ଗଞ୍ଜାମ ଜିଲ୍ଲା ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ

0 10

ଗଞ୍ଜାମ ଜିଲ୍ଲା ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଓ ଗଂଜାମ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ବିନିତା ସେନାପତିଙ୍କ ସହ ଜିଲ୍ଲାର ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ଓ ତାର ତୁରନ୍ତ ସମାଧାନ ସମ୍ପର୍କରେ ବିଶଦ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଆଲୋଚନାରେ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟଗୁଡିକର ଷ୍ଟାଫ ଓ କମିଟି ସ୍ବୀକୃତି ପ୍ରଦାନ, ମୃତ୍ୟୁକାଳୀନ ଅନୁକମ୍ପା ରାଶି ପ୍ରଦାନ, ହିନ୍ଦୀ ଶିକ୍ଷକମାନଙ୍କୁ ୪୮ ବର୍ଷ ପରେ TGT ଦରମା ପ୍ରଦାନ, ଏଲିମେଣ୍ଟାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ 5ମ(କ)ରୁ (ଖ) ପଦୋନ୍ନତି ପ୍ରଦାନ,୧୯୯୬ ମସିହାରେ ନିଯୁକ୍ତ ସମସ୍ତ ପ୍ରାଥମିକ ଶିକ୍ଷକ ମାନଙ୍କର 27.11.1996 ତାରିଖକୁ ପ୍ରଥମ ନିଯୁକ୍ତି ଭାବେ ଗ୍ରହଣ କରିବା, ଷ୍ଟେପ ଅପ ପ୍ରଦାନ କରେଇବା, JT ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ୨୦୧୯ ରୁ ୨୦୨୧ ରେଗୁଲାର ହେବା ପରେ ବକେୟା ଦରମା ପ୍ରଦାନ, ଜିଲ୍ଲା ଅଫିସରୁ ବଦଳି ହୋଇଥିବା କିରାଣୀମାନଙ୍କୁ ନିଜ ନିଜ ଜାଗାରେ ନିୟମିତ ଭାବେ ନିଯୁକ୍ତ ସ୍ଥାନରେ କାର୍ଯ୍ୟ କରିବା ସହ ଅଯଥାରେ ଜିଲ୍ଲା ଅଫିସକୁ ନ ଆସିବ ପାଇଁ ନିର୍ଦ୍ଦେଶ ଦେବା, ସହ ବିଭିନ୍ନ ସମୟରେ ଶିକ୍ଷକ ମାନଙ୍କ ବକେୟା ଦରମା ତୁରନ୍ତ ପ୍ରଦାନ କରିବା ପ୍ରଭୁତି ସ୍ଥାନ ପାଇଥିଲା। ଜିଲ୍ଲା ଶିକ୍ଷାଧିକାରିଣୀ ନିର୍ଭର ପ୍ରତିଶ୍ରୁତି ଦେବା ସହ ସମସ୍ତ ଶିକ୍ଷକ ସହଯୋଗ ଓ କର୍ତ୍ତବ୍ୟ ପାରାୟଣ ହୋଇ କାମ କରି ଜିଲ୍ଲା ପାଇଁ ଖ୍ୟାତି ଆଣିବା ପାଇଁ ଆଶା କରି ଖୁବ ଶ୍ରୀଘ ସବୁ ସମସ୍ୟାର ସମାଧାନ କରିବା ପାଇଁ କହିଥିଲେ। ଆଲୋଚନାରେ ବିଜୟ କୁମାର ବେହେରା, ହିମାଂଶୁ ପଟ୍ଟନାୟକ, ନିରଞ୍ଜନ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ, ପଞ୍ଚାନନ ତ୍ରିପାଠୀ, ଭିକାରୀ ଗୌଡ଼, ଜିତେନ୍ଦ୍ର ପଟ୍ଟନାୟକ ପ୍ରଭୁତି ଅଂଶ ଗ୍ରହଣ କରିଥିଲେ।

ଗଞ୍ଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.