ଗୁଗୁଲ ମିଟ୍ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ”ସ୍ରଷ୍ଟାଙ୍କ ସହ ଆଳାପ”
ଗୁଗୁଲ ମିଟ୍ ମାଧ୍ୟମରେ ତ୍ରିଧାରା ସାହିତ୍ୟ ସଂସଦ ଵ୍ରହ୍ମପୁର ଗଞାମ,ଓଡିଶା ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ”ସ୍ରଷ୍ଟାଙ୍କ ସହ ଆଳାପ”ରେ ଏଥର ସ୍ରଷ୍ଟାଭାବେ ଡକ୍ଟର ସୌଭାଗ୍ୟ କୁମାର ମିଶ୍ର ଯୋଗଦାନ କରି ନିଜର ଅନୁଭୁତି ଓ କବିତା ଲେଖିବାର କଳା ସମ୍ପର୍କରେ ଵକ୍ତଵ୍ୟ ପ୍ରଦାନକରିଥିଲେ।
ଆଲୋଚକ ଭାବେ ଦେଵଦାସ ଛୋଟରାୟ ଅମରେଶ ପଟ୍ଟନାୟକ ପ୍ରକାଶ ମହାପାତ୍ର ଯୋଗଦେଇ କବି ମିଶ୍ରଙ୍କ ଵ୍ୟକ୍ତିଗତ ଜୀଵନୀ ସାହିତ୍ୟକୁ ବର୍ଣ୍ନନା କରିବାସହ କହନ୍ତି ସେ କେଵଳ କଵି ନୁହନ୍ତି ‘କଥା ଚାରିପଦ’ ଏକ ଅନୁଭୁତିମୂଳକ ଗଦ୍ୟ ସାହିତ୍ୟ ଵି ରହିଛି,ସେ କଵିତା ଲେଖନ୍ତି ନାହିଁ, କଵିତା ଆସି ଲେଖି ହୋଇଯାଏ । ସଭାମୁଖ୍ୟ ଡକ୍ଟର ପ୍ରମୋଦ ଦ୍ଵିଵେଦୀ କବିଙ୍କ ସମଗ୍ର କଵିତା ସମ୍ପର୍କରେ କହିଲେ ଯେ କବିତାଗୁଡିକ ସ୍ଵତନ୍ତ ଓ କୋଣାର୍କ ସଦୃଶ୍ୟ।
ସୌଭାଗ୍ୟ କୁମାର ମିଶ୍ରଙ୍କ କବିତା ଆଵୃତ୍ତି ମମତା ଦାଶ, ଭୁଵନେଶ୍ବର(ସକାଳ) ଭାଗୀରଥୀ ମିଶ୍ର ବଲାଙ୍ଗିରୀ(ଦୁଃଖ) ଗୋଲକ ଆଚାର୍ଯ୍ୟ କେନ୍ଦୁଝର( ଅରୁପ)
ସୁରେଶ ନାୟକ,ପଣ୍ଡିଚେରୀ( ଅସ୍ତ) ସୁଜତା ମିଶ୍ର ଢେଙ୍କାନାଳ(ଡାକ) ଅଖିଳ ନାୟକ, ଭବାନୀପାଟଣା (ଏଠି ସତ୍ୟାଭାମା) ଶକ୍ତି ମହାନ୍ତି କଟକ(ମାଲକାନଗିରି)
ପବିତ୍ରମୋହନ ଦାଶ,ପୁରୀ(ବାନର ମକର କଥା) ଅନୁପ ମିଶ୍ର ଵ୍ରହ୍ମପୁର (ଉତ୍ତାରାଖଣ୍ଡ) ନିଖିଳେଶ ମିଶ୍ର ନୃଆଦିଲ୍ଲୀ(ସୋମନାଥ ) ଅରୂପାନନ୍ଦ ପାଣିଗାହୀ ପଶ୍ଚିମଵଙ୍ଗ( ନିଵେଦନ) ସଂଯୋଜନା ଓ ସ୍ଵାଗତଭାଷଣ ସମ୍ପାଦକ ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ ଅତିଥି ପରିଚୟ ଆବାହକ ଡକ୍ଟର ପ୍ରଣଵାନନ୍ଦ ପାଟଯୋଶୀ
ଧନ୍ୟବାଦ ସହସମ୍ପାଦକ ଲୋକନାଥ ନାୟକ ପ୍ରଦାନ କରିଥିଲେ,ଏଥିରେ 80ରୁ ଉର୍ଧ ଯୋଗଦାନ କରିଥିଲେ। ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ ସମ୍ପାଦକ ତ୍ରିଧାରା ସାହିତ୍ୟ ସଂସଦ, ଵ୍ରହ୍ମପୁର,ଗଞାମ।
ଗଞ୍ଜାମ ଜିଲ୍ଲା ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )