ଗଜପତି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ବଣ୍ଟନର ଶୁଭାରମ୍ଭ
୩୭ଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଦିନିକିଆ ଗଜପତି ଜିଲ୍ଲାଗ୍ରସ୍ତ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ୮୧୯କୋଟି ୪୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୩୭ଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୁଖମନ୍ତ୍ରୀ ନବୀନ ପଟନାୟକ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରେ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ । ସେଠାରେ ଅନୁଷ୍ଠିତ ହୋଇଥିବା ଏକ ସଭାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ । ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ପରିବାରକୁ ସାର୍ବଜନିନ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବ୍ୟବସ୍ଥା କରାଯାଇଛି । ଏଥିରେ ବାର୍ଷିକ ପ୍ରତ୍ୟେକ ପରିବାରକୁ ପୁରୁଷ ମାନଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ଯେଗାଇ ଦିଆଯିବ । ଯଦି ପରିବାର ମହିଳା ସଦସ୍ୟ ମାନେ ରୋଗାଗ୍ରସ୍ତ ହେଲେ ସେମାନଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନାଦେୟରେ ସ୍ୱାସ୍ଥ୍ୟସେବା ମିଳିବ ।
ଏହି କାର୍ଡରେ ମାଗାଣା ଔଷଧ, ରୋଗ ନିରୂପଣ,ଅସ୍ତ୍ରୋପ୍ରଚାର,ଆଇସିୟୁ, ଅର୍ନ୍ତଃ ବିଭାଗ ରୋଗୀ ସେବା ଗୁଡିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସମସ୍ତ ସରକାରୀ ଭେଷଜ ମହାବିଦ୍ୟାଳୟ, ରକ୍ତ ଭଣ୍ଡାର ସମେତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପଞ୍ଜିକୃତ ଘରୋଇ ଚିକିତ୍ସାଳୟରେ ସେବା ଗୁଡିକ ପାଇପାରିବେ ବୋଲି କହିଥିଲେ । ଗଜପତି ଜିଲ୍ଲାରେ ୧ଲକ୍ଷ୪୪ହଜାର୫୮୯କାର୍ଡ ବଣ୍ଟାଯିବ ଏବଂ ୪ଲକ୍ଷ୯୭ହଜାର୫୦୧ଜଣ ଏହାର ସୁଫଳ ପାଇପାରିବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡଧାରୀ ଏବଂ ଖଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ସମସ୍ତ ହିତାଧିକାରୀ ମାନେ ଏହି ସୁବିଧା ପାଇପାରିବେ । ଏହାବ୍ୟତୀତ ମୁଖମନ୍ତ୍ରୀ ଜିଲ୍ଲାର୮୧୯କୋଟି୪୮ଲକ୍ଷ ବ୍ୟୟରେ ୩୭ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ନିର୍ମାଣ ସକାଶେ ଉଦ୍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।ସେଥି ମଧ୍ୟରେ ମୋହନା ବ୍ଲକ ହରଭଙ୍ଗୀ ଜାଳାଶୟରେ ୭୯୬କୋଟି୧୯ଲକ୍ଷ ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ ପକଳ୍ପ ନିର୍ମାଣ ହେବ । ଯଦ୍ୱାରାକି ଗଜପତି ଜିଲ୍ଲାର ମୋହନା,ନୂଆଗଡ,ଆର ଉଦୟଗିରି ବ୍ଲକ ଏବଂ କନ୍ଧମାଳ ଜିଲ୍ଲାର କିଛି ଅଞ୍ଚଳବାସୀ ଉପକୃତ ହୋଇପାରିବେ ।

ଏହା ବ୍ୟତୀତ ପାରଳାଖେମୁଣ୍ଡି ପୌରପାଳିକାରେ ୩କୋଟି ୭ଲକ୍ଷ ଟଙ୍କା ବ୍ୟୟରେ ଗୋଟିଏ ପ୍ରକଳ୍ପ,କାଶିନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ୨କୋଟି୮୨ଲକ୍ଷ ବ୍ୟୟରେ ଗୋଟିଏ, କାଶିନଗର ବ୍ଲକରେ ୨୨ଲକ୍ଷ୫୦ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ୪ଟି ,ପାରଳାଖେମୁଣ୍ଡି ବ୍ଲକରେ ୫୨ଲକ୍ଷ୫୨ହଜାର ଟଙ୍କା ବ୍ୟୟ ଅଟକଳରେ ୪ଟି ,ଗୁମ୍ମା ବ୍ଲକରେ ୨କୋଟି୪୩ଲକ୍ଷ ବ୍ୟୟ ଅଟକଳରେ ୫ଟି ,ରାୟଗଡ ବ୍ଲକରେ ୪କୋଟି୨୯ଲକ୍ଷ୨୦ହଜାର ଟଙ୍କା ବ୍ୟୟ ଅଟକଳରେ ୩ଟି ,ଆର ଉଦୟିଗିରି ବ୍ଲକରେ ୬୯ଲକ୍ଷ୩୦ହଜାର ଟଙ୍କା ବ୍ୟୟ ଅଟକଳରେ ୫ଟି ,ନୂଆଗଡ ବ୍ଲକରେ ୨୪ଲକ୍ଷ୩୩ହଜାର ଟଙ୍କା ବ୍ୟୟ ଅଟକଳରେ ୫ଟି ଏବଂ ମୋହନା ବ୍ଲକରେ ୯କୋଟି୨୭ଲକ୍ଷ ୬୬ହଜାର ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୮ଟି ପ୍ରକଳ୍ପର ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ,ଅନୁସୂଚିତ ଜନଜାତି ଓ ଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ମୁଖମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ୫ଟି ସଚିବ କାର୍ତ୍ତିକେୟନ ପାଣ୍ଡିଆନ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ମୁଖମନ୍ତ୍ରୀ ନବୀନ ପଟନାୟକ ସ୍ୱାସ୍ଥ୍ୟକାର୍ଡ ସମ୍ବନ୍ଧୀୟ କେ ପ୍ରଚାର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା,ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ମୁଖମନ୍ତ୍ରୀଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ,୬ଜଣ ଡିଏସପି,୧୪ଜଣ ଇନ୍ସପେକ୍ଟର,୬ପ୍ଲାଟୁନ ପୋଲିସ ଓ ୪ପ୍ଲାଟୁନ ସଶସ୍ତ୍ର ପୋଲିସ ବାହିନୀ ମୁତୟନ ହୋଇଥିଲେ ।

ଗଜପତି ଇପିଏ ରୁ ଦିଲୀପ ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )