କେରିଅର କାଉନସେଲିଂ କର୍ମଶାଳା

0 2

ସୁବର୍ଣ୍ଣପୁର : ଜିଲ୍ଲାପ୍ରଶାସନ ଓ ସମଗ୍ର ଶିକ୍ଷା ସୁବର୍ଣ୍ଣପୁର ର ମିଳିତ ଆୟୋଜନ ରେ ସ୍ଥାନୀୟ ଜିଲ୍ଳା ଗ୍ରନ୍ଥାଳୟ ଠାରେ ଜିଲ୍ଲା ଶିକ୍ଷା ସେତୁ ଅଧୀନରେ ଜିଲ୍ଲାର 5T ରୂପାନ୍ତରୀକରଣ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ କେରିଅର କାଉନସେଲିଂ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଳାଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ନୃତ୍ୟ କୁ ମଧ୍ୟ ଜୀବନ ଜୀବିକା ଭାବେ ଗ୍ରହଣ କରାଯାଇପାରେ ବୋଲି ଉଦବୋଧନ ଦେଇଥିଲେ l ମୁଖ୍ୟବକ୍ତା ଭାବେ ଅନ୍ତର୍ଜାତିକ ଖ୍ୟlତୀ ସମ୍ପନ୍ନ ନୃତ୍ୟଶିଳ୍ପୀ ଶ୍ରୀଯୁକ୍ତ ଶାଶ୍ୱତ ଯୋଶୀ ଯୋଗଦାନ କରି କଠିନ ପରିଶ୍ରମ ଓ ଅଧ୍ୟବସାୟ ଦ୍ୱାରା ଛାତ୍ର ଛାତ୍ରୀ ନିଜର ଲକ୍ଷ୍ୟ କୁ ସହଜରେ ହାସଲ କରିପାରିବେ ବୋଲି କହିବା ସହ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କ ମନ ରେ ଥିବା ପ୍ରଶ୍ନ ର ଉତ୍ତର କୁ ସହଜ ଓ ସରଳ ଭାବେ ଅଭିବ୍ୟକ୍ତ କରିଥିଲେ l ଏହି ଅବସରରେ ଅନ୍ୟତମ ଅତିଥିଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ସହକାରୀ ଜିଲ୍ଲାପାଳ ଅଭିଲାଶ ପୁରୋହିତ, ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ଡ଼ଃ ରାଧାକାନ୍ତ ଗଡ଼ତିଆ, ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ୟେଶ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଶିକ୍ଷକ ହିମାଂଶୁ ଭୂଷଣ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଉଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ସର୍ବଶିକ୍ଷା କାର୍ଯ୍ୟାଳୟ ର କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଏହି ଅବସରରେ ଶିବୁତୁଳା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ମୋ ସ୍କୁଲ ଅଭିଯାନ ପାଇଁ ଏକ ଲକ୍ଷ ଟଙ୍କା ର ଚେକ ପ୍ରଦାନ କରିଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.