ଗଞ୍ଜାମଜିଲ୍ଲାସ୍ତରୀୟ ମାନବାଧିକାର ପ୍ରଶିକ୍ଷଣ ଶିବିର ଓ କର୍ମଶାଳା
ବ୍ରହ୍ମପୁର :ବ୍ରହ୍ମପୁର ଗୋଶାଣୀନୂଆଗାଁ ଚାଚା ନେହେରୁ ବ୍ୟାୟାମ କେନ୍ଦ୍ରର ପରିସରରେ ଥିବା ସମ୍ମିଳନୀ କକ୍ଷରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ପକ୍ଷରୁ ଜିଲ୍ଲା ସ୍ଥରୀୟ ମାନବାଧିକାର ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଜିଲ୍ଲା ସଂଯୋଜିକା ଡ଼ଃ. ମିନାକ୍ଷୀ ଦେବୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଆବାହକ ଓ ଅଧିବକ୍ତା ଶ୍ରୀ ରାଜୀବ ପଟ୍ଟନାୟକ ଯୋଗଦେଇ ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଏଚ.ଆର.ଏଫ୍. ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ମନୋଜ ଜେନା ଯୋଗଦେଇ ସମ୍ପ୍ରତି ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ ମାନବାଧିକାର ଖୋଲା ଉଲଂଘନ ହେଉଛି ଏବଂ କୋଟିକୋଟି ଶିଶୁ ଅବହେଳାର ଶିକାର ହେଉଛନ୍ତି । ଏହାସହ ମହିଳା ଓ ମାନବଚାଲାଣକାରୀଙ୍କ ନିର୍ଯ୍ୟାତନା ବଢି ଚାଲିଛି । ମାନବ ଜାତି, ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ, ସାମାଜିକ ଓ ଅର୍ଥନୈତିକ ଅସମାନତା ଆଦି ଅନେକ ଆହ୍ୱାନ ସମ୍ମୁଖୀନ ହେଉଥିବା କହିଛନ୍ତି । ଏଣୁ ଆଜିର ଦିନରେ ସମସ୍ତେ ସଚେତନତା ସୃଷ୍ଟି କରିବା ଆପଣଙ୍କ ମାନଙ୍କ ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀ ମତ ରଖିଥିଲେ । ଜିଲ୍ଲା ଆବାହକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ (HRFI) ଶ୍ରୀ ନାରାୟଣ ମହାଙ୍କୁଡଙ୍କ ପୌରାହିତ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ପ୍ରଶିକ୍ଷକ ମାନଙ୍କୁ ପ୍ରଶିକ୍ଷିତ କରାଇଥିଲେ ।ଆୟୋଜିତ କାର୍ଯ୍ୟକ୍ରମରେ ପ୍ରେସ୍ କ୍ଲବ ବ୍ରହ୍ମପୁରର ସଭାପତି ଶ୍ରୀଯୁକ୍ତ ଗୋପାଳ ପଟ୍ଟନାୟକ, ପୂର୍ବତନ ଗଞ୍ଜାମ ଓକିଲ ସଂଘର ସଭାପତି ସୁବାଷ ଚନ୍ଦ୍ର ପାଳ, ଜିଲ୍ଲା ସହ ସଂଯୋଜକ କୁଶ କୁମାର ପ୍ରଧାନ ମଞ୍ଚାସିନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେର୍ ଏଣ୍ଡ ଶେର୍ ସାରା ମିଶ୍ର, ଦିବ୍ୟଜ୍ୟୋତି ଓପେନ ସେଣ୍ଟର ସଂଚାଳିକା ରେସ୍ମା ରାଣୀ ସେଠି, ଗଞ୍ଜାମ ପର୍ଯ୍ୟବେକ୍ଷକ ଭାବେ ଭିକାରି ନାୟକ , ସତ୍ୟ ଚେତନ ପରିଡା,ଓ ପ୍ରଶାନ୍ତ ଦାସ ଙ୍କୁ ଦାୟିତ୍ବ ଦିଆଯାଇଥିଲା । ଏନ. ଆର.ଡି.ଓ ର ନିର୍ଦ୍ଦେଶକ ଚିନ୍ମୟ କୁମାର ନାୟକ, ସେବା ଅନୁଷ୍ଠାନ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ବେହେରା, ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟର ନିର୍ଦ୍ଦେଶକ ଆଲୋକ କୁମାର ପଟ୍ଟନାୟକ, ଦିବ୍ୟଜ୍ୟୋତି ସେବା ସଦନର ଜୟ ବାବୁ, ସୂର୍ଯ୍ୟ ନାରାୟଣ ବେହେରାଙ୍କ ସହ ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ପ୍ରଶିକ୍ଷକ ଯୋଗଦେଇଥିଲେ । ଶେଷରେ ଅଧିବକ୍ତା ସଂଗ୍ରାମ କୁମାର ପ୍ରଧାନ ସମସ୍ତ ଉପସ୍ଥିତ ଅତିଥି ଓ କର୍ମି କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ବ୍ରହ୍ମପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )