ଗାଡି ପାର୍କିଙ୍ଗକୁ ନେଇ ଡାକ୍ତରଙ୍କ ଉନ୍ନମୁତ କାଣ୍ଡ

0 12

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଦୃଶ୍ୟ। ଗାଡି ପାର୍କିଂ କୁ ନେଇ ଜଣେ ଡାକ୍ତର ମେଡିକାଲରେ ଡ୍ୟୁଟି କରୁଥିବା ସିକ୍ୟୁରିଟି ଓ ପୋଲିସ କୁ ଲୁହା ରଡରେ କଲେ ଆକ୍ରମଣ। ମଦ୍ୟପାନ କରି ଡାକ୍ତର ଜଣକ ଏଭଳି କାଣ୍ଡ ଭିଆଇଥିବା ବେଳେ ମେଡିକାଲରେ କିଛି ସମୟ ଧରି ଆତଙ୍କ ସୃଷ୍ଟି ହୋଇଥିଲା। ତେବେ ମେଡିକାଲ ଭିତରକୁ ସମସ୍ତ ଯାନ ପ୍ରବେଶ ଉପରେ କଟକଣା ଥିବାବେଳେ ହସପିଟାଲର ବାହାରେ ଗାଡି ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହି ଡାକ୍ତର ଜଣକ ମେଡିକାଲ ଭିତରକୁ ତାଙ୍କ ସ୍କୁଟି ଆଣିଥିବା ବେଳେ ଡ୍ୟୁଟି ରେ ଥିବା ସିକ୍ୟୁରିଟି ଗାର୍ଡ ଏହାକୁ ବାରଣ କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ଯୁକ୍ତିତର୍କ ହୋଇଥିଲା।

ଏନେଇ ଡାକ୍ତରଙ୍କ ହାତରୁ ଲୁହା ରଡ ଛଡାଇ ଆଣିବାକୁ ଜଣେ ପୋଲିସ କର୍ମଚାରୀ ଉଦ୍ୟମ କରୁଥିବା ବେଳେ ଡ଼ାକ୍ତର ଜଣକ ଉତକ୍ଷିପ୍ତ ହୋଇ ଉଭୟଙ୍କୁ ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ଥିବା କିଛି ଲୋକେ ଡାକ୍ତରଙ୍କୁ କାବୁ କରିବା ସହ ତାଙ୍କ ହାତରୁ ଲୁହା ରଡ ଛଡାଇ ଆଣିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଡ଼ାକ୍ତରଙ୍କ ପରିଚୟ ମିଳିପାରିନାହିଁ। ତେବେ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୋସିଆଲ ମିଡ଼ିଆ ରେ ଦାବି ଜୋର ଧରିଛି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.