ଗୁଣିଗାରେଡି ସନ୍ଦେହରେ ଟ୍ରିପଲ ମର୍ଡର ମାମଲା : ନଅ ଜଣଙ୍କ ମୃତ୍ୟୁ ଦଣ୍ଡାଦେଶ

ଗୁଣପୁର ଅତିରିକ୍ତ ଜିଲ୍ଲା ତଥା ସେସନ୍ସ ଜଜ୍ ୨୦୧୬ ମସିହାରେ ରାୟଗଡା ଜିଲ୍ଲାରେ ଏକ ଟ୍ରିପୁଲ ମର୍ଡର ମାମଲା ବିଷୟରେ ୨୦୧୯ ମସିହାରେ ନଅ ଜଣ ଅଭିଯୁକ୍ତଙ୍କୁ ଦିଆଯାଇଥିବା ଫାସିରେ ମୃତ୍ୟୁଦଣ୍ଡ ରାୟକୁ ନେଇ ତା:୨୧/୧୦/୨୧ରିଖ ଗୁରୁବାର ଦିନ ରାୟଗଡା ଜିଲ୍ଲା ରାୟଗଡା ଜିଲ୍ଲା ଜଜ ସମର୍ଥନ କରି ଟ୍ରିପୁଲ ମର୍ଡର ମାମଲାରେ ନଅ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଫାସିଦଣ୍ଡାଦେସକୁ କାୟମ ରଖିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ୨୦୧୬ ମସିହାରେ ଗୁଣପୁର ଉପଖଣ୍ଡ ଅଧିନସ୍ଥ ପୁଟାସି° ଅନ୍ତର୍ଗତ କିତୁଙ୍ଗ ଗ୍ରାମରେ କ୍ରମଶଃ ଜ୍ୱର, ଝାଡାବାନ୍ତି ବ୍ୟାପୀ ଥିଲା । ଏହାକୁ ଗ୍ରାମ ବାସିନ୍ଦାମାନେ ସେହି ଗାଁର ଏକ ନିର୍ଦ୍ଦିଷ୍ଟ ପରିବାର ଉପରେ ଡାହାଣୀ ଓ ଗୁଣିଗାରେଡି ଅଭ୍ୟାସ ସନ୍ଦେହ କରି ତା:୦୯/୦୯/୨୦୧୬ ରିଖରେ ପୁଟାସିଂହ ପୋଲିସ ଥାନା ସୀମା ଅନ୍ତର୍ଗତ କିତୁଙ୍ଗ ଗ୍ରାମରେ ଏକ ପରିବାରର ଅଶ୍ୱିନ ସବର (୪୮),ଆମ୍ବାୟୀ ଶବର,୪୦( ଦମ୍ପତି) ଏବଂ ତାଙ୍କ ସାନ ଝିଅ ଆସ୍ମରୀ ଶବର(୨୬)ତିନିଜଣ ସଦସ୍ୟକୁ ସାନଝିଅ ମେଲିତା ଉପସ୍ଥିତରେ ତାରି ସାମନାରେ ହାତଗୋଡ ବାନ୍ଧି ମନଇଚ୍ଛା ଲାତଗୋଇଠା ମାରି ବିଷାକ୍ତ ପେଷ୍ଟିସାଈଡ ଇ°ଜେକ୍ସନ ଦେହର ବିଭିନ୍ନ ଜାଗା ଏପରି କି ଆଖିରେ, ସ୍ତନରେ ମଧ୍ୟ ଫୋଡି ଅତି ନିର୍ମମ ଭାବେ ହତ୍ୟା କରିବା ପରେ ତିନିଜଣଙ୍କୁ କବର କରିଥିଲେ ।
ଉକ୍ତ ବିଷୟରେ କେହି ପୋଲିସକୁ ଜଣେଇବା ଜାଣି ଅଭିଯୁକ୍ତମାନେ ପ୍ରମାଣକୁ ନଷ୍ଟ କରିବା ପାଇଁ ତିନୋଟି ଶବକୁ ବାହାର କରି ରାତିରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ । ପରିଶେଷରେ ସେପ୍ଟେମ୍ବର ୧୬ ତାରିଖରେ,ଉକ୍ତ ମାମଲାକୁ ନେଇ ସାନଝିଅ ମେଲିତା ପୁଟିସିଂହ ପୋଲିସ ଥାନାରେ ଅଭିଯୋଗକୁ ଆଧାର କରି ପୁଟାସିଙ୍ଗ ଥାନା ଅଧିକାରୀ ଗ୍ୟାନେନ୍ଦ୍ର ସାହୁ ଏହି ଅଭିଯୋଗ ମାମଲାରେ କେସ ଊଜୁ କରିବା ପରେ ଉକ୍ତ ଟ୍ରିପଲ ହତ୍ୟା ମାମଲାରେ ପୁଟାସିଂହ ପୋଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଅ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ଗୁଣପୁର ଅତିରିକ୍ତ ଜିଲ୍ଲା ତଥା ଅଧିବେଶନ ବିଚାରପତି ଏପ୍ରିଲ ୧୩ ,୨୦୧୯ ମସିହାରେ ସମସ୍ତ ନଅ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ସେମାନଙ୍କୁ ଏକ ବିରଳ ଭାବେ ହତ୍ଯା କରିପୋଡି ଦେଇଥିବା ମାମଲାରେ ଫାସିଦଣ୍ଡାଦେଶ ଶୁଣାଇଥିଲେ। ତେବେ ଦୋଷୀମାନେ ଓଡ଼ିଶା ହାଇକୋର୍ଟରେ ଏହି ରାୟକୁ ନେଇ ଚ୍ୟାଲେଞ୍ଜ କରିଥିଲେ.,କିନ୍ତୁ,ଏହି ପିଟିସନର ଶୁଣାଣି ବେଳେ ଉଚ୍ଚ ନ୍ୟାୟାଳୟ ପୁଣି ଥରେ ନିମ୍ନ ଅଦାଲତକୁ ପଠାଇ ଏହି ରାୟର ପୁନହ ବିଚାର ପାଇଁ କହିଥିଲେ । ଗୁଣପୁର ଏଡିଜେ ଉକ୍ତ ମାମଲାଟିକୁ ରାୟଗଡା ଜିଲ୍ଲା ଦୌରାଜଜ୍ ଙ୍କ ନିକଟକୁ ପଠାଇ ଥିଲେ । ଜିଲ୍ଲା ଜଜ୍ ବିକ୍ରମ କେଶରୀ ପଟ୍ଟନାୟକଙ୍କ ଜିଲ୍ଲା ତଥା ଅଧିବେଶନ ବିଚାରପତି ପୁନର୍ବାର ସମସ୍ତ ନଅ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଫାସି ଦଣ୍ଡାଦେଶ ଦେଇଛନ୍ତି ।
ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )