କୋଣାର୍କ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରାଵାସରୁ ୯ ଜଣ ଛାତ୍ର କୋଭିଡ୍ ପଜେଟିଭ୍ ଚିହ୍ନଟ
ବିଶ୍ୱ ପ୍ରସିଦ୍ଧ କୋଣାର୍କ ରେ କୋଭିଡ୍ ର ଭୟ। ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରାଵାସରୁ ୯ ଜଣ ଛାତ୍ର କୋଭିଡ୍ ପଜେଟିଭ୍ ଚିହ୍ନଟ । ସୂଚନା ମୁତାବକ ବିଦ୍ୟାଳୟରେ କୋରନା ଟେଷ୍ଟ୍ ଚାଲିଥିବା ବେଳେ ବିଦ୍ୟାଳୟ ଛାତ୍ରାବାସରେ ରହୁଥିବା,ନବମ, ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛତ୍ରୀଙ୍କ ଉଭୟ ଆଣ୍ଟିଜେନ୍ ଓ ଆର୍ଟିପିସିଆର ଟେଷ୍ଟ ଆରମ୍ଭ ହୋଇଛି ।ଗତକାଲି ୯ମ ରୁ ଦ୍ବାଦଶ ପର୍ଯ୍ୟନ୍ତ ୧୦୭ ଜଣ ଛାତ୍ରୀଙ୍କ ଆଣ୍ଟିଜେନ୍ ଟେଷ୍ଟ୍ ହୋଇଛି ।ସେଥିମଧ୍ୟରୁ ୨ ଟି ହଷ୍ଟେଲର ୯ଜଣ ଛାତ୍ରଙ୍କ ପଜେଟିଭ୍ ଚିହ୍ନଟ ହୋଇଛି । ସେହିପରି ଷ୍ଟାଫ ଛାତ୍ରୀଙ୍କୁ ମିଶାଇ ୧୦୩ ଜଣକ ଆର୍ଟିପିସିଆର ଟେଷ୍ଟ୍ ହୋଇଛି ,ରିପୋର୍ଟ ହସ୍ତଗତ ହୋଇନାହିଁ ।ଆଜି ଆଉ ୬୬ ଜଣ ଛାତ୍ରଙ୍କ ଆଣ୍ଟିଜେନ୍ ଟେଷ୍ଟ ହେବ । ବିଦ୍ୟାଳୟର ପକ୍ଷରୁ ଛାତ୍ର ଛାତ୍ରୀଙ୍କ ମାନଙ୍କ ପାଇଁ ୨୪ ଟି ଆଇସଲୋଲେସନ ଗୃହ ପ୍ରସ୍ତୁତ ରହିଥିବା ଵିଦ୍ୟାଳୟ ପ୍ରଧାନଶିକ୍ଷକ ସୂଚନା ଦେଇଛନ୍ତି ।ସେପଟେ ପଜେଟିଭ୍ ଚିହ୍ନଟ ୯ଜଣ ଛାତ୍ର ଏବେ ହୋମ କ୍ବାରେଣ୍ଟାଇନ୍ ରେ ଅଛନ୍ତି ।ପୁରୀ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଛାତ୍ରଙ୍କ କଣ୍ଟାଣ୍ଟ୍ ଟ୍ରେସିଂ,ସହ ବିଦ୍ୟାଳୟ ପରିସର ସାନିଟାଇଜେନ,ମାକ୍ସ ପରିଧାନ ,ସାମାଜିକ ଦୂରତା ବଜାଇରଖିବା ସହ ଛାତ୍ର ଛାତ୍ରୀଙ୍କ ସାଧାରଣ କ୍ଲାସ ବନ୍ଦ ରହିବା ସହ ଖେଳ କୁଦ ,ସାଙ୍ଗ ସାଥୀ ମିଳାମିଶା କୁ ବାରଣ କରାଯାଇଛି ।ବିଦ୍ୟାଳୟ ପରିସରକୁ ପ୍ରବେଶ ଉପରେ ରୋକ ଲାଗିଛି ।ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତା କରାଯାଇଛି । ସଂଙ୍ଗରୋଧରେ ଥିବା ଛାତ୍ରମାନଙ୍କୁ ମାକ୍ସ ,ସାନିଟାଇଜାର,ହ୍ବାଣ୍ତ ଓ୍ବାସ,ଆବଶ୍ୟକୀୟ ଔଷଧ ଯୋଗାଇ ଦିଆଯାଇଥିବା ସୂଚନା ରହିଛି l
ପୁରୀ ଜିଲ୍ଲା ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )