ଗଣମାଧ୍ୟମ ଏବଂ ହିତାଧିକାରୀଙ୍କ ପାଇଁ ଜିଲ୍ଲା ସ୍ତରୀୟ କର୍ମଶାଳା

0 10

ବ୍ରହ୍ମପୁର : ସେଭ୍ ଦା ଚିଲଡ୍ରେନ , ପି.ପି.ଏଚ.ଫ ଏବଂ ୟୁନିଲିଭର ର ମିଳିତ ଅନୁକୂଲ୍ୟ ରେ ହାଇଜେନିକ ବିହେଭିୟର ଚେଞ୍ଜ କୋଲାଇଜନ ପ୍ରକଳ୍ପ ଅଧୀନରେ ମିଡିଆ ଏବଂ ହିତାଧିକାରୀଙ୍କ ପାଇଁ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ରାଜସ୍ବ ଡାକ ବଙ୍ଗଳା ଆଙ୍କୁଲି ବ୍ରହ୍ମପୁର ଠାରେ ଆୟୋଜିତ ହୋଇଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏବଂ ୫ ବର୍ଷ ରୁ କମ୍ ଶିଶୁଙ୍କ ମାଁ ଓ ଶିଶୁମାନଙ୍କ ମଧ୍ୟରେ ସାବୁନରେ ହାତ ଧୋଇବାର ଅଭ୍ୟାସରେ ପରିବର୍ତ୍ତନ ଆଣିବା । ସଂକ୍ରମଣକୁ ହ୍ରାସ କରିବା ପାଇଁ ହାତର ସ୍ଵଚ୍ଛତା ହେଉଛି ପ୍ରାଥମିକ ପଦକ୍ଷେପ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ( ଡ଼ବ୍ଲ୍ୟୁଏଚଓ ) ଦ୍ୱାରା ହାତର ସ୍ଵଚ୍ଛତାରେ ଗୁରୁତ୍ବ ଏବଂ ଏହାର ବହୁଳ ପ୍ରଚାର ନିମନ୍ତେ ବିଭିନ୍ନ ପ୍ରକାର ରଣନୀତି ପ୍ରସ୍ତୁତ କରାଯାଇଛି ଏବଂ” ସମ୍ପୂର୍ଣ ସ୍ଵଚ୍ଛତା ହିଁ ସୁରକ୍ଷାରେ ମୂଳ” ବୋଲି କୁହାଯାଇଛି | କୋରନା, ଡାଇରିଆ, ନିମୋନିଆ ମୃତ୍ୟୁ ସହିତ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ଦର ହ୍ରାସ କରିବା ପାଇଁ ଅତି କାମ ଖର୍ଚରେ ସାବୁନରେ ହାତ ଧୋଇବା ଜରୁରୀ ବୋଲି ଆଲୋଚନା ଚକ୍ର ହୋଇଥିଲା । ଗ୍ଲୋବାଲ ରିପୋର୍ଟରୁ ଜଣାଯାଏ ପ୍ରତି ବର୍ଷ ୫ ଲକ୍ଷରୁ ଉର୍ଦ୍ଧ୍ବ ୫ବର୍ଷରୁ କମ୍ ବୟସର ଶିଶୁର ମୃତ୍ୟୁ ଡାଇରିଆ ଓ ନିମୋନିଆ ଦ୍ବାରା ଘଟିଥାଏ । ବିଶ୍ଵର ପ୍ରତି ୨୩ ସେକେଣ୍ଡରେ ଗୋଟିଏ ଶିଶୁର ମୃତ୍ୟୁ ଘଟିଥାଏ ଓ ଏହା ହାତର ସ୍ଵଚ୍ଛତା ଦ୍ଵାରା ଏହାକୁ ହ୍ରାସ କରାଯାଇ ପାରେ । ୪୦% ଶିଶୁମୃତ୍ୟୁ ପ୍ରଥମ ୨୮ ଦିନ ମଧ୍ୟରେ ହୋଇଥାଏ । ପ୍ରତି ବର୍ଷ ସାରା ବିଶ୍ୱରେ ୨୫ ଲକ୍ଷ ଶିଶୁ ମୃତ୍ୟୁ ଘଟିଥାଏ ଯାହାକି ପ୍ରତିଦିନ ହାରାହାରି ୭୦୦୦ ଶିଶୁ ମୃତ୍ୟୁ କେବଳ ଭାରତରେ ଏବଂ ୩୩ % କେବଳ ସଂକ୍ରମିତ ରୋଗର ଶିକାର ହୋଇଥାନ୍ତି | ସଂକ୍ରମଣ ଏବଂ ନିମୋନିଆ ଜନିତ ମୃତ୍ୟୁକୁ କେବଳ ଏକ ଛୋଟ ପରିବର୍ତ୍ତନ, ସାବୁନରେ ହାତ ଧୋଇବା ଦ୍ବାରା ରୋକିପାରିବ ବୋଲି କୁହାଯାଇଥିଲା | ଏହାଛଡା ସଂକ୍ରମଣ ଏବଂ ନିମୋନିଆ ଜନିତ ମୃତ୍ୟୁକୁ କେବଳ ଏକ ଛୋଟ ପରିବର୍ତ୍ତନ, ସାବୁନରେ ହାତ ଧୋଇବା ଦ୍ବାରା ରୋକିପାରିବା ବୋଲି ମତ ରଖାଯାଇଛି । ନିମୋନିଆ ଏବଂ ଡାଇରିଆ ଜନିତ ମୃତ୍ୟୁ ହ୍ରାସ କରିବା ଏଥିସହିତ ବର୍ତ୍ତମାନ କୋଭିଡ – ୧୯ ମହାମାରୀ ସମୟରେ ସଚେତନତା ନିମନ୍ତେ ଗଣାମାଧ୍ୟମ ଏକ ଗୁରୁତ୍ୱ ପୁର୍ଣ ଭୂମିକା ଗ୍ରହଣ କରି ଆସୁଥିବାରୁ ଗଣମାଧ୍ୟମକୁ ସମାଜର ଦର୍ପଣ ତଥା ଏହାକୁ ସମାଜର ଚତୁର୍ଥ ସ୍ତମ୍ଭ ମଧ୍ୟ କୁହାଯାଇଛି । ଗାଁ ମାନଙ୍କ ହାତଧୂଆ ଅଭ୍ୟାସରେ ପରିବର୍ତନ ଆଣିଲେ ସଂକ୍ରମଣ ଜନିତ ରୋଗକୁ କମ୍ ହୋଇପାରିବ । ୫ ବର୍ଷରୁ କମ୍ ଶିଶୁ ଙ୍କ ମାଁ ଓ ଶିଶୁ ମାନଙ୍କ ମଧ୍ୟ ସାବୁନରେ ହାତଧୁଆ ଅଭ୍ୟାସ ରେ ପ୍ରାମାଣିକ ପରିବର୍ତ୍ତନ ଆଣିବା ଏଚବିସିସି ପ୍ରକଳ୍ପ ର ଏକ ଉଦ୍ଧେଶ୍ୟ ରହିଛି । ଏହି ପ୍ରକଳ୍ପ ମାଧ୍ୟମରେ ଏହିପରି ସମସ୍ୟାର ସମାଧାନ ତଥା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଅଧିକ ପ୍ରଭାବ ସୃଷ୍ଟି କରିବାକୁ ବିଭିନ୍ନ ପଛା, ରଣନୀତି ଗ୍ରହଣ କରାଯାଇଛି ଏବଂ ବିଭିନ୍ନ ସ୍ତରରେ କାର୍ଯ୍ୟକାରୀ କରାଯାଇଛି । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଉପ ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ୱସନ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି କୋବିଡ଼-୧୯ ର ବିସ୍ତାରକୁ ରୋକିବା ଏବଂ ହାତ ଧୋଇବାକୁ ପ୍ରୋତ୍ସାହିତ କରିବା ପାଇଁ ଜନସଚେତନତାକୁ ତ୍ବରାନ୍ବିତ କରିଥିଲେ | ଏହି କର୍ମଶାଳାର ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧୀମାନେ ଅଂଶଗ୍ରହଣ କରିଥିଲେ ଏବଂ ସମ୍ମାନିତ ଅତିଥୀ ଭାବରେ ବରିଷ୍ଠ ସାମ୍ବାଦିକ ଶ୍ରୀ ମନୋଜକାନ୍ତ ଦାସ , ବ୍ରହ୍ମପୁର, ବରିଷ୍ଠ ସାମ୍ବାଦିକ ଶ୍ରୀ ଗୋପାଳ ପଟ୍ଟନାୟକ, ନାରାୟଣ ମହାଙ୍କୁଡ, ସତ୍ୟ ଚେତନ ପରିଡା, ବିଶ୍ୱନାଥ ମାରଣା, ରାଜା ରାଓ, ସୁଦୀପ ସାହୁ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଶ୍ରୀମତୀ ସୁରେଖା ମଲ୍ଲିକ, ଶ୍ରୀମତୀ ପୁଷ୍ପାଞ୍ଜଳି ମିଶ୍ର ସିଡ଼ିପିଓ ବ୍ରହ୍ମପୁର, ଶ୍ରୀମତୀ ଗୀତାଞ୍ଜଳି ପାଣିଗ୍ରାହୀ ସିଡ଼ିପିଓ ଚିକିଟି ବ୍ଲକ, ସ୍କୁଲ ଶିକ୍ଷକ, ମାଁ ଏବଂ ଶିଶୁ ଚାମ୍ପିଅନ୍ ଯୋଗ ଦେଇଥିଲେ | ଏଚବିସିସି ପ୍ରକଳ୍ପ ସଂଯୋଜକ ବିଦ୍ୟାଧର ମେହେର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ପ୍ରକଳ୍ପର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ |

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.