ଗଜପତି-୨୦୨୨ ତ୍ରିସ୍ଥରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ନୂଆଗଡ ପଞ୍ଚାୟତ ସମିତିର ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଲା ।

0 43

ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଗଜପତି ଜିଲ୍ଲା ନୂଆଗଡ ବ୍ଲକରେ ଥିବା ୧୯ଟି ପଞ୍ଚାୟତର ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୫୩ହଜାର୦୬୧ଜଣ ଜନସଂଖ୍ୟା ବସବାସ କରୁଥିବା ନୂଆଗଡ ବ୍ଲକ ୧୯ଟି ପଞ୍ଚାୟତର ୨୧୪ଟି ୱାର୍ଡକୁ ନେଇ ଗଠିତ ।୫୩ହଜାର୦୬୧ଜଣ ମଧ୍ୟରୁ ଅନୁସୂଚିତ ଜାତିର ଲୋକଙ୍କ ସଂଖ୍ୟା ୨୦୬,ଅନୁସୂଚିତ ଜନଜାତି ଲୋକଙ୍କ ସଂଖ୍ୟା ୪୦୫୮୪ ଓ ଅନ୍ୟାନ୍ୟ ଲୋକଙ୍କ ଜନସଂଖ୍ୟା୧୨୨୭୧ ଅଟେ ।୧୯ଟି ପଞ୍ଚାୟତ ଯଥା ଅତରସିଂ, ଅନୁଗୁରୁ, ଉଦୟପୁର,କିରାମା,କେରଡା,ଖଜୁରୀପଦା,କେ.ଝାଲାର,ଟାଙ୍ଗିଲି,ତାବରଡ,ତିତିସିସିଂ,ନୂଆଗଡ,ପରିମଳ,ପାଇକ ଅନ୍ତରଡା,ପୁଟୁରୁପଡା,ବଡପଦା,ବେତାରସିଂ,ସମ୍ବଲପୁର,ସୁନ୍ଦରଡାଙ୍ଗ ଓ ଲୁହାଙ୍ଗର । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପତ୍ର ନଂ-୧୦୬୩ ,୧୦୬୧ ଓ ୧୦୬୫ /ତା.୮-୧୦-୨୦୨୧ରିଖର ପ୍ରକାଶନ ଅନୁଯାୟୀ ତା.୧୬-୧୦-୨୦୨୧ରିଖ ସୁଧା ପ୍ରାପ୍ତ ହୋଇଥିବା ଅଭିଯୋଗ ଓ ପରାମର୍ଶ ଗୁଡିକୁ ନିଆଯାଇ ଗ୍ରାମ ପଞ୍ଚାୟତ ଆଇନ ଓ ବ୍ୟବସ୍ଥା ଅନୁଯାୟୀ ପତ୍ର ନଂ-୧୧୪୮ ଓ ୧୧୪୬,୧୧୫୦ ଓ ୧୧୫୨/ତା.୨୫-୧୦-୨୦୨୧ରିଖ ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ନୂଆଗଡ ପଞ୍ଚାୟତ ସମିତି ନିମନ୍ତେ ପ୍ରକାଶ ପାଇଥିବା ଚୁଡାନ୍ତ ତାଲିକା ସରପଞ୍ଚ ଆସନ ଗୁଡିକର ସଂରକ୍ଷଣ ତାଲିକାରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ ଅନୁଗୁରୁ, କେରେଡାଙ୍ଗ, ଖଜୁରିପଦା, ତାବରଡା, ତିତିସିଂ, ନୂଆଗଡ, ପୁଟୁରୁପଡା, ସୁନ୍ଦରଡାଙ୍ଗ ଓ ଲୁହାଙ୍ଗର ପଞ୍ଚାୟତର ସମିତି ସଭ୍ୟ ଆସନ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀର ସଂରକ୍ଷଣ ତାଲିକାରେ ପରିବର୍ତ୍ତନ ହୋଇଛି ।୨୮୨୫ ଜନସଂଖ୍ୟା ବିଶିଷ୍ଟ ଅତରସିଂ ପଞ୍ଚାୟତର ସରପଞ୍ଚଆସନ (ଅନୁସୂଚିତ ଜନଜାତି) ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତି-ମହିଳା) ,୨୮୯୭ ଜନସଂଖ୍ୟା ଥିବା ଅନୁଗୁରୁ ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି-ମହିଳା) ଓ ସମିତି ସଭ୍ୟ ଆସନଟି (ଅଣସଂରକ୍ଷିତ-ମହିଳା),୨୨୨୬ ଜନସଂଖ୍ୟା ଥିବା ଉଦୟପୁର ପଞ୍ଚାୟତର ସରପଞ୍ଚ ଆସନଟି ଅନୁସୂଚିତ ଜନଜାତି ଓ ସମିତି ସଭ୍ୟ ଆସନ ଅନୁସୂଚିତ ଜନଜାତି(ମହିଳା) ,୨୨୩୮ ଜନସଂଖ୍ୟା ଥିବା କିରାମା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ ଅନୁସୂଚିତ ଜନଜାତି(ମହିଳା), ୨୭୨୩ ଜନସଂଖ୍ୟା ଥିବା କେରଡାଙ୍ଗ ପଞ୍ଚାୟତର ସରପଞ୍ଚ ଆସନ( ଅନୁସୂଚିତ ଜନଜାତି-ମହିଳା) ଓ ସମିତି ସଭ୍ୟ ଆସନ (ଅଣସଂରକ୍ଷିତ) ,୩୦୭୯ ଜନସଂଖ୍ୟା ଥିବା ଖଜୁରିପଦା ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି) ଓ ସମିତି ସଭ୍ୟ ଆସନ( ଅନୁସୂଚିତ ଜନଜାତି-ମହିଳା) ,୧୮୪୬ ଜନସଂଖ୍ୟା ଥିବା କେ.