ଗଣେଷ ପୂଜା କୁ ନେଇ ବିବାଦ
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଗ୍ରାମ ପଂଚାୟତ ନାଲମାଲିକ ପାଟଣା ଗ୍ରାମରେ ରେ ଗଣେଷ ପୂଜା କୁ ନେଇ ଦେଖା ଦେଇଛି ବିବାଦ l ବ୍ଲକ ପ୍ରଶାସନ ର ନିର୍ଦେଶ କ୍ରମେ ମଙ୍ଗଳପୁର ପୋଲିସ ଗଣେଷ ପୂଜା ଉପରେ ରୋକ ଲଗାଇଛି, ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l ସୂଚନା ଯୋଗ୍ୟ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଲାଗିରହିଛି, ଅପର ଗୋଷ୍ଠୀ ଏହି ପୂଜା କୁ ବିରୋଧ କରିବାରୁ ମାମଲା ଥାନା କୁ ଯାଇଥିଲା l ଶେଷରେ ଏହି ଘଟଣା କୁ କେନ୍ଦ୍ର କରି ଗ୍ରାମବାସୀ ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର ଙ୍କୁ ଭେଟିଥିଲେ l ସେଠାରୁ ପୂଜା କରିବା ଲାଗି ସମ୍ମତି ମିଳିବା ପରେ ମୂର୍ତ୍ତି କାର୍ଯ୍ୟ ତଥା ପୂଜା କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା, ହେଲେ ହଠାତ ଗଣେଶ ପୂଜା ପୂର୍ବ ରାତି 11 ଟା ସମୟ ରେ ମଙ୍ଗଳପୁର ଥାନା ପକ୍ଷରୁ ଆସି ସନ୍ତୋଷ ସିଂ ଗ୍ରାମରେ ପହଂଚି ଏହି ପୂଜା ଉପରେ ରୋକ ଲଗାଇଥିଲେ ଏବଂ ଏହାକୁ ବନ୍ଦ କରିବାକୁ ଦଶରଥପୁର BDO ଙ୍କୁ ନିର୍ଦେଶ ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି l ଯାହାକୁ ନେଇ ସ୍ଥାନୀୟ ମହିଳା, ଏବଂ ଛୋଟ ପିଲାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି l
ଯାଜପୁର ଜିଲା ଇପିଏ ରୁ ସୀତାଂଶୁ ଶେଖର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )