ଗଜପତି ଜିଲ୍ଲା ଗୁମ୍ମା ପଞ୍ଚାୟତ ସମିତିର ତ୍ରିସ୍ଥରୀୟ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା ପ୍ରକାଶ ପାଇଲା ।

0 139

ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଗଜପତି ଜିଲ୍ଲା ଗୁମ୍ମା ପଞ୍ଚାୟତ ସମିତିରେ ଥିବା ୨୦ଟି ପଞ୍ଚାୟତର ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି ।୭୯ହଜାର୪୯୭ଜଣ ଜନସଂଖ୍ୟା ବସବାସ କରୁଥିବା ଗୁମ୍ମା ପଞ୍ଚାୟତ ସମିତି ୨୦ଟି ପଞ୍ଚାୟତର ୨୪୦ଟି ୱାର୍ଡକୁ ନେଇ ଗଠିତ ।୭୯ହଜାର୪୯୭ଜଣ ମଧ୍ୟରୁ ଅନୁସୂଚିତ ଜାତିର ଲୋକଙ୍କ ସଂଖ୍ୟା ୨୭୬୪,ଅନୁସୂଚିତ ଜନଜାତି ଲୋକଙ୍କ ସଂଖ୍ୟା ୬୦୩୬୭ ଓ ଅନ୍ୟାନ୍ୟ ଲୋକଙ୍କ ଜନସଂଖ୍ୟା୧୬୩୬୬ ଅଟେ ।୨୦ଟି ପଞ୍ଚାୟତ ଯଥା ଅଜୟଗଡ, ଉଖୁରା, କୁଜାସିିଙ୍ଗି, ଗାଇବା, ଗୁମ୍ମା, ଜାୀବା, ଝାମି, ଡୁମ୍ବାଡା, ତରଙ୍ଗଡା, ତରଭା, ତୁମୁଲ, ନାମନଗଡ, ପରିଡା, ବଡ କଳାକୋଟ, ବାଇଝଲ, ବୃଷଭ, ଭୂବନୀ, ମୁନିସିଙ୍ଗି,ରାଗିଡି ଓ ସେରଙ୍ଗ ପଞ୍ଚାୟତ ।୩୬୪୨ ଜନସଂଖ୍ୟା ବିଶିଷ୍ଟ ଅଜୟଗଡ ପଞ୍ଚାୟତର ସରପଞ୍ଚଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି-ମହିଳା), ୫୧୩୬ ଜନସଂଖ୍ୟା ଥିବା ଉଖୁରା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି), ୫୨୩୦ ଜନସଂଖ୍ୟା ଥିବା କୁଜାସିଙ୍ଗି ପଞ୍ଚାୟତର ସରପଞ୍ଚ ଓ ସମିତି ଆସନ (ଅନୁସୂଚିତ ଜନଜାତି-ମହିଳା) ,୪୯୬୧ ଜନସଂଖ୍ୟା ଥିବା ଗାଇବା ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି) ଓ ସମିତି ସଭ୍ୟ (ଅଣସଂରକ୍ଷିତ-ମହିଳା), ୫୪୨୭ ଜନସଂଖ୍ୟା ଥିବା ଗୁମ୍ମା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ( ଅନୁସୂଚିତ ଜନଜାତି-ମହିଳା), ୪୬୫୮ ଜନସଂଖ୍ୟା ଥିବା ଜୀବା ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି) ଓ ସମିତି ସଭ୍ୟ( ଅନୁସୂଚିତ ଜାତି-ମହିଳା) ,୪୩୯୬ ଜନସଂଖ୍ୟା ଥିବା ଝାମି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତି-ମହିଳା), ୧୪୭୧ ଜନସଂଖ୍ୟା ଥିବା ଡୁମ୍ବାଡା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି), ୫୨୯୯ ଜନସଂଖ୍ୟା ବିଶିଷ୍ଟ ତରଙ୍ଗଡା ପଞ୍ଚାୟତର ସରପଞ୍ଚଆସନ( ଅନୁସୂଚିତ ଜନଜାତି) ଓ ସମିତିସଭ୍ୟ (ଅଣସଂରକ୍ଷିତ), ୩୭୨୧ ଜନସଂଖ୍ୟା ଥିବା ତରଭା ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି-ମହିଳା) ଓ ସମିତି ସଭ୍ୟ (ଅଣସଂରକ୍ଷିତ), ୩୭୭୩ ଜନସଂଖ୍ୟା ଥିବା ତୁମୁଲ ପଞ୍ଚାୟତର ସରପଞ୍ଚ ଆସନ ( ଅନୁସୂଚିତ ଜନଜାତି) ଓ ସମିତି ସଭ୍ୟ ଆସନ ( ଅନୁସୂଚିତ ଜନଜାତି-ମହିଳା) ,୪୪୪୮ ଜନସଂଖ୍ୟା ଥିବା ନାମନଗଡ ପଞ୍ଚାୟତର ସରପଞ୍ଚ ଆସନ( ଅନୁସୂଚିତ ଜନଜାତି-ମହିଳା) ଓ ସମିତିସଭ୍ୟ ( ଅନୁସୂଚିତ ଜନଜାତି),୪୪୬୦ ଜନସଂଖ୍ୟା ଥିବା ପରିଡା ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି) ଓ ସମିତିସଭ୍ୟ ( ଅଣସଂରକ୍ଷିତ), ୩୩୮୦ ଜନସଂଖ୍ୟା ଥିବା ବଡକଳାକୋଟ ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି-ମହିଳା) ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତି), ୨୮୫୯ ଜନସଂଖ୍ୟା ଥିବା ବାଇଝଲ ପଞ୍ଚାୟତର ସରପଞ୍ଚ ଆସନ(ଅନୁସୂଚିତ ଜନଜାତି) ଓ ସମିତିସଭ୍ୟ (ଅନୁସୂଚିତ ଜନଜାତି-ମହିଳା), ୩୩୦୪ ଜନସଂଖ୍ୟା ଥିବା ବୃଷଭ ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି-ମହିଳା) ଓ ସମିତିସଭ୍ୟ (ଅନୁସୂଚିତ ଜନଜାତି),୪୮୧୦ ଜନସଂଖ୍ୟା ଥିବା ଭୂବନି ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି) ଓ ସମିତି ସଭ୍ୟ (ଅନୁସୂଚିତ ଜନଜାତି-ମହିଳା) ,୩୧୩୯ ଜନସଂଖ୍ୟା ଥିବା ମୁନିସିଙ୍ଗି ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି-ମହିଳା) ଓ ସମିତି ସଭ୍ୟ (ଅନୁସୂଚିତ ଜନଜାତି), ୨୧୩୪ ଜନସଂଖ୍ୟା ଥିବା ରାଗିଡି ପଞ୍ଚାୟତର ସରପଞ୍ଚ ଆସନ(ଅନୁସୂଚିତ ଜନଜାତି) ଓ ସମିତି ସଭ୍ୟ(ଅନୁସୂଚିତ ଜନଜାତି-ମହିଳା) ଏବଂ ୩୨୪୯ ଜନସଂଖ୍ୟା ଥିବା ସେରଙ୍ଗ ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି-ମହିଳା) ଓ ସମିତି ସଭ୍ୟ (ଅନୁସୂଚିତ ଜନଜାତି )ବର୍ଗର ପ୍ରାର୍ଥୀ ମାନଙ୍କ ନିମନ୍ତେ ସଂରକ୍ଷିତ ରହିଛି । ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନଟି (ଅନୁସୂଚିତ ଜନଜାତି-ମହିଳା) ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ରହିଛି ।

ଗଜପତି ଜିଲ୍ଲା ଇପିଏରୁ ଦିଲ୍ଲୀପ କୁମାର ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.