ଗଜପତି : ପାରଳାଖେମୁଣ୍ଡି ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ଭୋଟର ତାଲିକା ସଂଶୋଧନ ନିମନ୍ତେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

0 43

ଗଜପତି : ଗଜପତି ଜିଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ଜନସାଧାରଣଙ୍କୁ ଭୋଟର ତାଲିକାର ସଂକ୍ଷିପ୍ତ ସଂଶୋଧନ ଓ ନୂତନ ମତଦାତାଙ୍କ ନାମ ସଂଯୋଗୀକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବା ନିମନ୍ତେ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ଏହି ସଚେତନତା ଶୋଭାଯାତ୍ରାକୁ ଡେପୁଟି କଲେକ୍ଟର ରାଜେନ୍ଦ୍ର କୁମାର ଭୂୟାଁ ଓ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁ ଶୁଭାରମ୍ଭ କରିଥିଲେ । ମହିଳା ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା, ରେଡକ୍ରସ ଏବଂ ଅନ୍ୟ ଛାତ୍ରୀମାନେ ନିର୍ବାଚନ କମିଶନର ଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଭୋଟର ତାଲିକାର ସଂକ୍ଷିପ୍ତ ସଂଶୋଧନ ଓ ନୂତନ ମତଦାତାଙ୍କ ନାମ ସଂଯୋଗୀକରଣ ବିଷୟରେ ଉଲ୍ଲେଖ ରହିଥିବା ଫ୍ଲେକ୍ସ ଓ ପ୍ଲାକାର୍ଡ ଧରି ସହର ପରିକ୍ରମା କରିଥିଲା । ପ୍ରଥମେ ସେମାନେ ମହିଳା ସ୍ନାତକ ବିଦ୍ୟାଳୟ ଠାରୁ ବାହାରି ମେଡିକାଲ ଛକ, ପୁରୁଣା ଫାୟାରଷ୍ଠେସନ ଛକ, ଖଞ୍ଜାସାହି ଛକ ସମେତ ସହର ପ୍ରମୁଖ ଛକ ଗୁଡିକ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରିଥିଲେ l

। ସମସ୍ତ କାର୍ଯ୍ୟକ୍ରମକୁ ଜାତୀୟ ସେବା ସଂସ୍ଥା(ଏନଏସଏସ)ର ଅଧିକାରୀ ଡ. ଭାରତୀ ପାଣିଗ୍ରାହୀ, ରେଡକ୍ରସ ଅଧିକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନ ପରଚାଳନା କରିଥିବା ବେଳେ ଅଧ୍ୟାପିକା ବରଦା ଆଚାର୍ଯ୍ୟ, ଶ୍ରୀମତି ସିଏଚ ନିର୍ମଳା, ସିଏଚ ଦୁର୍ଯ୍ୟୋଧନ, ଲାଲି ଖଡଗରାୟ ଓ ଏଲ ଅଶୋକ ପ୍ରମୁଖ ସହଯୋଗ କରିଥିଲେ ।

ଗଜପତି ଜିଲା ଇପିଏ ରୁ ଦିଲୀପ କୁମାର ଶତପଥି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.