ଗଜପତି ଜିଲ୍ଲା କଂଗ୍ରେସ କମିଟି ଗଠିତ

0 494

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ କିଶାନ କଂଗ୍ରେସ ଦାୟିତ୍ୱରେ ଥିବା ରଶ୍ମିରଞ୍ଜନ ପଟନାୟକ ଯୋଗଦେଇଥିଲେ । ରାଜ୍ୟ କଂଗ୍ରେସର ସମ୍ପାଦକ ଭାବେ ନିଯୁକ୍ତ ହୋଇଥିବା ପାରଳାଖେମୁଣ୍ଡି ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ କୁମାର ଅଧିକାରୀ ଓ କର୍ଯ୍ୟକାରିଣୀ ସଦସ୍ୟ ଭାବେ ନିୟୁକ୍ତ ହୋଇଥିବା ଗୁମ୍ମା ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ବେର୍ଣ୍ଣିକ ଗମାଙ୍ଗଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।

ଏହି ଅବସରରେ ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତ୍ତା ଓ ବ୍ଲକ ସଭାପତି ମାନଙ୍କ ନାମ ମୋହନା ବିଧାୟକ ଶ୍ରୀ ଗମାଙ୍ଗ ଘୋଷଣା କରିଥିଲେ । ଜିଲ୍ଲା ସଧାରଣ ସମ୍ପାଦକ ଭାବେ ଇଶ୍ୱର ମାଝି(କୁନା), ସମ୍ପାଦକ- ଜାକବ ମାଝି, ଗୋପାଳ ଦଳେଇ,ଉପସଭାପତି- ବସନ୍ତ ପଣ୍ଡା,ମଫିଏଲ ସ୍ୱାଲସିଂ,କୋଷାଧ୍ୟକ୍ଷ- ରାଧାକାନ୍ତ ରଥଙ୍କ ସମେତ ବହୁ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ । ସେହିପରି ଜିଲ୍ଲାର ସମସ୍ତ ୭ଟି ବ୍ଲକ ଓ ପାରଳାଖେମୁଣ୍ଡି ନଗର ସଭାପତି ନାମ ଘୋଷଣା କରାଯାଇଛି । ଗୋଷାଣି ବ୍ଲକ ନିମନ୍ତେ କୁରା ପରିଡା, କାଶିନଗର ବ୍ଲକ- ଶୁକାନ୍ତି ଶବର, ଗୁମ୍ମା ବ୍ଲକ- ଲଳିତ ମୋହନ ଦଣ୍ଡସେନା, ରାୟଗଡ ବ୍ଲକ-ଲବ ଶବର, ନୂଆଗଡ ବ୍ଲକ- ଜାକବ ରାଇକା, ଆର ଉଦୟଗିରି ବ୍ଲକ- ଲକ୍ଷ୍ମୀକାନ୍ତ ପାଇକ,ମୋହନା ବ୍ଲକ- ଶଙ୍କର ପ୍ରଧାନ ଓ ପାରଳାଖେମୁଣ୍ଡି ନଗର ନିମନ୍ତେ ମନୋଜ କୁମାର ସାହୁ(ବାପିଲି)ଙ୍କୁ ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ଜିଲ୍ଲା ଟିମ୍ ଆସନ୍ତା ତ୍ରିସ୍ତରୀୟ ନିର୍ବାଚନରେ ଦଳକୁ ସଫଲତା ହାସଲ କରିବାରେ ବିଶେଷ ସହାୟକ ହେବ ବୋଲି ଜିଲ୍ଲା ସଭାପତି ଦାଶରଥି ଗମାଙ୍ଗ କହିଛନ୍ତି । ଆଜିର ସଭାରେ ଅତୀତରେ ଗଜପତି ଜିଲ୍ଲା କଂଗ୍ରେସର ଅଦ୍ୱିତୀୟ ନେତା ଭାବେ ପରିଚିତ ପାରଳାଖେମୁଣ୍ଡିର ପୂର୍ବତନ ସ୍ୱର୍ଗତ ତ୍ରିନାଥ ସାହୁଙ୍କ ଫୋଟ ସଭାରେ ଲଗାଯାଇଥିବା ଫ୍ଲେକ୍ସରେ ନଥିବାରୁ କିଛି ନେତା ଓ କର୍ମୀ ପ୍ରତିବାଦ କରିନଥିଲେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ଏବିଷୟରେ ଜିଲ୍ଲା ସଭାପତିଙ୍କୁ ପଚାରିବାରୁ ସେ ଏଭଳି ଘଟଣା ପାଇଁ ଦୁଖିତ ବୋଲି କହିବା କ୍ଷମା ପ୍ରାର୍ଥନା କରିବା ସହ ଆଗାମୀ ସମୟରେ ତାର ପୁନରାବୃତ୍ତି ହେବାକୁ ଦିଆଯିବନି ଶ୍ରୀ ଗମାଙ୍ଗ ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଛନ୍ତି ।

ଗଜପତି ଇପିଏ ରୁ ଦିଲୀପ ଶତପଥୀ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.