ଗଜପତି ଜିଲ୍ଲାରେ ‘ଆଇକନିକ ଉଇକ’ ପାଳିତ

0 54

ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ବର୍ଷ ଅବସରରେ ଗଜପତି ଜିଲ୍ଲାର କାଶିନଗର ବ୍ଲକ ଅନ୍ତର୍ଗତ ମିନିଗାଁ ଠାରେ ଥିବା ଭାରତ ସରକାରଙ୍କ ଖାଦ୍ୟ ଯୋଗଣ ନିଗମ (ଏଫସିଆଇ)ଗୋଦାମ ଠାରେ ‘ଆଇକନିକ୍ ଉଇକ୍‌’ ପାଳିତ ହୋଇଯାଇଛି । ଏଫସିଆଇ ର ଡିଭିଜିନାଲ୍ ଅଫିସ୍ (ବ୍ରହ୍ମପୁର) ତରଫରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ତଥା ଗଜପତି ଜିଲ୍ଲା ବିଜେପି ସଭାପତି କେ ନାରାୟଣ ରାଓ ପ୍ରଦ୍ୱୀପ ପ୍ରଜ୍ଜଳନ କରି ଉଦ୍‌ଘାଟନ କରିଥିଲେ । ଏଥିରେ କାଶିନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ସିଏଚ. ସୀମାଦ୍ରି, ଏଫସିଆଇ ର ବ୍ରହ୍ମପୁର ଡିଭିଜନାଲ ପରିଚାଳକ ଦେବରାଜ ନାୟକ, ସାଧାରଣ ପରିଚାଳକ ଶ୍ରୀନିବାସ ରାଓ, ନାଭେନ ମେହେର(କୋର୍ଡିନେଟର), କେ. ସୀତାପୁର ସରପଞ୍ଚ ଡି ରାଜେଶ କୁମାର, ସମିତି ସଭ୍ୟ ଉରିୟାନୀ ଶବର, ପାରଳାଖେମୁଣ୍ଡି ପୌରପାଳିକାର ପୂର୍ବତନ ନଗରପାଳ ନୃସିଂହ ଚରଣ ପଟନାୟକ ପ୍ରମୁଖ ବ୍ୟକ୍ତି ବିଶୋ ମାନେ ମଞ୍ଚାସୀନ ଥିଲେ ।

ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନହୀତକାରୀ ଯୋଜନା ଗୁଡିକରେ ଏଫସିଆଇ ର ଭୂମିକା ବିଷୟରେ ମଞ୍ଚାସୀନ ଅତିଥି ମାନେ ନିଜନିଜ ବକ୍ତବ୍ୟରେ କହିଥିଲେ । ବିଶେଷ କରି ପିଏମଜିକେୱାଇ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନ କରିବାରେ ଭାରତୀୟ ଖାଦ୍ୟ ଯୋଗାଣ ନିଗମ(ଏଫସିଆଇ)ର ଭୂମିକା ଉପରେ ଜନସାଧାରଣଙ୍କୁ ଅବଗତ କରାଇବା ‘ଆଇକନିକ ଉଇକ’ ପାଳନର ମୁଖ୍ୟ ଉଦ୍ଧେଶ୍ୟ ରହିଥିଲା । ସୂଚନାଯୋଗ୍ୟଯେ ଚଳିତ ବର୍ଷ ନଭେମ୍ବର ତା.୧୫-୨୧ରିଖ ପ ର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମର ପାଳନ ବେଳେ ମିନିଗାଁ ଠାରେ ଏଫସିଆଇ ଗୋଦାମରେ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ଗଜପତି ଜିଲ୍ଲା ରୁ ଦିଲୀପ କୁମାର ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.