କୋଭିଡ କଟକଣା ରେ ମା କୁ ମେଲାଣି ସହିତ ଶେଷ ହୋଇଛି ଦଶହେରା

0 41

ସାରା ଓଡିଶା ରେ ଦଶେରା କହିଲେ କଟକ କୁ ବୁଝା ଯାଇଥାଏ l ଏଠାରେ ଛନ୍ଦି ମେଢ଼ ରୁ ନେଇ ସୁନା ମୁକୁତା ଦେଖିବାକୁ ମିଳିଥାଏ l ୫୨ ବଜ଼ାର ୫୩ ଗଲି ସବୁ ଆଡେ ଉତ୍ସବ ମୁଖର ହୋଇଥାଏ l ଏଠାରେ ସାହି ସାହି ବୁଲି ମେଢ଼ ଦେଖିବା ସହିତ ଭସାଣି ଆହୁରି ଚିତ୍ତାକର୍ଷଣ ହୋଇଥାଏ l ଦଶହେରା ପରଦିନ ଭୋରୁ ଭସାଣି ଆରମ୍ଭ ହୋଇ ପାଖ ପାଖି ଦୁଇ ରୁ ତିନି ଦିନ ଲାଗିଥାଏ l ଏବଂ ନାଚ ଗୀତ ରେ ପୁରା କଟକ ସହର ପ୍ରକମ୍ପିତ ହୋଇ ଉଠେ l କିନ୍ତୁ ଦୁଇ ବର୍ଷ ହେଲାଣି କୋଭିଡ ଯୋଗୁ ସବୁ କିଛି ଫିକା ପଡି ଯାଇଛି l ପ୍ରଶାସନ ର କଡା ନିର୍ଦେଶ ଓ କଟକ ମୁନିସିପାଲିଟି ଦ୍ୱାରା ନିର୍ମିତ କୁତ୍ରିମ ପୋଖରୀ ରେ ବିନା ବାଜା ରୋଷଣୀ ରେ ଭସାଣ କାର୍ଯ୍ୟ ଶେଷ ହୋଇଛି l

ଇପିଏ ରୁ ବିରୁ ସାହୂଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.