ଖାଇକୁ ଖସିଲା ଭ୍ୟାନ୍‌, ୧୧ ଯାତ୍ରୀ ମୃତ

0 5

ଡେରାଡୁନ୍‌: ଖାଇକୁ ଖସିଲା ଯାତ୍ରୀବାହୀ ଭ୍ୟାନ୍‌। ଉତ୍ତରାଖଣ୍ଡର ଡେରାଡୁନ୍‌ର ଚକରାତାରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ଖବର ଅନୁଯାୟୀ, ଏକ ୟୁଟିଲିଟି ଭ୍ୟାନ୍‌ ୧୬ ଜଣ ଯାତ୍ରୀଙ୍କୁ ନେଇ ବାୟଲାରୁ ବିକାଶନଗର ଯାଉଥିବା ବେଳେ ଭାରସାମ୍ୟ ହରାଇ ଖାଇକୁ ଖସିପଡିଥିଲା। ଉକ୍ତ ରାସ୍ତାଟି ଅତ୍ୟନ୍ତ ଖରାପ ଏବଂ ଦୁର୍ଗମ ହୋଇଥିବାରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।ଦୁର୍ଘଟଣା ସଂପର୍କରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏହି ଦୁର୍ଘଟଣାରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଭ୍ୟାନ୍‌ରେ ଥିବା ସମସ୍ତ ଯାତ୍ରୀ ଗୋଟିଏ ହିଁ ଗାଁର ବୋଲି ସେପଟେ ଏହି ଦୁର୍ଘଟଣା ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଦୁଃଖ ପ୍ରକାଶ କରିଛନ୍ତି। ସେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ସେ କହିଛନ୍ତି।

ଇପିଏରୁ ବିରଂଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.