ଗଜପତି- ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ନିମନ୍ତେ ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶିତ

0 155

ଗଜପତି- ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ନିମନ୍ତେ ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶିତ,
ଆର ଉଦୟିଗିରି ଓ ନୂଆଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ସଂରକ୍ଷଣ ବ୍ୟବସ୍ଥା ବଦଳିଳା ।

ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ତ୍ରିସ୍ଥରୀୟ ପଞ୍ଚାୟତ ନିମନ୍ତେ ଚୁଡାନ୍ତ ଆସନ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଓଡିଶା ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ବିଭାଗ ପତ୍ର ସଂଖ୍ୟା-୧୬୯୭୬-ତା.୦୧.୧୦.୨୦୨୧, ୧୭୧୩୭-ତା.୦୪.୧୦.୨୦୨୧ରିଖ ଏବଂ ଗଜପତି ଜିଲ୍ଲା ପ୍ରଶାସନ ପତ୍ର ନଂ-୧୦୬୧-ତା.୦୮.୧୦.୨୦୨୧ରିଖର ପ୍ରକାଶନ ଅନୁଯାୟୀ ତା.୧୬-୧୦-୨୦୨୧ରିଖ ସୁଧା ପ୍ରାପ୍ତ ହୋଇଥିବା ଅଭିଯୋଗ ଓ ପରାମର୍ଶ ଗୁଡିକୁ ନିଆଯାଇ ଗ୍ରାମ ପଞ୍ଚାୟତ ଆଇନ ଓ ବ୍ୟବସ୍ଥା ଅନୁଯାୟୀ ପତ୍ର ନଂ- ୧୧୫୨/ତା.୨୫-୧୦-୨୦୨୧ରିଖ ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ନିମନ୍ତେ ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶିତ ହୋଇଛି । ଏହି ତାଲିକାରେ ନୂଆଗଡ ଓ ଆର ଉଦୟଗିରି ପଞ୍ଚାୟତ ସମିତିର ସଂର କ୍ଷଣ ତାଲିକାରେ ପରିବର୍ତ୍ତନ ହୋଇଛି । ପୂର୍ବରୁ ନୂଆଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନଟି (ଅନୁସୂଚିତ ଜନଜାତି ) ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ରହିଥିଲା ତାହା (ଅନୁସୂଚିତ ଜନଜାତି-ମହିଳା) ବର୍ଗ ଓ ଆର ଉଦୟିଗିର ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନଟି (ଅନୁସୂଚିତ ଜନଜାତି-ମହିଳା)ରୁ ଅନୁସୂଚିତ ଜନଜାତି) ବର୍ଗକୁ ପରିବର୍ତ୍ତନ କରାଯାଇଛି ।

ପଞ୍ଚାୟତ ସମିତି ଅଧ୍ୟକ୍ଷ(ବ୍ଲକ୍ ଚେୟାରମେନ୍‌)ଙ୍କ ସଂରକ୍ଷିତ ତାଲିକା


୧) କାଶିନଗର ପଞ୍ଚାୟତ ସମିତି- ଅନୁସୂଚିତ ଜାତି (ମହିଳା)
୨) ଗୁମ୍ମା ପଞ୍ଚାୟତ ସମିତି-ଅନୁସୂଚିତ ଜନଜାତି(ମହିଳା)
୩)ପାରଳାଖେମୁଣ୍ଡି ପଞ୍ଚାୟତ ସମିତି(ଗୋଷାଣି)-(ଅଣସଂରକ୍ଷିତ)
୪)ରାୟଗଡ ପଞ୍ଚାୟତ ସମିତି-(ଅନୁସୂଚିତ ଜନଜାତି-ମହିଳା)
୫)ନୂଆଗଡ ପଞ୍ଚାୟତ ସମିତ- (ଅନୁସୂଚିତ ଜନଜାତିି-ମହିଳା)
୬)ଆର ଉଦୟଗିରି ପଞ୍ଚାୟତ ସମିତି-(ଅନୁସୂଚିତ ଜନଜାତି)
୭)ମୋହନା ପଞ୍ଚାୟତ ସମିତି-(ଅନୁସୂଚିତ ଜନଜାତି)

ଗଜପତି ଜିଲ୍ଲା ଇପିଏରୁ ଦିଲ୍ଲୀପ କୁମାର ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.