କୋଭିଡ ମହାମାରୀ ବିଗାଡି ଦେଇଚି ଅନେକ ଲୋକ ଙ୍କ ଆର୍ଥିକ ସ୍ଥିତି

0 3

କୋଭିଡ ମହାମାରୀ ଅନେକ ଲୋକ ଙ୍କ ଆର୍ଥିକ ସ୍ଥିତି କୁ ବିଗାଡି ଦେଇଚି। ରୋଜଗାର ହରାଇ କୋଟି କୋଟି ଲୋକ ଦୁଶ୍ଚିନ୍ତା ରେ ଦିନ କାଟୁଛନ୍ତି। ଏହି ଅସମୟ ସ୍ଥିତିରେ ପ୍ରତେକ ସଂଗଠନ ଓ ବ୍ୟକ୍ତି ମାନବିକତା ଦ୍ରୁଷ୍ଟି କୋଣ ରୁ ଆର୍ଥିକ ଦୁଃସ୍ଥିତି ଥିବା ଲୋକ ଙ୍କୁ ସାହାଯ୍ୟ ହାତ ବଢାଇବା ଉଚିତ । ଏହି ବାର୍ତା ସମାଜ କୁ ଦେବା ପାଇଁ ପୁରୀ ମଙ୍ଗଳା ଘାଟ ର ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶ୍ବସ୍ଥି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏକ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପୁରୀ ଛଇତନା ର ଗଡ଼ଭିଙ୍ଗୁରା , ଥରୋବ, ନାଲିହଣା ଗ୍ରାମ ରେ ଏହି ବସ୍ତ୍ର ବଂଟନ କାର୍ଯ୍ୟକ୍ରମ କରାଯାଇଛି।

ସେହିପରି ବିଶ୍ୱ ଶିଶୁ ଦିବସ ଅବସରରେ କୁନି କୁନି ପିଲା ଙ୍କୁ ମିଷ୍ଠାନ ବଣ୍ଟନ କରାଯାଇ ଥିଲା। ଆଗାମୀ ଦୀନ ରେ ଅନୁଷ୍ଠାନ ପକ୍ଷରୁ ରକ୍ତ ଦାନ ଶିବିର , ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରହିଛି। ଆଶ୍ବସ୍ଥି ଫାଉଣ୍ଡେସନ ଟ୍ରଷ୍ଟ ର ସଭାପତି ଦୀପକ ପଣ୍ଡା , ପୁରୀ ଟ୍ରଫିକ ଥାନା ଅଧିକାରୀ ଦିଲୀପ କୁମାର ଧଳ ଙ୍କ ସମେତ ଟ୍ରଷ୍ଟ ସମସ୍ତ କର୍ମକର୍ତା ଏହି ବସ୍ତ୍ର ବଂଟନ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଥିଲେ।

ପୁରୀ ଜିଲ୍ଲା ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.