ଗଜପତି ଜିଲ୍ଲାରେ ୭୦ତମ ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ପ୍ରାଣୀଧନ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୭୦ତମ ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଶ୍ରୀନିବାସ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦ୍ୱୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି- ଉତ୍କଳ ବିକାଶ ପରିଷଦର ଜିଲ୍ଲା ସଭାପତି ହୃଶିକେଷ ଗୌଡ ଓ ମୁଖ୍ୟବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ବଚିତ୍ରାନନ୍ଦ ବେବର୍ତ୍ତା ଯୋଗଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ପଣ୍ଡା ଗୋପାଳନ ଓ ଗୋ-ସେବାର ମହତ୍ତ୍ୱ ଏବଂ ତାହା ଦ୍ୱାରା ମନୁଷ୍ୟ ବିଭିନ୍ନ ଦୃଷ୍ଟିକୋଣରୁ ଯେଉଁ ଉପକୃତ ହେଉଛି ସେ ବିଷୟରେ ନିଜ ବକ୍ତବ୍ୟରେ କହିଥିଲେ । ଏହାସହ ନିଜର ଗୋସମ୍ପଦକୁ ନିଜର ଆବଶ୍ୟକତା ପୂରଣ ହୋଇଯିବା ପରେ ଲୋକମାନେ ଯେଉଁ ପ୍ରକାର ହତାଦାର କରୁଛନ୍ତି ସେଥିରୁ ନିବୃତ ରହି ସେମାନଙ୍କୁ ଉପଯୁକ୍ତ ସେବା ଓ ରକ୍ଷଣାବେକ୍ଷଣ କରିବାକୁ କହିଥିଲେ ।

ଏହି ଅବସରରେ ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିବା ଜିଲ୍ଲାର ପ୍ରାଣୀଧନ ବିଭାଗ ୨ଜଣ ଅଧିକାରୀଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୋମାତା ପୂଜନ କରାଯିବା ସହ ଗୋ-ବତ୍ସା ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳରୁ ଶତାଧିକ ଭାଗନେଇଥିଲେ । ସଫଲ ଚାଷୀ ମାନଙ୍କୁ ଗୋପାଳନ ମାନପତ୍ର ସହିତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା ।
ଗଜପତି ଜିଲ୍ଲା ଇପିଏ ରୁ ଦିଲୀପ ଶତପଥି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )