ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ

0 14

ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଳକ ରେ ଯାଉଥିବା ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ର ସଭାଗୃହ ଠାରେ ସରପଞ୍ଚ ଶ୍ରୀମାନ ଅଭିମନ୍ୟୁ ବରିହା ଙ୍କ ଅଧ୍ୟକ୍ଷତାରେ ଗାନ୍ଧୀ ଜୟନ୍ତୀ ଅବସର ରେ ସରକାର ଙ୍କ ନିୟମାନୁସାରେ ଗ୍ରାମସଭା ର ଆୟୋଜନ ହୋଇଥିଲା lପ୍ରାରମ୍ଭେ ଶ୍ରୀମାନ ବରିହା ମୋହନଦାସ କରମଚାନ୍ଦ ଗାନ୍ଧୀ ଙ୍କ ଫଟୋଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୀପ ପ୍ରଜ୍ବଳନ କରି ତାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ l ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ସୁସ୍ଥ ପରିବେଶ ସୁସ୍ଥ ସମାଜ ଉପରେ ଉପସ୍ଥିତ ଜନସାଧାରଣ ଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ l

ମହିଳା ସ୍ବାସ୍ଥ୍ୟକର୍ମୀ କୋଭିଡ ର ଭୟ ବର୍ତ୍ତମାନ ପର୍ଯ୍ୟନ୍ତ ଆୟତ୍ତଧିନ ହୋଇ ନାହିଁ ଏଣୁ ସମସ୍ତଙ୍କୁ ମୋର ଅନୁରୋଧ ଏହିକି ସୁସ୍ଥ ପରିବେଶ ସହିତ ନିଜେ ନିଜକୁ ସଚେତନ ହୋଇ ସବୁ ସମୟ ରେ ମାକ୍ସ ପରିଧାନ ସାମାଜିକ ଦୂରତା ପାଳନ ଇତ୍ୟାଦି ସରକାର ଙ୍କ ନିର୍ଦ୍ଦେଶନାମା କୁ ସୁ ଚାରୁଋପେ ପାଳିବାକୁ ଆହ୍ୱାନ ଦେଇଥିଲେ l ପଞ୍ଚାୟତ ଅଧିନରେ ଆସୁଥିବା ଲହଙ୍ଗୀର,ମହୁଲ ପାଲି,ବୁକୁରାମୁଣ୍ଡା,ପଲସାନୀ,କୁର୍ରିଚୁଆଁ ଗ୍ରାମ ର ସମସ୍ତ ଓ୍ୱାର୍ଡମେମ୍ବର, ସର୍ବସାଧାରଣ ଙ୍କ ଉପସ୍ଥିତି ରେ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଗ୍ରାମ ମାନଙ୍କ ଅସୁବିଧା ବିଷୟ ରେ ସରପଞ୍ଚ ଙ୍କ ଜ୍ଞାତ କୁ ଅଣାଯାଇ ରିଜୋଲେସନ କରି ପାଇକମାଳ ବି.ଡି.ଓ ଙ୍କ ପାଖକୁ ପଠାଇଦିଆଗଲା lଏ ଅବସର ରେ ପଞ୍ଚାୟତ ରେ କାର୍ଯ୍ୟରତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୋଜରାଜ ଭୋଇ,ବୁକୁରାମୁଣ୍ଡା ସ୍ୱାସ୍ଥ୍ୟ ଉପକେନ୍ଦ୍ର ର ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ କବିତାଞ୍ଜଳୀ ଦାଶ,ଗ୍ରାମ ରୋଜଗାର ସେବକ ମହାନନ୍ଦ ପ୍ରଧାନ ମଞ୍ଚାସିନ ଥିବାବେଳେ, କୃଷକ ସାଥି ଇଶ୍ୱର ପ୍ରଧାନ, ଗ୍ରାମ ସାଥି ଅଶୋକ ବେହେରା,ଯୋଗାଣ ସହାୟକ ଋକ୍ମୁଣୀ ବରିହା,ସମସ୍ତ ଓ୍ୱାର୍ଡମେମ୍ବର ଏବଂ ପଞ୍ଚାୟତ ର ଜନସାଧାରଣ ଉପସ୍ଥିତ ଥିଲେ l

ପଦ୍ମପୁର ଇପିଏ ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.