ଗଞ୍ଜାମ ଜିଲ୍ଲାରେ ବିଶ୍ଵ ମତ୍ସ୍ୟ ଦିବସ ୨୦୨୧ ପାଳିତ
ବ୍ରହ୍ମପୁର:ଚଳିତ ନଭେମ୍ବର ୨୧ ତାରିଖ ଦିନ ବିଶ୍ଵ ମତ୍ସ୍ୟ ଦିବସ ସମଗ୍ର ବିଶ୍ଵରେ ପାଳିତ ହୋଇଯାଇଛି । ଏଇ ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲା ଭଳି ଗଞ୍ଜାମ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ବ୍ରହ୍ମପୁର ସ୍ଥିତ କାର୍ଯ୍ୟ।ଳୟ ପରିସରରେ ରବିବାର ଦିନ କୋଭିଡ କଟକଣା ମଧ୍ୟରେ ଏହି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମତ୍ସ୍ୟ ବିଭାଗର ଅନେକ ପଦାଧିକାରୀ, ମତ୍ସ୍ୟ ଚାଷୀ, ଚିଙ୍ଗୁଡି ଚାଷୀ, ମତ୍ସ୍ୟ ଉଦ୍ୟୋଗୀ ତଥା ମତ୍ସ୍ୟଜୀବୀ ଉପସ୍ଥିତ ଥିଲେ । ଏଥିରେ ଗଞ୍ଜାମ ଅଞ୍ଚଳ ମତ୍ସ୍ୟ ଉପନିର୍ଦ୍ଦେଶକ ହେମନ୍ତ କୁମାର ଦାସ ମୁଖ୍ୟ ଅଥିତି ଭାବେ ଯୋଗଦେଇଥିବା ବେଳେ, ଗଞ୍ଜାମ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସ। ଅଧିକାରୀ ଡଃ ଦେବରାଜ ବେହେରା, ଗଞ୍ଜାମ ଜିଲ୍ଲା ମତ୍ସ୍ୟ ଅଧିକାରୀ ନିମାଇଁ ଚରଣ ବସ୍ତିଆ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ସରିଫ ଅହମ୍ମଦ, ଚେନ୍ନାଇ ସ୍ଥିତ ସିଏଏର ଡଃ ଟି ଭିରାମଣି ପ୍ରମୁଖ ଉପସ୍ଥିତ ଥିଲେ । ମତ୍ସ୍ୟ ସମ୍ପଦର ଅଭିବୃଦ୍ଧି ସହ ମତ୍ସ୍ୟ ଚାଷୀଙ୍କ ମୌଳିକ ସୁବିଧା ପ୍ରତି ଦ୍ରୁଷ୍ଟି ଦେବାକୁ ଏଠାରେ ଗୁରୁତ୍ଵ ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଚଳିତ ଅନେକ ଜନକଲ୍ୟାଣକାରୀ ଯୋଜନା ଗୁଡିକ ବିଷୟରେ ଏଠାରେ ଉପସ୍ଥିତ ଚାଷୀମାନଙ୍କୁ ଅବଗତ କରାଯାଇଥିଲା । ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଆମ ରାଜ୍ୟ ତଥା ଗଞ୍ଜାମ ଜିଲ୍ଲାର ଭୂମିକାକୁ ଏଠାରେ ଉଚ୍ଚ ପ୍ରଶଂସା କରଯାଇଥିଲା । ଆଗାମୀ ଦିନରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଆମ ରାଜ୍ୟକୁ ସ୍ଵାବଲମ୍ବନଶୀଳ କରାଇବାର ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ଏଠାରେ ସମସ୍ତଙ୍କୁ ଆହ୍ଵାନ ଦିଆଯାଇଥିଲା ।
ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )