କୋଣାର୍କ ଉତ୍ସବ ଓ ଇକୋ ରିଟ୍ରିଟ ଆରମ୍ଭ ହେବାକୁ ଯାଉଛି

0 2

ପୂର୍ଵ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍ ଗାଇଡ୍‌ଲାଇନ ଅନୁଯାୟୀ କୋଣାର୍କ ଉତ୍ସବ ଓ ଇକୋ ରିଟ୍ରିଟ ଆରମ୍ଭ ହେବାକୁ ଯାଉଛି। ପର୍ଯ୍ୟଟକଙ୍କୁ ପୁଣି ଥରେ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି । କୋଣାର୍କ-ପୁରୀ ବେଳାମାର୍ଗ ରାମଚଣ୍ଡୀ ମୁହାଣରେ ଇକୋ ରିଟ୍ରିଟ୍, କୋଣାର୍କରେ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗା ବେଳାଭୁମିରେ ଅନ୍ତର୍ଜାତୀୟ ବାଳୁକା କଳା ଉତ୍ସବ ଆୟୋଜିତ ହେଉଛି। କୋଣାର୍କ ଉତ୍ସବ ସରିଲେ ଦ୍ବିତୀୟ ସପ୍ତାହରେ ଇକୋ ରିଟ୍ରିଟ୍ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ଏଥ୍ ନିମନ୍ତେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ରାମଚଣ୍ଡୀ ମୁହାଣ, ଚନ୍ଦ୍ରଭାଗା ବେଳାଭୂମି, ମୁକ୍ତାକାଶ ରଙ୍ଗମଞ୍ଚଳରେ ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି।

କୋଣାର୍କ ର ରାମଚଣ୍ଡୀ ମୁହାଣ ନିକଟ ବେଳାଭୂମିରେ ରାସ୍ତା ମରାମତି ସଫେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଖୁବଶୀଘ୍ର ପାନୀୟ ଜଳବ୍ୟବସ୍ଥା, ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ହେବ। ସ୍ୱତନ୍ତ୍ର ନିର୍ମିତ ଟେଣ୍ଟରେ ସମସ୍ତ ସୁବିଧା ସହିତ ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି ଦିଆଯିବ। ପର୍ଯ୍ୟଟକମାନେ ବେଳାଭୂମିରେ ରହି ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବେ । ଏହା ବ୍ୟତୀତ ପାରାସେଲିଂ ଓ ଯୋଗ ଆଦି କାର୍ଯ୍ୟକ୍ରମ ଆୟୋଜିତ ହେବ । କରୋନା କଟକଣା ଯୋଗୁ ଏଥର ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ତହସିଲଦାର ଏସ୍କେ ସାଗିର, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। କୋଭିଡ୍ ଗାଇଡଲାଇନରେ ଇକୋ ରିଟ୍ରିଟ୍ ସହିତ ଜଡ଼ିତ ସମସ୍ତ ବିଭାଗକୁ କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି।

ପୁରୀ ଜିଲ୍ଲା ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.