ଖବର ସତ୍ୟତା ,ନିରପେକ୍ଷତା ଓ ସାଧାରଣ ନାଗରିକଙ୍କ ପାଇଁ ହେବା ଉଚିତ

0 5

ବ୍ରହ୍ମପୁର – ଖବର ସତ୍ୟତା , ନିରପେକ୍ଷତା ଓ ସାଧାରଣ ନାଗରିକଙ୍କ ପାଇଁ ଉଦ୍ଧିଷ୍ଟ ହେବା ଉଚିତ । ସାମ୍ପ୍ରତିକ ରାଜନୈତିକ ପ୍ରେକ୍ଷାପଟ୍ଟରେ ଗଣମାଧ୍ୟମର ଭୂମିକାର ଆଲୋଚନା ଚକ୍ରରେ ଏଭଳି ମତବ୍ୟକ୍ତ କରିଛନ୍ତି ରାଜ୍ୟର ବହୁ ବୁଦ୍ଧିଜୀବି ଓ ରାଜନୈତିକ ଦଳର ନେତୃବୃନ୍ଦ । ମୁଖ୍ୟତଃ ଦେଶରେ ବ୍ରିଟିଶ ମାନଙ୍କ ଶାସନ ସମୟରେ ଗଣମାଧ୍ୟମର ଦାୟିତ୍ୱ ଏବଂ କାର୍ଯ୍ୟଶୈଳୀ ଅନେକ କଷ୍ଟଦାୟକ ରହିଥିଲା । ସେହି ସମୟରେ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ଠାରୁ ଆରମ୍ଭ କରି ଗୋପବନ୍ଧୁ ଙ୍କ ପର୍ଯ୍ୟନ୍ତ ଅନେକ ମହାପୁରୁଷ ନିଜର କଲମ ମୁନକୁ ଶାଣିତ କରି ନିର୍ଭୟରେ ଖବର ପ୍ରକାଶ କରି ଆସିଥିବାର ନଜର ରହିଛି । ଏପରିକି ଦେଶ ସ୍ୱାଧିନତା ପରେ ଗଣମାଧ୍ୟମ ତାର କାର୍ଯ୍ୟ ସମ୍ପାଦନ କରିବା ସହିତ ଜରୁରୀ କାଳୀନ ପରିସ୍ଥିତିରେ ସାମ୍ୱାଦିକ ଓ ସମ୍ପାଦକ ମାନଙ୍କ ଭୂମିକା ରହିଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ସମୟରେ କର୍ପୋରେଟ ଜଗତରେ ଗଣମାଧ୍ୟମର ନୀତିନିୟମ ଏବଂ ବିଜ୍ଞାପନ ସଂଗ୍ରହ ସହିତ ଗଣମାଧ୍ୟମ ପରିଚାଳନ୍ନା କ୍ଷେତ୍ରରେ ଗ୍ରାମାଞ୍ଚଳର ସମ୍ୱାଦଦାତାଙ୍କ କାର୍ଯ୍ୟକୁ ବେଶ ପ୍ରଶଂସନୀୟ କୁହାଯାଇଛି ।

ଏପରିକି କୋଭିଡ ସମୟରେ ଗଣମାଧ୍ୟମ ପ୍ରତିନିଧି ଙ୍କ କାର୍ଯ୍ୟକୁ ସାରା ରାଜ୍ୟ ତଥା ଦେଶରେ ପ୍ରଶଂସା କରାଯାଇଛି । ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଳକର କେ.ବରିଡା ଗ୍ରାମ ସ୍ଥିତ ଶ୍ରୀ ଅମରେଶ୍ୱର କଲ୍ୟାଣ ମଣ୍ଡପରେ ଆୟୋଜିତ ଆଞ୍ଚଳିକ ସାମ୍ବାଦିକ ସଂଘର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ , ଛତ୍ରପୁରର ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡି , ରାଜ୍ୟର ବରିଷ୍ଠ ସାମ୍ୱାଦିକ ରବି ଦାସ , ବରିଷ୍ଠ ପରିବେଶବିତ୍ ପ୍ରଫୁଲ ସାମନ୍ତରା , ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା , ରମ୍ଭାର ପୂର୍ବତନ ନଗରପାଳ ସୁବାଷ ଚନ୍ଦ୍ର ପଣ୍ଡା ଏବଂ ବରିଷ୍ଠ ସାମ୍ୱାଦିକ ଅକ୍ଷୟ ସାହୁ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଦକ୍ଷିଣ ଓଡିଶା ସାହିତ୍ୟ ସଂସଦର ମହାସଚିବ ଦଣ୍ଡପାଣି ମହାପାତ୍ର ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଅବସରରେ ବ୍ରହ୍ମପୁରର ବରିଷ୍ଠ ସାମ୍ୱାଦିକ ଅଶୋକ ବ୍ରହ୍ମା , ପ୍ରକାଶ ପାଣିଗ୍ରାହୀ , ସୁଦୀପ କୁମାର ସାହୁ , ପ୍ରଣୟ କୁମାର ପଣ୍ଡା ଏବଂ ସମୀର କୁମାର ଆଚାର୍ଯ୍ୟ ଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ପବିତ୍ର କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଗୌତମବୁଦ୍ଧ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଟୁକୁନ୍ନା ପ୍ରଧାନ ,ଅଶୋକ ତ୍ରିପାଠୀ , ସିଲୁ ବିଶ୍ୱାଲ , କ୍ଷୀରୋଦ ବେହେରା , ସୁବୁତ୍ର ବେହେରା , ଅତ୍ରି ପଟ୍ଟନାୟକ , ନୃସିଂହ ବିଷୋୟୀ , ରାଜେଶ ପଣ୍ଡା ଙ୍କ ସମେତ ବହୁ ସାମ୍ୱାଦିକ କାର୍ଯ୍ୟକ୍ରମ ପରିଚାଳନ୍ନାରେ ସହଯୋଗ କରିଥିବା ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ଗଣମାଧ୍ୟମର ପ୍ରତିନିଧି ମାନେ ଏଥିରେ ଯୋଗ ଦେଇଥିଲେ ।

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.