ଖରିଫ ଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ

0 8

ସୁବର୍ଣ୍ଣପୁର ଜିଲ୍ଲାରେ ରବିଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଜିଲ୍ଲାରେ ଡିସେମ୍ବର ମାସ ୦୬ ତାରିଖ ରୁ ଖରିଫ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ l ଏଥି ନିମନ୍ତେ ଜିଲ୍ଲାର୧୦୩ ଗୋଟି ମଣ୍ଡି ଜରିଆରେ ଯୋଗାଣ ନିଗମ ଧାନ କ୍ରୟ କରିବ l ଖରିଫ ଧାନ କ୍ରୟ ପ୍ରକ୍ରିୟା ନିମନ୍ତେ ଟୋକନ ବ୍ୟବସ୍ଥା କରାଯିବ, ମାତ୍ର ଏକର ପ୍ରତି କେତେ ପରିମାଣରେ ଧାନ କିଣାଯିବ ସେଥିପାଇଁ ରାଜ୍ୟ ସ୍ତରୀୟ କ୍ରୟ କମିଟି ନିଷ୍ପତ୍ତି ଗ୍ରହଣ କଲାପରେ ଜଣାପଡିବ l ଧାନ କ୍ରୟ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ୫ ଗୋଟି ନିୟନ୍ତ୍ରିତ ବଜାର କମିଟି ଯଥା ଡୁଙ୍ଗୁରିପାଲି -୪ , ଓ ବୀରମହାରାଜପୁର -୧ ଅଧୀନରେ ଧାନ କ୍ରୟ ନିମନ୍ତେ ମଣ୍ଡି ଖୋଲିବ l ଗତ ବର୍ଷ ୧୧୪ ଗୋଟି ମଣ୍ଡି ଖୋଲାଯାଇଥିବାବେଳେ ଚଳିତ ବର୍ଷ ୧୦୩ ଗୋଟି ମଣ୍ଡିରେ ଧାନ କିଣାଯିବ l ମଣ୍ଡି ଗୁଡିକ ରବିବାର ବ୍ୟତୀତ ସପ୍ତାହକ୬ ଦିନ ଖୋଲା ରହିବl ସହିତ ସକାଳ ୭ ଘଣ୍ଟା ରୁ ଅପରାହ୍ନ୧ ଘଣ୍ଟା ପର୍ଯ୍ୟନ୍ତ ଧାନ କିଣାଯିବ l ଚଳିତ ବର୍ଷ ଖରିଫ ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାର ୬୪୫୦୦ ଜଣ ଚାଷୀ ପଂଜିକୃତ ହୋଇଥିବା ଏବଂ ତନ୍ମଧ୍ୟରୁ ୬୩୮୫୮ ଜଣ ଚାଷୀ ଭେଳିଡିସନ ହୋଇଥିବା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି l ସମସ୍ତ ମଣ୍ଡି ଗୁଡିକରେ କୌଣସି ପ୍ରକାର ଅସୁବିଧା କୁ ସମ୍ମୁଖୀନ ଓ ପ୍ରତିହତ କରିବା ନିମନ୍ତେ ପାନୀୟ ଜଳ, ବିଜୁଳି, ଟ୍ରପୋଲିନ ଓ ଚାଷୀ ଙ୍କ ପାଇଁ ଆଶ୍ରୟସ୍ଥଳ ପ୍ରତି ବିଶେଷ ଗୁରୁତ୍ୱ ଦେବା ସହ ଚାଷୀ ଯେପରି ଖରିଫ ଧାନ ବିକ୍ରୟ କୁ ସହଜ ଓ ସୁବିଧାରେ କରିପାରିବ ସେଥିପାଇଁ ଜିଲ୍ଲାର ଚାଷୀଙ୍କୁ ଆବଶ୍ୟକ ସଚେତନ କରାଇବା ନିମନ୍ତେ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି, ପୁନଶ୍ଚ କରୋନା ର ଦ୍ଵିତୀୟ ଲହର ଚାଲୁଥିବାବେଳେ ପ୍ରତ୍ୟେକ ମଣ୍ଡି ପରିସରରେ ସରକାରଙ୍କ ଦ୍ୱାରା ନିର୍ଦେଶିତ କୋଭିଡ ଗାଇଡଲାଇନ ର ଅନୁପାଳନକୁ ଶତପ୍ରତିଶତ ପାଳନ କରିବାକୁ ସମ୍ପୃକ୍ତ ବିଭାଗ କୁ ବୈଠକରେ ପରାମର୍ଶ ଦିଆଯାଇଛି l ଉପସ୍ଥିତ ଚାଷୀ ପ୍ରତିନିଧି ଓ ମିଲର୍ସ ଙ୍କ ତରଫରୁ ଚଳିତ ବର୍ଷ ରବି ଧାନ କ୍ରୟ ସମୟରେ ଓ ପରେ ଉପୁଜିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିବା ଓ ଚଳିତ ବର୍ଷ ତ୍ରୁଟି ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଗୁରୁତ୍ବଦେବl ସହ ଖରିଫ ଧାନ କ୍ରୟ କୁ ସୁ ବ୍ୟବସ୍ଥିତ କରାଯିବlକୁ ମାନ୍ୟବର ମନ୍ତ୍ରୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ସଂସ୍ଥା ଙ୍କୁ ଦେଇଥିଲେ l ଏହି ଗୁରୁତ୍ୱପୂର୍ଣ ଜିଲ୍ଳା ସ୍ତରୀୟ କ୍ରୟ କମିଟି ବୈଠକରେ ମାନ୍ୟବର ମନ୍ତ୍ରୀ ପରିବହନ, ଯୋଜନା ଓ ସମନ୍ୱୟ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ଯୋଗଦାନ କରି ଜିଲ୍ଲାରେ ଚାଷ ଓ ଚାଷୀ ର ଗୁରୁତ୍ୱାରୋପ କରିବାସହ ଜିଲ୍ଲାରେ ଖରିଫ ଧାନ କ୍ରୟ ପ୍ରକ୍ରିୟା କୁ ସୁବ୍ୟବସ୍ଥିତ ଓ ସୁଚାରୁରୂପେ ପରିଚାଳନା କରିବା ଉପରେ ପ୍ରଶାସନ ତଥା ସମ୍ପୃକ୍ତ ବିଭାଗ କୁ ପରାମର୍ଶ ଦେଇଛନ୍ତି l ଏହି ବୈଠକରେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଉଷା କୁମାରୀ ଯୋଗଦାନ କରି ମିଲର୍ସ ଓ ଚାଷୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ ଖରିଫ ଧାନ କ୍ରୟ ଉପରେ ଗୁରୁତ୍ୱ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲପାଳ , ଉପଜିଲ୍ଲାପାଳ ସୋନପୁର ଓ ବୀରମହାରାଜପୁର, ସମ୍ପାଦକ ନିୟନ୍ତ୍ରିତ ବଜ଼ାର କମିଟି, ଜିଲ୍ଳା ସମବାୟ ଉପନିବନ୍ଧକ ସୁବର୍ଣ୍ଣପୁର,ମାନ୍ୟବର ସାଂସଦ ଙ୍କ ପ୍ରତିନିଧି, ଜିଲ୍ଲା ଚାଷୀ ସଂଗଠନ ର କର୍ମକର୍ତ୍ତା, ମିଲର୍ସ ପ୍ରତିନିଧି ଓ ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ l ବୈଠକରେ ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାଶ ସଭା ପରିଚାଳନା କରିଥିବାବେଳେ ଶ୍ରୀ ପବିତ୍ର କୁମାର ସାହୁ ମୁଖ୍ୟ ଯୋଗାଣ ଅଧିକାରୀ ସ୍ୱାଗତ କରିବା ସହ ଅଧ୍ୟକ୍ଷ୍ୟ ଙ୍କ ଅନୁମତିରେ ବିବରଣୀ ପାଠ କରି ସଭା ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.