କୋରାଇ ଅଞ୍ଚଳ ହିନ୍ଦୁ ଓ ମୁସଲମାନ ମାନଙ୍କ ଭାଇଚାରା ର ଅଞ୍ଚଳ

0 9

କୋରାଇ କଂଗ୍ରେସ ର ସଭାନେତ୍ରୀ ତଥା ରାଜ୍ୟ ମହିଳା କଂଗ୍ରେସ ର ସଭାପତି ବନ୍ଦିତା ପରିଡ଼ା ଙ୍କ ନେତୃତ୍ୟରେ କୋରାଇ କଂଗ୍ରେସ ର ସଭାପତି ଅକ୍ଷୟ କୁମାର ଜେନା ଙ୍କ ସଭାପତିତ୍ୟରେ ଅନୁଷ୍ଠିତ ଏହି ସଭାରେ ମୂଖ୍ୟ ଅତିଥି ଭାବେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଉପସ୍ଥିତ ରହି କୋରାଇ ଅଞ୍ଚଳ ହିନ୍ଦୁ ଓ ମୁସଲମାନ ମାନଙ୍କ ଭାଇଚାରା ର ଅଞ୍ଚଳ ଏବଂ ଏଠାରେ କଂଗ୍ରେସ୍ ପାଇଁବହୁ ସମର୍ଥନ ରହିଛି ବୋଲି ନିଜ ଅଭିଭାଷଣ ରେ କହିଥିଲେ। କୋରେଇ ର ଉଭୟ ଦିଗରେ ବୈତରଣୀ ଏବଂ ଖୋରୋସ୍ରୋତ ନଦୀ ପ୍ରବାହିତ ହୋଇଥିବାରୁ ଏଠାକାର ବାସିନ୍ଦା ମାନଙ୍କର କୌଣସି ଦୁଃଖ ରହିବା ନାହିଁ।କାରଣ ଏହା ହେଉଛି ଚିର ସବୁଜ ସୁନ୍ଦର ଓ ଶସ୍ୟ ଶ୍ୟାମଳ ଅଞ୍ଚଳ।ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ପରାମର୍ଶ କ୍ରମେ ଉଭୟ କେନ୍ଦ୍ର ଏବଂ ରାଜ୍ୟସରକାରଙ୍କୁ ଅପାରଗତା,ଚାଷୀ ଜନମରଣ ନୀତି , ତୈଳ ଦର ବୃଦ୍ଧି,ଏବଂ ନାରୀ ନିର୍ଯାତନା ବିରୁଦ୍ଧରେ ସୂର ଉତଳନ କରିବା ଏବଂ ଆଗାମୀ ନିର୍ବାଚନରେ ଏହାର ଉଚିତ ଜବାବ ଦେବାପାଇଁ ସଭାର ଉଦ୍ଘଟକ ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ତାଙ୍କ ଅଭିଭାଷଣ ରେ କହିଥିଲେ।ମୁଖ୍ୟ ବକ୍ତା ଭାବେ ପୁର୍ବତନ ମନ୍ତ୍ରୀ ଗଣେଶ୍ଵର ବେହେରା ,ସମ୍ମାନିତ ଅତିଥି ଭାବେ ରାଜ୍ୟ କଂଗ୍ରେସ ର ସାଧାରଣ ସମ୍ପାଦକ ସତ୍ୟ ପ୍ରକାଶ ନାୟକ ,ଯୋଗ ଦେଇ ଦୀର୍ଘ 21 ବର୍ଷ ଶାସନ କାଳ ମଧ୍ୟରେ ରାଜ୍ୟ ନାରୀ ବଳାତ୍କାର କ୍ଷେତ୍ରରେ ଏକ ନମ୍ୱର ଏବଂ ନାରୀ ଅସୁରକ୍ଷିତ କ୍ଷେତ୍ରରେ ତିନି ନମ୍ୱର ସ୍ଥାନରେ ରହିଛି ବୋଲି ମତ ରଖିଥିଲେ।ଏବଂ ଏହାର ଉଚିତ ଜବାବ କୋରାଇ ବାସି ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଉଚିତ୍ ଜବାବ ଦେବେ ବୋଲି ପରାମର୍ଶ ଦେଇ ଥିଲେ।ଏହି ସଭାରେ ସମସ୍ତ ଯାଜପୁର ଜିଲ୍ଲା କଂଗ୍ରେସ ର ମୁଖ୍ୟ ଏବଂ ବ୍ଲକ ସଭାପତି ମାନେ ଉପସ୍ଥିତ ରହିବା ସଙ୍ଗେ ସଙ୍ଗେ ହଜାର ହଜାର କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ।

ଯାଜପୁର ଇପିଏ ରୁ ନିହାର ରଞ୍ଜନ ରାଉତଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.