ଗୋବିନ୍ଦ ଗୋଧାମ ଗୋଶାଳା ରେ ଗୋଷ୍ଠାଷ୍ଟମୀ ପାଳିତ

0 10

ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ବ୍ରହ୍ମଗିରି ବ୍ଲକ ଗୋରୁଆଳ ପଞ୍ଚାୟତ ଆଳିପଡ଼ା ସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ଗୋଷ୍ଠାଷ୍ଟମୀ ପାଳିତ ହୋଇଯାଇଛି |ଟ୍ରଷ୍ଟର ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁଚରଣ ପଣ୍ଡାଜୀ ମହାରାଜଙ୍କ ନେତୃତ୍ୱରେ ବୈଦିକ ବ୍ରାହ୍ମଣ ମାନେ ବେଦ ପାଠ କରି ପ୍ରତିବର୍ଷ ପରି ଗୋଷ୍ଠାଷ୍ଟମୀ ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଥିଲା |ଏଠାରେ ଗୋମାତାଙ୍କ ପୂଜନ ସହିତ ସମସ୍ତ ଗୋମାତାଙ୍କୁ ଉପସ୍ଥିତ ପଣ୍ଡିତ ମନେ ଚାରା ଖୁଆଇବା ସହିତ ଚରାଇବାକୁ ନେଇଥିଲେ |ଏହି ସମୟରେ କୃଷ୍ଣଚନ୍ଦ୍ର ଦାସଜୀ ମହାରାଜ,କାର୍ତ୍ତିକ ପଣ୍ଡା, ପଣ୍ଡିତ ବ୍ରିଜମୋହନ ଦାସ,ପଣ୍ଡିତ ସୌମ୍ୟରଞ୍ଜନ ଆଚାର୍ଯ୍ୟ, ମନୋଜ କୁମାର ପଣ୍ଡା, ପୁରୁଷୋତ୍ତମ ପଣ୍ଡା, ଘନେଶ୍ୱର ମହାରାଜ, କବି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ |

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.