ଗଜପତି ଜିଲ୍ଲାରେ ପରିବାର କୋର୍ଟ ଉଦ୍‌ଘାଟିତ

0 7

ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଠାରେ ପରିବାର ଅଦାଲତ (ଫ୍ୟାମିଲି କୋର୍ଟ) ଉଦ୍ ଘାଟିତ ହୋଇଯାଇଛି । ମାନ୍ୟବର ଉଚ୍ଚ ନ୍ୟାୟାଲୟ, ଓଡିଶାର ମୁଖ୍ୟ ବିଚାରପତି ଏସ ମୂରଳିଧର ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ବି. ଆର. ଷଢଙ୍ଗୀଙ୍କ ସମେତ ଅନ୍ୟ ବିଚାରପତି ମାନଙ୍କ ଉପସ୍ଥିତିରେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ ।

ପାରଳାଖେମୁଣ୍ଡରେ ଗଜପତି ଜିଲ୍ଲା ଦୌରାଜଜ୍ ସତ୍ୟପ୍ରିୟ ମିଶ୍ର, ପରିବାର ଅଦାଲତ(ଫ୍ୟାମିଲି କୋର୍ଟ)ର ବିଚାରପତି ସୁବ୍ରତ ମହାନ୍ତି, ଦେୱାନୀ ଅଦାଲତର ରେଜଷ୍ଟ୍ରାର ସତ୍ୟବ୍ରତ ରଣାଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଜିଲ୍ଲା ବାର୍ ଆସୋସିଏସଏନ ର ସଭାପତି ରାମନାଥ ମିଶ୍ରଙ୍କ ସମେତ ଅଧିକାଂଶ ସଦସ୍ୟ, ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି ପ୍ରମୁଖ ଉପସ୍ଥିତ ରହିଥିଲେ । ପରିବାର ଅଦାଲତଟି ରାଜ୍ୟ ସରକାରଙ୍କ ଆଇନ ବିଭାଗର ବିଜ୍ଞପ୍ତି ନଂ-୧୦୬୮୬/ଏଲ- ତା.୧୧.୧୦.୨୦୧୭ରିଖ ଅନୁଯାୟୀ ତା. ୧୦.୧୧.୨୦୨୧ରିଖରୁ ପାରଳାଖେମୁଣ୍ଡି ରାଜସ୍ୱ ସବଡିଭିଜନ ପରିସର ସହାବସ୍ଥାନରେ କାର୍ଯ୍ୟ କରିବ ।

ଗଜପତି ଜିଲ୍ଲା ଇପିଏ ରୁ ଦିଲୀପ ଶତପଥିଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.