ଗଜପତି ଜିଲ୍ଲାରେ ଦୂର୍ଗାପୂଜା ପାଳିତ ।

0 71

ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସମେତ ପୁରପଲ୍ଲୀରେ ଶାରଦୀୟ ଦୁର୍ଗାପୂଜା କୋଭିଡ୍ କଟକଣା ପାଳିତ ହୋଇଯାଇଛି ।ପାରଳାଖେମୁଣ୍ଡି ସହରର୧୨ଟିସ୍ଥାନ ସମେତ ଜିଲ୍ଲାର ମୋହନା ଆର,ରଉଦୟଗିରି,ରାୟଗଡ,ଗୁରାଣ୍ଡି ,କାଶିନଗର ଅଞ୍ଚଳର ୩୦ରୁ ଉର୍ଦ୍ଧ ସ୍ଥାନରେ ପାଳିତ ହୋଇଛି ।ପାରଳା ସହରର ବଡ ବ୍ରାହ୍ମଣସାହି,ରାଜଗୁରୁ ସାହି,ଗାନ୍ଧିଛକ,ପାୱାର ହାଉସ,କଟକିଆ ସାହି,ଜନସ୍ୱାସ୍ଥ୍ୟ ବିଭାଗ,କଲେଜ ଛକ,ଖଞ୍ଜାସାହି ଛକ,ବେତାଗୁଡା ସ୍ଥିତ ରିଜର୍ଭ ପୁଲିସ ବାରାକ, ଦାଣ୍ଡୁମାଲ୍ଲା ମନ୍ଦିର ପରିସରରେ ମହାସମାରୋହରେ ପାଳିତ ହୋଇଥିଲା ।ଏହା ବ୍ୟତୀତ ଦୁଇଟି ଦେବୀପୀଠ ଯଥା ମା ମାଣିକେଶ୍ୱରୀ ଓ ନୀଲାମା ଗ୍ରାମଦେବତୀ ମନ୍ଦିରରରେ ଦଶଦିନ ଧରି ବିଧିବିଧାନରେ ପାଳନ ହୋଇଥିଲା । ଦୂର୍ଗାପୂଜା ପାଳନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷାକରିବା ନିମନ୍ତେ ପାରଳାଖେମୁଣ୍ଡି ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ସହରରେ କରାଯାଇଥିବା ସମସ୍ତ ପୂଜାମଣ୍ଡପ ଗୁଡିକରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।ପୂଜା ସମୟରେ ସହରର ଟ୍ରାଫିକ ବ୍ୟବସ୍ଥା ସୁଚାରୁରୂପେ ପରିଚାଳନା ନିମନ୍ତେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି ଓ ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାମକୃଷ୍ଣ ପତି ପତ୍ୟକ୍ଷ ଭାବେ ତଦାରଖ କରୁଥିବାର ଦେଖିବାକୁ ମିଳିଥିଲା ।

ଗଜପତି ଇପିଏରୁ ଦିଲ୍ଲୀପ କୁମାର ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.