
ଯାଜପୁର ଜିଲ୍ଲା କୋରେଇ ବ୍ଳକସ୍ଥିତ ବଟିରା ଖେଳ ପଡ଼ିଆରେ କଂଗ୍ରେସର ଜନଜାଗରଣ ଅଭିଯାନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ପଞ୍ଚାୟତ ଓ ପୋୖର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ଜନଜାଗରଣ ଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହେଇଛି ।
ଏହି ପରିପ୍ରେକ୍ଷୀରେ ଆଜି କୋରେଇ ବ୍ଳକର କଂଗ୍ରେସ ନେତ୍ରୀ ଯଥା ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ସଭାପତିତ୍ୱରେ ବଟିରା ଖେଳ ପଡ଼ିଆରେ ଜନଜାଗରଣ ଅଭିଯାନ ସମାବେଶ ଆୟୋଜିତ ହୋଇଥିଲା। ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଜଟଣୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ, ପୂର୍ବତନ ମନ୍ତ୍ରୀ ଶରତ ରାଉତ, ଗଣେସ୍ୱର ବେହେରା ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ସତ୍ୟପ୍ରକାଶ ନାୟକ, ଜିଲ୍ଲା ପ୍ରଭାରୀ ରଜତ ଚୌଧୁରୀ, ଓଡିଶା ପ୍ରଦେଶ ଛାତ୍ର ସଭାପତି ୟାସିର ନୱାଜ ଏବଂ ଜିଲ୍ଲା ସଭାପତି ମନୋଜ ରାଉତ ସମେତ ଅନେକ ବରିଷ୍ଠ ନେତା ଏକ ବିଶାଳ ଶୋଭାଯାତ୍ରାରେ ବରୁଣ୍ଡେଇ ବଜାରରୁ ବାହାରି ବଟିରା ଖେଳ ପଡ଼ିଆରେ ପହଞ୍ଚିଥିଲେ ।

କେନ୍ଦ୍ର ବିଜେପି ଓ ରାଜ୍ୟରେ ବିଜେଡି ସରକାର ସମୟରେ ଯେଭଳି ଭଷ୍ଟାଚାର, ଦୁର୍ନୀତି,ନାରୀ ନିର୍ଯ୍ୟାତନା ଓ ଦରଦାମ ବୃଦ୍ଧି ପାଇଛି ତାହା ଏହି ସରକାର ବିଫଳତା ବୋଲି ରାଜ୍ୟ ନେତାମାନେ ନିଜର ବକ୍ତବ୍ୟରେ କହିଥିଲେ । ଆଗାମୀ ପଞ୍ଚାୟତ ଓ ପୋୖର ନିର୍ବାଚନରେ ଲୋକମାନେ କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସରକାର ବିରୋଧରେ ଭୋଟ ମାଧ୍ୟମରେ ଉଚିତ ଜବାବ ଦେବେ ବୋଲି କଂଗ୍ରେସର ବରିଷ୍ଠ ନେତାମାନେ ମତ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କୋରେଇ ବ୍ଲକର ବିଭିନ୍ନ ପଞ୍ଚାୟତ ଓ ବ୍ୟାସନଗର ପୌର ପରିଷଦର ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ବ କଂଗ୍ରେସ କର୍ମୀ ସାମିଲ ହେଇଥିଲେ।
ଯାଜପୁର ଇପିଏ ରୁ ମୃତ୍ୟୁଞ୍ଜୟ ସାହୁଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )