କୋଭାକ୍ସିନ,ଛୋଟ ପିଲା ମାନଙ୍କୁ ଦିଆଯିବାକୁ ମିଳିଲା ଅନୁମତି

0 17

ଜାୟଡସ କାଡିଲା ପରେ ଛୋଟ ପିଲାଙ୍କୁ କରୋନା ବିରୋଧରେ ଟିକାକରଣ ପାଇଁ କୋଭାକ୍ସିନକୁ ଅନୁମତି ମିଳିଛି। ଆଜି ୨ରୁ ୧୮ ବର୍ଷ ବୟସ ବର୍ଗରେ ଥିବା ପିଲାମାନଙ୍କୁ କୋଭାକ୍ସିନ ଟିକାର ଡୋଜ୍‌ ଦେବାକୁ ସବଜେଟ ଏକ୍ସପର୍ଟ ପ୍ୟାନେଲ ଗ୍ରୀନ ସିଗ୍ନାଲ ଦେଇଛନ୍ତି।

ପୂର୍ବରୁ ଜାୟଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଟିକାକୁ କେବଳ ୧୨ କିମ୍ବା ତା’ଠାରୁ ଅଧିକ ବୟସ୍କଙ୍କୁ ପ୍ରଦାନ କରିବାକୁ ଅନୁମତି ମିଳିଥିଲା। ହେଲେ କୋଭାକ୍ସିନ ଦେଶର ପ୍ରଥମ ଟିକା ଭାବେ ୨ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କୁ ଦିଆଯିବ।

ହାଇଦ୍ରାବାଦ ସ୍ଥିତି ଭାରତ ବାୟୋଟେକ ଏହି କୋଭାକ୍ସିନ ଟିକା ପ୍ରସ୍ତୁତ କରିଛି। ପୂର୍ବରୁ ଏହା ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଉଥିଲା। ଏଥିସହ ଛୋଟ ପିଲାମାନଙ୍କ ଉପରେ ଏହାର ପରୀକ୍ଷଣ ଆରମ୍ଭ ହୋଇଥିଲା।

ସେପ୍ଟେମ୍ବର ମାସରେ ଭାରତ ବାୟୋଟେକ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଶେଷ କରି ଚଳିତ ମାସରୁ ଏହାର ରିପୋର୍ଟ ଡିସିଜିଆକୁ ଦେବା ଆରମ୍ଭ କରିଥିଲା। ଟ୍ରାଏଲରୁ ଭଲ ଖବର ମିଳଥିବାରୁ ସବଜେକ୍ଟ ଏକ୍ସପର୍ଟ କମିଟି ଛୋଟ ପିଲାମାନଙ୍କୁ ଏହାର ଡୋଜ୍‌ ଦେବାକୁ ଅନୁମତି ଦେଇଛି। ଏବେ ଡିସିଜିଆଇର ଅନୁମତି ମିଳିବା ପରେ ଟିକାର ବ୍ୟବହାର ଦେଶରେ ଆରମ୍ଭ ହେବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ମେଡ ଇନ୍‌ କରୋନା ଟିକାର ଦୁଇଟି ଯାକ ଡୋଜ୍‌ ଛୋଟ ପିଲାମାନଙ୍କୁ ୨୦ ଦିନର ବ୍ୟବଧାନ ମଧ୍ୟରେ ଦିଆଯିବ। ପୂର୍ବରୁ ପ୍ରାପ୍ତ ବୟସ୍କଙ୍କୁ ଟିକାର ଦୁଇଟି ଯାକ ଡୋଜ୍‌ ୨୮ ଦିନ ବ୍ୟବଧାନରେ ଦିଆଯାଉଥିଲା।

ଇପିଏରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.