ଗୋଟିଏ ପରିବାର ର ତିନି ଜଣଙ୍କ ମୃତ୍ୟୁ

0 6

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କୁଇବାହାଲ ପଂଚାୟତ ଆନନ୍ଦପୁର ଗାଁରେ ଅଘଟଣ Iଏକ ପରିତ୍ୟକ୍ତ କୂଅରେ ପଡି ଗୋଟିଏ ପରିବାରର ତିନିଜଣଙ୍କ ମୃତ୍ୟୁ ହୋଇଛି Iଆଜି ଆନନ୍ଦପୁର ଗାଁର ସାଧୁ କାଲେସେ, ପୁଅ ଆଲୋକ ରଂଜନ କାଲସେ ଓ ଜ୍ବାଇଁ ନବୀନ ମୋଟାରୀ ଗାଁରେ ଥିବା ଏକ ପରିତ୍ୟକ୍ତ କୂଅକୁ କଇଁଛ ମାରିବାକୁ ଯାଇଥିବା ବେଳେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି I ପରେ ପରେ ଗାଁଲୋକ ଜାଣିବା ପରେ ବିନିକା ଅଗ୍ନଶମ ବାହିନୀକୁ ଖବର ଦେଇଥିଲେ Iଅଗ୍ନିଶ୍ରମ ବାହିନୀ ଘଟଣାସ୍ଥଳରେ ପହଂଚି ବାପ, ପୁଅ ଓ ଜ୍ବାଇଁଙ୍କୁ କୂଅ ଭିତରୁ ଉଦ୍ଧାର କରିଥିବା ବେଳେ ରାମପୁର ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ଅନୁସନ୍ଧାନ ଜାରୀ ରଖିଛି I

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.