ଝାଲାରସିଂ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତ-ମହିଳା) ,୧୮୭୯ ଜନସଂଖ୍ୟା ଥିବା ଟାଙ୍ଗିଲିି ପଞ୍ଚାୟତର ସରପଞ୍ଚଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି), ୩୫୮୨ ଜନସଂଖ୍ୟା ବିଶିଷ୍ଟ ତାବରଡା ପଞ୍ଚାୟତର ସରପଞ୍ଚଆସନ( ଅନୁସୂଚିତ ଜନଜାତି -ମହିଳା) ଓ ସମିତିସଭ୍ୟ ଆସନ (ଅଣସଂରକ୍ଷିତ),୨୭୨୫ ଜନସଂଖ୍ୟା ଥିବା ତିତିସିଂ ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି) ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି) ,୩୯୨୧ ଜନସଂଖ୍ୟା ଥିବା ନୂଆଗଡ ପଞ୍ଚାୟତର ସରପଞ୍ଚ ଆସନ ( ଅନୁସୂଚିତ ଜନଜାତି-ମହିଳା) ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି),୨୫୯୫ ଜନସଂଖ୍ୟା ଥିବା ପରିମଳ ପଞ୍ଚାୟତର ସରପଞ୍ଚ ଆସନ( ଅନୁସୂଚିତ ଜନଜାତି) ଓ ସମିତିସଭ୍ୟ ଆସନ ଅନୁସୂଚିତ ଜନଜାତି(ମହିଳା),୪୧୪୪ ଜନସଂଖ୍ୟା ଥିବା ପାଇକ ଅନ୍ତରଡା ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି -ମହିଳା) ଓ ସମିତିସଭ୍ୟ ଆସନ( ଅନୁସୂଚିତ ଜନଜାତି),୩୨୦୨ ଜନସଂଖ୍ୟା ଥିବା ପୁଟୁରୁପଡା ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି) ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତି),୨୩୯୬ ଜନସଂଖ୍ୟା ଥିବା ବଡପଦା ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତ-ମହିଳା),୧୮୭୯ ଜନସଂଖ୍ୟା ଥିବା ବେତାର ସିଂ ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି) ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତି-ମହିଳା),୪୦୮୭ ଜନସଂଖ୍ୟା ଥିବା ସମ୍ବଲପୁର ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି-ମହିଳା) ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି) ,୧୫୦୯ ଜନସଂଖ୍ୟା ଥିବା ସୁନ୍ଦରଡାଙ୍ଗ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ(ଅନୁସୂଚିତ ଜନଜାତି) ଓ ୩୩୦୮ ଜନସଂଖ୍ୟା ଥିବା ଲୁହାଙ୍ଗର ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ(ଅନୁସୂଚିତ ଜନଜାତ-ମହିଳା) ବର୍ଗର ପ୍ରାର୍ଥୀ ମାନଙ୍କ ନିମନ୍ତେ ସଂରକ୍ଷିତ ରହିଛି । ନୂଆଗଡ ବ୍ଲକର ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନଟି (ଅନୁସୂଚିତ ଜନଜାତି-ମହିଳା) ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ରହିଛି ।

ଗଜପତି ଇପିଏରୁ ଦିଲ୍ଲୀପ କୁମାର ଶତପଥି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.