ଗଜପତି ଜିଲ୍ଲାରେ ପଛୁଆବର୍ଗ ନିମନ୍ତେ ଗୋଟିଏ ହେଲେ ଜିଲ୍ଲା ପରିଷଦ ଜୋନ୍ ସଂରକ୍ଷିତ ନାହିଁ,

0 205

କିନ୍ତୁ ଅଧ୍ୟକ୍ଷ ଆସନ ପଛୁଆବର୍ଗ ନିମନ୍ତେ ସଂରକ୍ଷିତକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କରାଯାଇଥିବା ସଂରକ୍ଷିତ ବ୍ୟବସ୍ଥାକୁ ନେଇ ଗଜପତି ଜିଲ୍ଲାରେ ରାଜନୈତିକ ଦଳ ଗୁଡିକ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପତ୍ର ସଂଖ୍ୟା୧୭୮୧୧/ ତା.୧୬-୧୦-୨୦୨୧ରିଖ ଅନୁଯାୟୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୁଡିକର ସଂରକ୍ଷଣ ତାଲିକା ଘୋଷାଣା ହେଲାପରେ ବିଭିନ୍ନ ରାଜ୍ୟନୈତିକ ଦଳ ଗୁଡିକର ଅସନ୍ତୋଷ ତୀବ୍ରତର ହୋଇଛି । ଏନେଇ ଗଜପତି ଜିଲ୍ଲା ବିଜେପି ତରଫରୁ ଏକ ସାମ୍ବାଦିକ ଅନୁଷ୍ଠିତ ହୋଇଥିଲା । ପାରଳାଖେମୁଣ୍ଡି ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି କେ ନାରାୟଣ ଗଜପତିରେ ମୋଟ ୧୪ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଗୋଟିଏ ମଧ୍ୟ ପଛୁଆବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ କରାଯାଇନାହିଁ । କିନ୍ତୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନଟି ପଛୁଆବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ହୋଇଛି ।

ଯହାକୁ ନେଇ ଶ୍ରୀ ରାଓ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛନ୍ତି । ନିୟମାନୁଯାୟୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୫୦ପ୍ରତିଶତ ଅଣସଂରକ୍ଷିତ, ୧୦ପ୍ରତିଶତ ପଛୁଆବର୍ଗ ଏବଂ ଅବଶିଷ୍ଠ ୪୦ପ୍ରତିଶତ ଅନୁସୂଚିତ ଜାତି ଓ ଜନାଜାତି ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ରହିବ ।ଗଜପତି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ସଂରକ୍ଷଣ ବ୍ୟବସ୍ଥା ଉପଯୁକ୍ତ ଅନୁପାତରେ ହୋଇନାହିଁ ଓ ଚାପ ପ୍ରୟୋଗ କରାଯାଇ ଶାସକଦଳକୁ ସୁହାଇଲା ଭଳି କରାଯାଇଛି ବୋଲି ଶ୍ରୀ ରାଓ ଗୁରୁତର ଅଭିଯୋଗ କରିଛନ୍ତି । କେବଳ ଜିଲ୍ଲା ପରିଷଦ ନୁହେଁ ପଞ୍ଚାୟତ ସମିତ ଅଧ୍ୟକ୍ଷ , ସରପଞ୍ଚ ଓ ସମିତି ସଦସ୍ୟ ଆସନ ଗୁଡିକରେ ମଧ୍ୟ ଉପଯୁକ୍ତ ଅନୁପାତରେ ସଂରକ୍ଷଣ ବ୍ୟବସ୍ଥା କରାଯାଇନାହିଁ । ବେଆଇନ ଭାବେ କରାଯାଇଥିବା ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରାଯିବା ସହ ନିୟମାନୁଯାୟୀ କରିବା ନିମନ୍ତେ ଗଜପତି ଜିଲ୍ଲାପାଳ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ତରଫରୁ ଲିଖିତ ଭାବେ ଦାବୀ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଓ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟଯେ ଗଜପତି ଜିଲ୍ଲାର ୧୪ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଅଣସଂରକ୍ଷିତ-୩,ଅଣସଂରକ୍ଷିତ ମହିଳା-୨,ଅନୁସୂଚିତ ଜାତି(ମହିଳା)-୧, ଅନୁସୂଚିତ ଜନଜାତି-୪ ଓ ଅନୁସୂଚିତ ଜନଜାତି(ମହିଳା)-୪ଟି ଲେଖାଁଏ ସଂରକ୍ଷିତ ରହଛି । ପଛୁଆବର୍ଗଙ୍କ ନିମନ୍ତେ ଗୋଟିଏ ହେଲେ ଜିଲ୍ଲା ପରିଷଦ ଜୋନ୍ ସଂରକ୍ଷିତ କରାଯାଇନାହିଁ ।

ଗଜପତି ଜିଲା ଇପିଏ ରୁ ଦିଲୀପ ଶତପଥିଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.