ଗଜପତି ଜିଲ୍ଲା ମୋହନା ପଞ୍ଚାୟତ ସମିତିର ତ୍ରିସ୍ଥରୀୟ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା ପ୍ରକାଶ ପାଇଲା ।

0 183

ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଗଜପତି ଜିଲ୍ଲା ମୋହନା ପଞ୍ଚାୟତ ସମିତିରେ ଥିବା ୩୯ଟି ପଞ୍ଚାୟତର ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି ।୧ଲକ୍ଷ୩୨ହଜାର୮୩୦ ଜନସଂଖ୍ୟା ବସବାସ କରୁଥିବା ମୋହନା ପଞ୍ଚାୟତ ସମିତି ୩୯ଟି ପଞ୍ଚାୟତର ୫୩୫ଟି ୱାର୍ଡକୁ ନେଇ ଗଠିତ ।୧ଲକ୍ଷ୩୨ହଜାର୮୩୦ଜଣ ମଧ୍ୟରୁ ଅନୁସୂଚିତ ଜାତିର ଲୋକଙ୍କ ସଂଖ୍ୟା ୫୦୬୬,ଅନୁସୂଚିତ ଜନଜାତି ଲୋକଙ୍କ ସଂଖ୍ୟା ୭୭୭୧୬ ଓ ଅନ୍ୟାନ୍ୟ ଲୋକଙ୍କ ଜନସଂଖ୍ୟା୫୦୦୪୮ ଅଟେ ।୩୯ଟି ପଞ୍ଚାୟତ ଯଥା ଅଡାବା, ଅନ୍ତରବା, ଆଲିଗଣ୍ଡା, କାଟାମା, କର୍ଚ୍ଚବାଡି, କେଶରୀଗୁଡା, ଖାରିଗୁଡା, ଗରଡମା, ଗୁରୁଝୁଲି, ଗୁଲୁବା, ଗୋବିନ୍ଦପୁର, ଚନ୍ଦ୍ରଗିରି, ଚାନ୍ଦିପୁଟ, ଚୁଡଙ୍ଗପୁର, ଜରଉ, ଜିରାଙ୍ଗ, ଡମ୍ବଗୁଡା, ଡେଙ୍ଗାସଖାଲ, ଢେପାଗୁଡା, ଦମାଦୁଆ, ଧାଡିଆମ୍ବ, ପାଣିଗଣ୍ଡା, ପିଣ୍ଡିକି, ବଡଖଣି, ବଡସିନ୍ଧବା, ବାଘମାରି, ବାଦେଗୁଡା, ବିରିକୋଟ, ମଳାସପଦର, ମାଣିକପୁର, ମାଣ୍ଡିମେରା, ମେରାପଲ୍ଲୀ, ମୋହନା, ଯୁବ, ରାଇପଙ୍କା, ଶିକୁଳିପଦର, ଲାବାରସିଂ, ଲିଲିଗଡ ଓ ଲୁହାଗୁଡି ପଞ୍ଚାୟତ ।୫୪୬୧ ଜନସଂଖ୍ୟା ବିଶିଷ୍ଟ ଅଡବା ପଞ୍ଚାୟତର ସରପଞ୍ଚଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି-ମହିଳା), ୪୪୨୦ ଜନସଂଖ୍ୟା ଥିବା ଅନ୍ତରବା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତ-ମହିଳା), ୩୬୨୫ ଜନସଂଖ୍ୟା ଥିବା ଆଲିଗଣ୍ଡା ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି-ମହିଳା) ଓ ସମିତି ସଭ୍ୟ (ଅନୁସୂଚିତ ଜନଜାତି) ,୨୮୧୧ ଜନସଂଖ୍ୟା ଥିବା କାଟାମା ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି) ଓ ସମିତି ସଭ୍ୟ (ଅନୁସୂଚିତ ଜନଜାତି-ମହିଳା), ୪୩୬୧ ଜନସଂଖ୍ୟା ଥିବା କର୍ଚ୍ଚବାଡି ପଞ୍ଚାୟତର ସରପଞ୍ଚ ଆସନ(ଅନୁସୂଚିତ ଜନଜାତି-ମହିଳା) ଓ ସମିତି ସଭ୍ୟ( ଅନୁସୂଚିତ ଜନଜାତି), ୧୮୨୫ ଜନସଂଖ୍ୟା ଥିବା କେଶରୀଗୁଡା ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି) ଓ ସମିତି ସଭ୍ୟ(ଅଣସଂରକ୍ଷିତ) ,୩୦୭୬ ଜନସଂଖ୍ୟା ଥିବା ଖାରିଗୁଡା ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି) ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତି-ମହିଳା), ୨୯୬୦ ଜନସଂଖ୍ୟା ଥିବା ଗରଡମା ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି-ମହିଳା) ଓ ସମିତି ସଭ୍ୟ (ଅନୁସୂଚିତ ଜନଜାତି), ୧୬୯୦ ଜନସଂଖ୍ୟା ଥିବା ଗୁରୁଝୁଲି ପଞ୍ଚାୟତର ସରପଞ୍ଚଆସନ( ଅନୁସୂଚିତ ଜନଜାତି) ଓ ସମିତିସଭ୍ୟ (ଅଣସଂରକ୍ଷିତ), ୪୩୯୦ ଜନସଂଖ୍ୟା ଥିବା ଗୁଲୁବା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି-ମହିଳା) , ୩୭୨୭ ଜନସଂଖ୍ୟା ଥିବା ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚଓ ସମିତି ସଭ୍ୟ ଆସନ ( ଅନୁସୂଚିତ ଜନଜାତି-ମହିଳା) ,୬୧୭୫ ଜନସଂଖ୍ୟା ଥିବା ଚନ୍ଦ୍ରଗିରି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ( ଅନୁସୂଚିତ ଜନଜାତି) ,୫୪୬୬ ଜନସଂଖ୍ୟା ଥିବା ଚାନ୍ଦିପୁଟ ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି-ମହିଳା) ଓ ସମିତିସଭ୍ୟ ( ଅନୁସୂଚିତ ଜନଜାତି), ୩୧୮୧ ଜନସଂଖ୍ୟା ଥିବା ଚୁଡଙ୍ଗାପୁର ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତ) ଓ ସମିତିସଭ୍ୟ (ଅଣସଂରକ୍ଷିତ), ୧୬୦୧ ଜନସଂଖ୍ୟା ଥିବା ଜରଉ ପଞ୍ଚାୟତର ସରପଞ୍ଚ ଆସନ(ଅନୁସୂଚିତ ଜନଜାତି) ଓ ସମିତିସଭ୍ୟ (ଅଣସଂରକ୍ଷିତ-ମହିଳା), ୩୦୫୬ ଜନସଂଖ୍ୟା ଥିବା ଜିରାଙ୍ଗ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତି-ମହିଳା), ୨୯୪୬ ଜନସଂଖ୍ୟା ଥିବା ଡମ୍ବଗୁଡା ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି) ଓ ସମିତି ସଭ୍ୟ (ଅଣସଂରକ୍ଷିତ) ,୩୦୯୨ ଜନସଂଖ୍ୟା ଥିବା ଡେଙ୍ଗାସଖାଲ ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି-ମହିଳା) ଓ ସମିତି ସଭ୍ୟ (ଅନୁସୂଚିତ ଜନଜାତି), ୧୫୦୫ ଜନସଂଖ୍ୟା ଥିବା ଢେପାଗୁଡା ପଞ୍ଚାୟତର ସରପଞ୍ଚ ଆସନ(ଅନୁସୂଚିତ ଜନଜାତି) ଓ ସମିତି ସଭ୍ୟ(ଅଣସଂରକ୍ଷିତ-ମହିଳା), ୪୦୩୩ ଜନସଂଖ୍ୟା ଥିବା ଦମାଦୁଆ ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି-ମହିଳା) ଓ ସମିତିସଭ୍ୟ(ଅନୁସୂଚିତ ଜନଜାତି) , ୧୭୮୩ ଜନସଂଖ୍ୟା ଥିବା ଧାଡିଆମ୍ବ ପଞ୍ଚାୟତର ସରପଞ୍ଚ ଆସନ(ଅନୁସୂଚିତ ଜନଜାତି) ଓ ସମିତିସଭ୍ୟ(ଅଣସଂରକ୍ଷିତ-ମହିଳା), ୪୧୩୧ ଜନସଂଖ୍ୟା ପାଣିଗଣ୍ଡା ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତି), ୨୬୮୪ ଜନସଂଖ୍ୟା ଥିବା ପିଣ୍ଡିକି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତି), ୨୦୬୦ ଜନସଂଖ୍ୟା ଥିବା ବଡଖଣି ପଞ୍ଚାୟତର ସରପଞ୍ଚା ଆସନ(ଅନୁସୂଚିତ ଜନଜାତି) ଓ ସମତିସଭ୍ୟ (ଅଣସଂରକ୍ଷିତ), ୩୫୫୮ ଜନସଂଖ୍ୟା ଥିବା ବଡସିନ୍ଧବା ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତି-ମହିଳା), ୪୧୩୨ ଜନସଂଖ୍ୟା ଥିବା ବାଘମାରୀ ପଞ୍ଚାୟତର ସରପଞ୍ଚ ଆସନ(ଅନୁସୂଚିତ ଜନଜାତି) ଓ ସମିତିସଭ୍ୟ(ଅଣସଂରକ୍ଷିତ-ମହିଳା), ୧୪୬୫ ଜନସଂଖ୍ୟା ଥିବା ବାଦେଗୁଡା ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି-ମହିଳା), ୫୯୫୭ ଜନସଂଖ୍ୟା ଥିବା ବିରିକୋଟ ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି-ମହିଳା) ଓ ସମିତି ସଭ୍ୟ (ଅନୁସୂଚିତ ଜନଜାତି), ୩୭୮୦ ଜନସଂଖ୍ୟା ଥିବା ମଳାସପଦର ପଞ୍ଚାୟତର ସରପଞ୍ଚ ଆସନ(ଅନୁସୂଚିତ ଜନଜାତି) ଓ ସମିତି ସଭ୍ୟ(ଅଣସଂରକ୍ଷିତ), ୧୫୫୬ ଜନସଂଖ୍ୟା ଥିବା ମାଣିକପୁର ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ(ଅନୁସୂଚିତ ଜନଜାତି), ୧୭୪୦ ଜନସଂଖ୍ୟା ଥିବା ମାଣ୍ଡିମେରା ପଞ୍ଚାୟତର ସରପଞ୍ଚ ଆସନ(ଅନୁସୂଚିତ ଜନଜାତି-ମହିଳା) ଓ ସମିତି ସଭ୍ୟ(ଅଣସଂରକ୍ଷିତ-ମହିଳା), ୨୯୬୧ ଜନସଂଖ୍ୟା ଥିବା ମେରାପଲ୍ଲୀ ପଞ୍ଚାୟତର ସରପଞ୍ଚ ଆସନ(ଅନୁସୂଚିତ ଜନଜାତି) ଓ ସମିତି ସଭ୍ୟ(ଅନୁସୂଚିତ ଜନଜାତି-ମହିଳା), ୭୬୬୨ ଜନସଂଖ୍ୟା ଥିବା ମୋହନା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ(ଅନୁସୂଚିତ ଜନଜାତି-ମହିଳା), ୨୩୯୪ ଜନସଂଖ୍ୟା ଥିବା ଯୁବ ପଞ୍ଚାୟତର ସରପଞ୍ଚ ଆସନ(ଅନୁସୂଚିତ ଜନଜାତି) ଓ ସମିତି ସଭ୍ୟ(ଅଣସଂରକ୍ଷିତ-ମହିଳା), ୨୭୯୧ ଜନସଂଖ୍ୟା ଥିବା ରାଇପଙ୍କା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ(ଅନୁସୂଚିତ ଜନଜାତି-ମହିଳା), ୬୫୭୨ ଜନସଂଖ୍ୟା ଥିବା ଶିକୁଳିପଦର ପଞ୍ଚାୟତର ସରପଞ୍ଚ ଆସନ(ଅନୁସୂଚିତ ଜନଜାତି) ଓ ସମିତି ସଭ୍ୟ(ଅଣସଂରକ୍ଷିତ), ୨୫୯୨ ଜନସଂଖ୍ୟା ଥିବା ଲାବାରସିଂ ପଞ୍ଚାୟତର ସରପଞ୍ଚ ଆସନ(ଅନୁସୂଚିତ ଜନଜାତି-ମହିଳା), ୨୨୪୮ ଜନସଂଖ୍ୟା ଥିବା ଲିଲିଗଡ ପଞ୍ଚାୟତର ସରପଞ୍ଚ ଆସନ(ଅନୁସୂଚିତ ଜନଜାତି-ମହିଳା) ଓ ସମିତି ସଭ୍ୟ(ଅନୁସୂଚିତ ଜନଜାତି) ଏବଂ ୩୧୮୩ ଜନସଂଖ୍ୟା ଥିବା ଲୁହାଗୁଡି ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି) ଓ ସମିତି ସଭ୍ୟ (ଅନୁସୂଚିତ ଜନଜାତି)-ମହିଳା )ବର୍ଗର ପ୍ରାର୍ଥୀ ମାନଙ୍କ ନିମନ୍ତେ ସଂରକ୍ଷିତ ରହିଛି । ମୋହନା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଆସନଟି (ଅନୁସୂଚିତ ଜନଜାତି) ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ରହିଛି ।

ଗଜପତି ଜିଲ୍ଲା ଇପିଏରୁ ଦିଲ୍ଲୀପ କୁମାର ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.