ଗଜପତି ଜିଲ୍ଲାରେ ସଂଯୁକ୍ତ କିଶାନ ମୋର୍ଚ୍ଚାର ଆହ୍ୱାନରେ ରେଳରୋକୋ ଆନ୍ଦୋଳନ ।

0 75

ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଠାରେ ସଂଯୁକ୍ତ କିଶାନ ମୋର୍ଚ୍ଚାର ଆହ୍ୱାନକ୍ରମେ ରୋଳରୋକୋ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭାରତୀୟ କିଶାନ ସଭା(ଏଆଇକେଏମଏସ)ର ଜିଲ୍ଲା ସମ୍ପାଦକ କେଦାର ଶବରଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡିରେ ରୋଳରୋକୋ ଆନ୍ଦୋଳନ କରାଯାଇଥିଲା । ଯାହାଫଳରେକି ବିଶାଖାପାଟଣା-ଗୁଣୁପୁର ପାସେଞ୍ଜର ଟ୍ରେନଟି ପାରଳାଖେମୁଣ୍ଡି ରେଳଷ୍ଟେସନ ଠାରେ ବହୁସମୟ ଧରି ଅଟକି ରହିଥିଲା । ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ଘଟଣାରେ ସମ୍ପୃକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ବରଖାସ୍ତ ଓ ଗିରଫ କରିବା, କେନ୍ଦ୍ର ସରକାର କୃଷକ ବିରୋଧି ୩ କଳା କୃଷି ଆଇନ ପ୍ରତ୍ୟାହାର, ପ୍ରସ୍ତାବିତ ବିଦ୍ୟୁତ ବିଲ୍ ପ୍ରତ୍ୟାହାର, ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଦରଦାମ ହ୍ରାସ କରିବା ଏବଂ ସମସ୍ତ କୃଷିଜାତ ଦ୍ରବ୍ୟର ସହାୟକ ଦର ନିମନ୍ତେ ଆଇନ କରିବା ଦାବୀରେ ସଂଯୁକ୍ତ କିଶାନ ମୋର୍ଚ୍ଚାର ଆହ୍ୱାନକ୍ରମେ ରେଳରୋକା ଆନ୍ଦୋଳନ କରାଯାଇଛି ବୋଲି ଅଖିଳ ଭାରତୀୟ କିଶାନ ସଭା(ଏଆଇକେଏମଏସ)ର ଜିଲ୍ଲା ସମ୍ପାଦକ ଶ୍ରୀ ଶବର ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ । ଯଦି ସରକାର ଏହି ସମସ୍ୟା ଗୁଡିକର ସମାଧାନ ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଭବିଷ୍ୟତରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଶ୍ରୀ ଶବର କହିଛନ୍ତି । ଏହି ରେଳରୋକୋ ଆନ୍ଦୋଳନରେ ଆଇନଜୀବି ଗୌରୀଶଙ୍କର ମହାନ୍ତି, ସୁମ୍ବାରା ଶବର, ଗଜପତି ଜିଲ୍ଲା ରଇତ କୁଲି ସଂଘର ରୋକମ ୍ ଲୋକନାଥମ୍ ଙ୍କ ସମେତ ବହୁ ସଂଖ୍ୟକ କୃଷକ,ଆଦିବାସୀ ଓ ଦିନ ମଜୁରିଆ ମାନେ ସାମିଲ ହୋଇଥିଲେ । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ରେଳଷ୍ଟେସନ ଠାରେ ବହୁ ସଂଖ୍ୟକ ପୋଲିସ ଉପସ୍ଥିତ ଥିଲେ ।

ଗଜପତି ଜିଲ୍ଲା ଇପିଏରୁ ଦିଲ୍ଲୀପ କୁମାର ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.