ଖଟିଆ ରେ ବୁହାହେଲେ ଗର୍ଭବତୀ

0 5

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଭରାଣ୍ଡିହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୀର୍ବ ଗ୍ରାମ ରେ ଖଟିଆରେ ବୁହା ହେଲେ ଗର୍ଭବତୀ। ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ସରକାରୀ ସହାୟତା ଦେଉଥିବା ବେଳେ ସ୍ଵାଧୀନତା ର ୭୦ ଦଶକରେ ମଧ୍ୟ ଅନେକ ଗାଁ କୁ ରାସ୍ତା ନଥିବାରୁ ଗର୍ଭବତୀ ଙ୍କୁ ବୁହାହୁଏ ଖଟିଆରେ । ପ୍ରକାଶ ଯେ ଏହି ଗ୍ରାମର କୁଆଁର ହୋ ର ପତ୍ନୀ ଶାନ୍ତି ସିଂ ଗର୍ଭବତୀ ଥିଲେ । ଗତକାଲି ମଙ୍ଗଳବା ମଧ୍ୟରାତ୍ରୀରେ ଶାନ୍ତି ଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଭୋର୍ ୪ ଟା ବେଳେ ସ୍ବାମୀ କୁଆଁର ଗ୍ରାମର ଆଶା କର୍ମୀ ଜେମା ମଣୀ ମହାନ୍ତ ଙ୍କୁ ଜଣାଇଥିଲେ ।

ଜେମା ୧୦୨ କୁ ଖବର ଦେଇ ୨ କିମି ଦୂର ମିଲିଟାରୀ ସାହିରେ ପହଞ୍ଚି ଥିଲେ । ଆମ୍ବୁଲାନ୍ସ ଆସିଲା, ମାତ୍ର ରାସ୍ତା ନଥିବାରୁ ୨ କି ମି ଦୂରରେ ରହିଲା । ଗ୍ରାମବାସୀ ମାନେ ଶାନ୍ତିକୁ ଆଜି ବୁଧବାର ସକାଳୁ ଏକ ଖଟିଆ ରେ ଶୁଆଇ ବୋହି ବୋହି ଆଣି ଆମ୍ବୁଲାନ୍ସ ପାଖରେ ପହଞ୍ଚିଥିଲେ । ସେଠାରୁ ଶାନ୍ତିକୁ ଡାକ୍ତରଖାନା କୁ ନିଆଯାଇଥିଲା । ଶାନ୍ତି କନ୍ୟା ସନ୍ତାନଟିଏ ଜନ୍ମଦେଇଥିବା ବେଳେ ମା ଛୁଆ ଏବେ ସୁସ୍ଥ ଥିବା ର ଜଣାପଡ଼ିଛି । ତେବେ ଏହି ମିଲିଟାରୀ ସାହିଟି ଦୀର୍ବ ଗ୍ରାମର ହାମଲେଟ ହୋଇଥିବା ବେଳେ ଏଠାରେ ୧୫ ପରିବାର ବାସ କରନ୍ତି ମାତ୍ର ଏହିଗ୍ରାମ କୁ ସବୁଦିନିଆ ରାସ୍ତା ନଥିବାରୁ ଗ୍ରାମବାସୀ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

ମୟୁରଭଂଜ ଜିଲ୍ଲାରୁ ମାନଗୋବିନ୍ଦ ପାଣିଗ୍ରାହି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.