କେଶରୀୟା ହିନ୍ଦୁବାହିନୀ ର ଜିଲ୍ଲା ସଂସ୍ଥାପକ କାର୍ଯ୍ୟାଳୟ ଉଦ୍ଘାଟନ

0 5

କେଶରୀୟା ହିନ୍ଦୁ ବାହିନୀ ର ଜିଲ୍ଲା ସଂସ୍ଥାପକ କାର୍ଯ୍ୟାଳୟ ର ଉଦ୍ଘାଟନ ଉତ୍ସବ କେସରିୟା ହିନ୍ଦୁ ବାହିନୀର ସଂସ୍ଥାପକ ଦିଲ୍ଲୀପ ଦାସ ଙ୍କ ନେତୃତ୍ୱରେ ବାରିପଦା ସହର ସ୍ଥିତ ବାଲେଶ୍ୱର ଗୋଲେଇ ସରାଳି ନଦୀ ବିରିୟାନି ପ୍ଲେସ ଗଳି ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଉଦ୍ଘାଟନୀ ଉତ୍ସବରେ ପ୍ରଥମେ ବଡବଜାର ଠାରେ ଥିବା ରାମମନ୍ଦିର ରେ ପ୍ରଭୁ ଶ୍ରୀରାମ,ମାତା ସୀତା, ପ୍ରଭୁ ଲକ୍ଷଣ ଏବଂ ହନୁମାନ ଙ୍କ ପ୍ରତିମୂର୍ତ୍ତିକୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଖୋଳ କିର୍ତ୍ତନ କରି ଏକ ରେଲି ମାଧ୍ୟମରେ ନୂତନ କାର୍ଯ୍ୟାଳୟ ପାଖରେ ପହଞ୍ଚି ନୂତନ କାର୍ଯ୍ୟାଳୟ ଠାରେ ପୂଜାର୍ଚ୍ଚନା ହୋଇଥିବା ପ୍ରତିମୂର୍ତ୍ତି କୁ ସ୍ଥାପନ କରାଯାଇଥିଲା।ତେବେ କେସରିୟା ହିନ୍ଦୁ ବାହିନୀ ର ଏହି ଜିଲ୍ଳା କାର୍ଯ୍ୟାଳୟ ଉଦ୍ଘାଟନ ର ମୁଖ୍ୟ ଉଦେଶ୍ୟ ସନାତନ ଧର୍ମ କୁ ସୁଦୃଢ଼ କରିବା ସହିତ ସଂଗଠନ କୁ ମଜବୁତ କରିବା ତଥା ହିନ୍ଦୁ ଧର୍ମରେ ମା କହୁଥିବା ଗୋ ମାତା ପ୍ରତି ଦିନକୁ ଦିନ ହେଉଥିବା ଅତ୍ୟାଚାର,ହତ୍ୟା,ବିରୋଧରେ ଛିଡା ହେବା। ଏବଂ ଆଗମୀ ଦିନରେ ଗୋ ହତ୍ୟା,ଗୋ ଚାଲାଣ, ଗୋ ଅତ୍ୟାଚାର କୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବ କେସରିୟା ହିନ୍ଦୁ ବାହିନୀ ବୋଲି କହିଛନ୍ତି ସଂସ୍ଥାପକ ଦିଲୀପ ଦାସ।ଏହି ଜିଲ୍ଲା ସଂସ୍ଥାପକ ଉଦ୍ଘାଟନୀ ଉତ୍ସବରେ ହିନ୍ଦୁ ବୋର୍ଡ ରାଷ୍ଟ୍ରୀୟ ପ୍ରଭାରୀ ସଂଜୀବ ମିଶ୍ରା, ରାଷ୍ଟ୍ରୀୟ ସଙ୍ଘଟନ ମନ୍ତ୍ରୀ ବ୍ରହ୍ମ ପ୍ରସାଦ ମହାପାତ୍ର, ମହିଳା ସଙ୍ଘଠନ ମନ୍ତ୍ରୀ ଲିନୁ ମିଶ୍ରା, ହିନ୍ଦୁ ବୋର୍ଡ ରାଜ୍ୟ ଉପସଭାପତି କୃତିବାସ ରଥ,ସଂସ୍ଥାପକ ଦିଲ୍ଲୀପ ଦାସ,ରାଜ୍ୟ ଉପସଭାପତି ଅବନୀ ପତି ଓ ଚୂନମୁଁନ ଗୋସ୍ୱାମୀ, ଯୁବ ସଭାପତି ଲୋହିତ ଦାସ, ଛାତ୍ର ସଭାପତି ଅନୁପ ରଞ୍ଜନ ବେହେରା,ଜିଲ୍ଲା ମହିଳା ଉପ ସଭାପତି ଇନ୍ଦୁମତୀ ମହାନ୍ତି ଓ ନଗର ସଭାପତି ରଶ୍ମିତା ନାୟକ ଉପସ୍ଥିତ ଥିଲାବେଳେ କାର୍ଯ୍ୟକ୍ରମ ଟି କୁ ସୁବ୍ରତ ମୁଖୀ ଅଧ୍ୟକ୍ଷତା କରିଥିଲେ ।

ମୟୁରଭଂଜ ଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.