ଖ୍ରୀଷ୍ଟ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ଦୟାନିଧି ସାମନ୍ତରାୟଙ୍କ ବିୟୋଗ

0 10

ଖ୍ରୀଷ୍ଟ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦୟାନିଧି ସାମନ୍ତରାୟ (୮୮) ଙ୍କ ଶନିବାର ବିଳମ୍ବିତ ରାତିରେ ଏକ ଘରୋଇ ଚିକିତ୍ସାଲୟରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି l ସେ ଶିକ୍ଷକ ମହାସଂଘର ଉପସଭାପତି ଏବଂ ଓଡିଶା ବେସରକାରୀ କଲେଜ ଶିକ୍ଷକ ସଙ୍ଘର ସଭାପତି ଭାବେ ବହୁଦିନ ଧରି କାର୍ଯ୍ୟକରିଥିଲେ l ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ମହତାବ ରୋଡସ୍ଥିତ ନାରାୟଣ ମିଶ୍ର ଲେନ ବାସଭବନରେ ପହଂଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l ଅନ୍ତିମଶଯ୍ୟା ନିକଟରେ ତାଙ୍କ କନ୍ୟା ପ୍ରାଧ୍ୟାପକ ପ୍ରଜ୍ଞା ସାମନ୍ତରାୟ, ଜ୍ୟେଷ୍ଠ ପୁତ୍ର ଉଦ୍ୟାନ ବିଭାଗ ଉପନିର୍ଦ୍ଧେଶକ ମିହିର ସାମନ୍ତରାୟ, କନିଷ୍ଠ ପୁତ୍ର ଜଳସମ୍ପଦ ବିଭାଗ ଅଧିକ୍ଷକ ଯନ୍ତ୍ରୀ ଅରୁଣ ସାମନ୍ତରାୟ, ପୁତ୍ରବଧୂ କଟକ ଜିଲ୍ଲା କୋଷାଗାର ଅଧିକାରୀ ମମତା, ସାନଭଉଣୀ ଶୈଳ, ନାତୁଣୀ ଡାକ୍ତର ପ୍ରାପ୍ତି, ନାତି ଆଦିତ୍ୟ, ନାତୁଣୀଜୋଇଁ ଡାକ୍ତର ସବ୍ୟସାଚୀ, ଏସସିବି ମେଡିକାଲ କଲେଜର ପ୍ରାକ୍ତନ ସହଯୋଗୀ ପ୍ରଫେସର ରବିନାରାୟଣ ମଲ୍ଲିକ, ପ୍ରାକ୍ତନ ପ୍ରଫେସର ବିରଞ୍ଚିନାରାୟଣ ମଲ୍ଲିକ, ପ୍ରଫେସର ରବି ରାୟ, ପ୍ରାକ୍ତନ ପ୍ରଧାନଶିକ୍ଷକ ବିବେକାନନ୍ଦ ଦାଶ, ବିମ୍ବାଧର ପଟନାୟକ ଙ୍କ ସମେତ ତିଳୁ, ବିଦ୍ୟାଧର, ମୁନୁ,ପିଙ୍କି, ଟିକିନା ତଥା ତାଙ୍କ ଜନ୍ମ ସ୍ଥାନ ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ପଂଚାୟତ ର ଝାନସୀପାଟଣା ଗ୍ରାମବାସୀ ଓ ଆତ୍ମୀୟସ୍ୱଜନ ମାନେ ଉପସ୍ଥିତ ଥିଲେ l ଖାନନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା l ପ୍ରକାଶଥାଉକି ଗତବର୍ଷ ତାଙ୍କର ପତ୍ନୀ ଚୌଧୁରୀବଜାର ସ୍ଥିତ ଆଦର୍ଶ ଉଚ୍ଚବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ କିଶୋରୀ ସାମନ୍ତରାୟଙ୍କର ବିୟୋଗ ହୋଇଥିଲା l

କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.