ଖୋଲା ଖୋଲି ନା ବାଳିକା କୁ ବିବାହ କଲେ ଯୁବକ

0 111

ପ୍ରସାଶନ ପାଉନି ଟେର

ତିର୍ତୋଲ :ନା ବାଳିକା କୁ ପ୍ରେମ କରି ଉଠାଇ ଆଣି ବିବାହ କଲା ଯୁବକ ।ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ
ବ୍ଲକ ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତ ର ଗୌଡସାହି ଗାଁ ରେ, ସ୍ଥାନୀୟ ମାନ୍ୟ ଗନ୍ୟ ବ୍ୟକ୍ତି, ସରପଞ୍ଚ ,ଅଗଂନ ବାଡି ଦିଦି ସବୁ ଜାଣି ପ୍ରସାସନକୁ ଅନ୍ଧାର ରେ ରଖିଥିବା ଏବେ ସ୍ଥାନୀୟ ଅଞ୍ଚଳରେ ତର୍ଚା ହେଉଛି।ଖୋଦ ଏହି ଗ୍ରାମର ଗ୍ରାମ ରଖି ବି ତିର୍ତୋଲ ଥାନାକୁ ସୂଚନା ନଦେଇ ନିରବ ରହିବା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ କୁଜଙ୍ଗ ବ୍ଲକ ପଣ୍ଡୁଆ ପଞ୍ଚାୟତ ର ଗୌଡସାହି ର।ସ୍ୱର୍ଗତ କୈଳାସ ଜେନା ଙ୍କ ପୂଅରଞିତି ଜେନା(ରବିନ) ପାଖ ଗ୍ରାମ ପଟିଲୋ ନିବାସୀ ବିଜୁ ସ୍ୱାଇଁ ର ଝିଅ କୁ ପ୍ରେମ କରି ଆସୁଥିଲା, ଉଭୟେ ବିବାହ କରିବା କୁ ସିଧାନ୍ତ ନେଇ ରେଜିଷ୍ଟ୍ରି ବିବାହ କରି ବାକୁ ଜାଇଥିଲେ ସେଠାରେ ତାଙ୍କୁ ନା ବାଳିକା ଜାଣିବା ପରେ କାଳେ ସବ୍ ରେଜିଷ୍ଟାର ଫେରାଇ ଦେଇ ଥିଲେ, ଅନ୍ୟ ଉପାୟ ନପାଇ ପର ସ୍ପର ଗୁରୁଜନ ମାନଙ୍କ ଉପସ୍ଥିତି ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଯାହା ସଚେତନ ଶିଳ ନାଗରିକ ମାନଙ୍କୁ ଦୁଃଖ ପହଞ୍ଚାଇଛି, ଦେଶରେ ନାବାଲିକା ବିବାହ ଉପରେ କଡାକଡି ରୋକ ଲଗା ଜାଇଥିଲେ ହେଁ ପ୍ରଶାସନ ଏଭଳି ଘଟଣା ର ଟେର ପାଉନି ,ତିର୍ତୋଲ ପୋଲିସି, କୁଜଙ୍ଗ ସି ଡି ପି ଓ ଓ ସ୍ୱଛାସେବି ଅନୁଷ୍ଠାନ ଉକ୍ତ ଘଟଣା ଉପରେ ନଜର ପକାଇଲେ ଅପ୍ରାପ୍ତ ବଯସରେ ଏହି ନାବାଳିକା ର ଜୀବନ ଦୁଃଖ ଦରିଆକୁ ପେଲି ହୋଇ ଯିବା ପୃର୍ବରୁ ରଖ୍ୟା କରାଯାଇ ପାରନ୍ତା ବୋଲି ସାଧାରଣ ରେ ଏବେ ମୂଖ୍ୟ ଆଲୋଚନା ର ବିଷୟ ପାଲଟିଛି।

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.