ଗୋପ ଥାନା ପୋଲିସ କାବୁ କରିଛି ଡକାୟତ ଗ୍ୟାଙ୍ଗ

0 4

ପୁରୀ ଜିଲ୍ଲା ଗୋପ ଥାନା ଏକ ଡକାୟତ ଗ୍ୟାଙ୍ଗ କୁ ଗିରଫ କରିଛି lସୂଚନା ଅନୁଯାୟୀ ଗୋପ ଥାନା ଏରବଙ୍ଗ ଗ୍ରାମରୁ ଗତ ଅକ୍ଟୋବର ୩୦ ତାରିଖ ରାତିରେ ୨ ଜଣ ବ୍ୟକ୍ତି ଙ୍କ ଘରୁ ସୁନା, ରୁପା, ଟିଭି, ମୋବାଇଲ, ବାଇକି ଚୋରି ହୋଇ ଥିଲା। ତେବେ ଏହି ଘଟଣାରେ ପୋଲିସ ତଦନ୍ତ କରି ଗୃହ ସାମଗ୍ରୀ ଜବତ କରିବା ସହ 6 ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଚି ପୋଲିସ ।

ସୂଚନା ଅନୁଯାୟୀ ଗତ ମାସରେ ସେହି ଗ୍ରାମର ତାପସ ଏବଂ ଦୀପକ ଙ୍କ ଘରୁ ସ୍କାଇଲାଇଟ ଭାଙ୍ଗୀ ଚୋରି ହେବା ଗୋପ ଥାନାରେ ଅଭିଯୋଗ ହୋଇଥିଲା। ଗୋପ ଥାନା ଅଧିକାରୀ କାଳନ୍ଦୀ ବେହେରା ବିଶେଷ ସୂତ୍ରରୁ ଖବର ପାଇଁ ଗତ କାଲି ଏରବଙ୍ଗ ଗ୍ରାମରେ ଚଢ଼ାଉ କରି ଗୋପନାରାୟଣ ସେଠୀ,ଉତ୍ତମଭୋଇ,ରିଙ୍କୁରାଜ ଭୋଇ,ବାଦଲ ଭୋଇ, ଗୋବିନ୍ଦ ଚନ୍ଦ୍ର ମହାପାତ୍ର ,ଓ ତରଣୀ ଜେନା , ଗିରଫ କରି ପଚରାଉଚରା କରାଯିବା ପରେ ସମସ୍ତ ତଥ୍ୟ ପଦାକୁ ଆସିଥିଲା।ପରେ ବିଭିନ୍ନ ସ୍ଥାନରେ ବିକ୍ରି ଓ ଘରେ ରଖିଥିବା ୬୫ ଗ୍ରାମ ସୁନା ୭୨୦ ଗ୍ରାମ ରୁପା ଅଳଙ୍କାର ,ନଗଦ ୪୮ ହଜାର ଟଙ୍କା, ଗୋଟିଏ ଏଲ୍ ଡି ଟିଭି, ଡିଜିଟାଲ କ୍ୟାମେରା , ହିରୋହୁଣ୍ତା ମୋଟର ସାଇକେଲ ଓ ମୋବାଇଲ୍ ସହିତ ଆଉ କେତେକ ଘର କରଣା ସାମଗ୍ରୀ କୁ ପୋଲିସ ଜବତ କରି ୬ ଜଣଙ୍କୁ କୋର୍ଟ ଚଲଣ କରିଛି ।

ପୁରୀ ଜିଲ୍ଲା ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.