୍ତୁ ,ସେଠି ଥଣ୍ଡା ହାବା ଖାଇ ଖାଲି ଗାରେଇ ଗାରେଇ କଣ କରୁଛନ୍ତି ମୁ ଦେଖି ପାରୁଛି ହେଲା ଶୁଣି ପାରୁନି ,କହି ପାରୁନି,” ଏ ହେଉଛି ଜଣେ ଦିବ୍ୟଙ୍ଗର କୋହ ଭରା କାକୁତି ମିନତୀ , ସୂଚନା ଅନୁଯାଇ ବରୀ ବ୍ଲକ ଅନ୍ତର୍ଗତ ବାଇଁଶିରିଆ ପଞ୍ଚାୟତ ଇଚ୍ଛାପୁର ଗ୍ରାମର ମଙ୍ଗୁଳୀ ପରିଡା , ନା କଥା କହିପାରେ ନା ଶୁଣି ପାରେ , ସ୍ତ୍ରୀ ର ମଧ୍ୟ ସମ ଦଶା ଘରେ ଛୋଟ ପିଲା , ଚାଳ ଛପର ରେ ଚନ୍ଦ୍ର ସୂର୍ଯ୍ୟ ସର୍ବଦା ବିଦ୍ୟମାନ , ବିନା ଖର୍ଚ୍ଚ ରେ ଲାଇଟ ପାଏ ଓ ଥଣ୍ଡା ବି ପାଏ ଯାହା ବିଡିଓ ମହୋଦୟ ଆସିଲେ ଅନୁଧ୍ୟାନ କରିପାରିବେ ,ବାରମ୍ବାର ଆବେଦନ କରି ଏଯାବତ ନା ପାଇଛି ଭତା ନା ଗୋଟେ ଆବାସ , ଏଣୁ ବ୍ଲକ ପ୍ରଶାସନ କୁ ନିବେଦନ ଏପ୍ରତି ଦୃଷ୍ଟି ଦେବେ ଓ ଯଦି ଏ ବାବଦ କୁ କିଛି ହାତ ଖର୍ଚ୍ଚ ଲାଗେ କହିବେ..?
ଯାଜପୁର ଇପିଏ ରୁ ସୁରେଶ କର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )