ଗଞ୍ଜାମଜିଲ୍ଲାର ୬୬ ଜଣ ଆଦିବାସୀ ଶିକ୍ଷାସହାୟକ ଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀନେଇ ବିକ୍ଷୋଭ ପ୍ରଦର୍ଶନ

0 2

ଗଞ୍ଜାମ ଜିଲ୍ଲାର ଆଦିବାସୀ ଅଧୂଷିତ ଦୁର୍ଗମଅଞ୍ଚଳରେ “କୁଇ”* *ଭାଷାର ପ୍ରଚାରପ୍ରସାର କରିବା ଲକ୍ଷ୍ୟ ପୂରଣ କେତେ ଦୂରସାର୍ଥକ ?

ରାଜ୍ୟ ସରକାର ଶିକ୍ଷାସହାୟକ ମାନଙ୍କ ପ୍ରତି ଛଟେଇ ଓ ଅଣଦେଖା ସହ ଚରମ ଅବହେଳା ଅଭିଯୋଗ ହୋଇଛି । ବହୁବାର ବହୁ ଶିକ୍ଷକ ସଂଗଠନ ମାନେ ଉଦବେଗ ପ୍ରକାଶ କରି କହି ଆସିଛନ୍ତି , ଯାହାକି ଏଭଳି ଅନେକ ବିଷୟରେ ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ବିକ୍ଷୋଭ ପ୍ରଦର୍ଶନ କରିଆସୁଥିବା ବିଷୟ ଏକ ସ୍ବଭାବିକ ହୋଇଛି । ସୂଚନାଯୋଗ୍ୟ ଯେ’ ଗଞ୍ଜାମଜିଲ୍ଲା ବହୁଭାଷୀ କନିଷ୍ଠ ଶିକ୍ଷା ସହାୟକ ସଂଙ୍ଘ ପକ୍ଷରୁ ସୋମବାର ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ପ୍ରତୀକ ଧାରଣା ଦେଇଥିଲେ । ପ୍ରକାଶ ଥାଉକି, ଆଦିବାସୀ ଅଧୂଷିତ ଅଞ୍ଚଳରେ ଗଢ଼ିଉଠିଥିବା ଶିକ୍ଷାନୁଷ୍ଠାନ ଗୁଡିକର ଅଭିବୃଦ୍ଧି, ଶିକ୍ଷାର ପ୍ରସାର ବୃଦ୍ଧି କରିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଉଦ୍ୟମ କରିଥିଲେ ।ଆଦିମ ଅଧିବାସୀ ତଥା ଗଞ୍ଜାମଜିଲ୍ଲାର ଆଦିବାସୀ ମାନଙ୍କ ପ୍ରଚଳିତ ଆଦିମଭାଷା “କୁଇ” ଭାଷାର ପ୍ରଚାର ପ୍ରସାର ସହ ” କୁଇ “ଭାଷାରେ ପାଠପଢାଇ ସମାଜର ଅଧୂନିକତା ଆଡକୁ ଅପଣେଇବା ଲକ୍ଷ୍ୟ ଓ ଉଦ୍ଦେଶ୍ୟରେ ରାଜ୍ୟ ସରକାର ୨୦୧୩ ମସିହାରେ ଏହି ବହୁଭାଷୀ ଶିକ୍ଷାର କାର୍ଯ୍ୟକ୍ରମ ନିମନ୍ତେ ଶିକ୍ଷାସହାୟକ ନିଯୁକ୍ତି ପ୍ରଦାନ କରିଥିଲେ । ସମ୍ପ୍ରତି ନିମ୍ନପ୍ରାଥମିକ ସ୍ତରରେ ” କୁଇ “ଭାଷାରୁ ଶିକ୍ଷାପ୍ରଦାନ କରିବା ସହ ଉନ୍ନୀତ ଶିକ୍ଷାସ୍ତରକୁ ଅଣାଯାଇଥାଏ । ପରେ ଉଚ୍ଚଶିକ୍ଷାରେ ଅଧୂନିକ ଓଡ଼ିଆଭାଷା ସାହିତ୍ୟ, ଇଂରାଜୀ, ହିନ୍ଦୀ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଆଦି ଶିକ୍ଷାଲାଭ କରି ଆଦିବାସୀ ଅଧୂଷିତ ଅଞ୍ଚଳର ଯୁବପିଢ଼ୀଙ୍କୁ ଉଜ୍ଵଳ ଭବିଷ୍ୟତଆଡକୁ ଆଣିବା,ଅବା ଏହି ପ୍ରୟାସ କରିଆସୁଥିବା ଶିକ୍ଷକଙ୍କୁ ଯୋଗ୍ୟତାଭିତ୍ତିକ ହୋଇ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଇ ନ ଥିବା ଏକ ବିଡମ୍ବନା ର ବିଷୟ ବୋଲି ମତପ୍ରକାଶପାଇଛି । ସଂପ୍ରତି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସବଡିଭିଜନ ଅନ୍ତର୍ଗତ ଭଞ୍ଜନଗର ବ୍ଳକ୍, ଜଗନ୍ନାଥପ୍ରସାଦବ୍ଳକ୍, ସୋରଡ଼ା ବ୍ଳକ୍, ବ୍ରହ୍ମପୁର ସବଡିଭିଜନ ଅନ୍ତର୍ଗତ ସାନଖେମୁଣ୍ଡି ବ୍ଳକ୍ ର ବିଭିନ୍ନ ବିଦ୍ୟାଳୟ ଅଧିନସ୍ଥ ଆଦିବାସୀ ସଂପ୍ରଦାୟର ପିଲାମାନଙ୍କ ଶିକ୍ଷାର ଉନ୍ନତି ଓ ଅଗ୍ରଗତି ନିମନ୍ତେ ନିମ୍ନପ୍ରାଥମିକ ସ୍ତରରୁ ” କୁଇ “ଭାଷାର ପ୍ରଚଳନ କରିବା ଏକ ଆନୁଷଙ୍ଗିକ ପ୍ରଥାର ପଦକ୍ଷେପ ରାଜ୍ୟସରକାର ନେଇଥିଲେ । ତେବେ ଆମ ଗଞ୍ଜାମରେ ୨୦୧୪ ମସିହା ମାର୍ଚ୍ଚ ମାସରେ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଜଣେ ଲେଖାଏଁ ଶିକ୍ଷକ /ଶିକ୍ଷୟିତ୍ରୀ ନିଯୁକ୍ତି ଦେଇଥିଲେ । ସେମାନେ ଭାଷା ଶିକ୍ଷକ ଭାବେ ଅବସ୍ଥାପିତ ହୋଇଥିବାର ତିନିବର୍ଷ ପରେ ତାଙ୍କୁ କନିଷ୍ଠ ଶିକ୍ଷକଭାବେ ନିଯୁକ୍ତି ଦିଆଯାଇଥିଲା । କନିଷ୍ଠ ଶିକ୍ଷକ ମାନେ ଦୀର୍ଘ ଛଅବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶିକ୍ଷକତା କାର୍ଯ୍ୟ କରି ଆସିଥିଲେ ସୁଦ୍ଧା ସେମାନେ ସିଟି, ବିଏଡ, ଏବଂ ଓଟିଇଟି ପାସ କରିଥିଲେ ମଧ୍ୟ ଆଉ ସେମାନଙ୍କ ଚାକିରୀ କରିବା ର ଆଜକୁ ଆଠବର୍ଷ ବିତିଯାଇଥିଲେ ମଧ୍ୟ ସେହି ପ୍ରାୟ ସର୍ବମୋଟ୬୬ ଜଣ ଶିକ୍ଷାସହାୟକଙ୍କୁ ନିୟମିତ ଅବା ସ୍ଥାୟୀ ନିଯୁକ୍ତି ମିଳିଳା ନାହିଁ । ବିଭିନ୍ନ ଅପନ୍ତରାରାଇଜ, ପାହାଡ଼ିଆ,ଜଙ୍ଗଲ, ଦୁର୍ଗମ ଭଳି ଅଞ୍ଚଳରେ ଭଡାଘରେ ରହି ମାତ୍ର ୯ହଜାର ଟଙ୍କାରେ ଚଳିବା ମଧ୍ୟ ଖୁବକଷ୍ଟକର ବ୍ୟାପାର ବୋଲି ଶିକ୍ଷାସହାୟକ ସଂଘ ଉଦବେଗ ପ୍ରକାଶ କରିଛନ୍ତି । ରାଜ୍ୟ ଗଣ ଶିକ୍ଷାବିଭାଗ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି । ଶିକ୍ଷାବିଭାଗର ଅଧିକାରୀ ଅବିନାଶ ଶତପଥୀ ଧାରଣା ସ୍ଥଳରେ ଶିକ୍ଷକମାନଙ୍କୁ ପଚାରି ବୁଝିଥିଲେ । ଏସମ୍ପର୍କରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବାପରେ ଶିକ୍ଷକମାନେ ଆନ୍ଦୋଳନରୁ ଓହରିଥିଲେ । ଏ ସମସ୍ୟାର ସମାଧାନ ତୁରନ୍ତ ନ ହେଲେ ଆଗାମୀ ଦିନରେ ତୀବ୍ରତର ଆନ୍ଦୋଳନ ହେବ ବୋଲି ଶିକ୍ଷା-ସହାୟକ ମାନେ ଚେତାବନୀ ଦେଇଛନ୍ତି ।

ବ୍ରହ୍ମପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.