ଗୋଶାଣୀ ଦେବୀ ଙ୍କ ଭଷାଣ ଉତ୍ସବ ସମାପନ

0 8

ପୁରୀରେ ଶେଷ ହୋଇଛି ଗୋଶାଣୀ ଦେବୀ ଙ୍କ ଭଷାଣ ଉତ୍ସବ। ପାରମ୍ପରିକ ବାଦ୍ୟ ରେ ଗୋଶାଣୀ ଦେବୀ ଙ୍କୁ ଶ୍ରୀମନ୍ଦିର ସିଂହ ଦ୍ୱାର ସମୁଖ କୁ ଅଣାଯାଉଛି।ସେଠାରେ ପରମ୍ପରା ଅନୁଯାୟୀ ଦେବ ସଭା ଅନୁଷ୍ଠିତ ହୋଇଥାଏ। ସବୁ ଗୋଶାଣୀ ମୂର୍ତି ଙ୍କୁ ଲାଇନ ରେ ସିଂହ ଦ୍ୱାର ସମୁଖ ରେ ରଖାଯାଇଥାଏ। ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ପରେ ମହାଦୀପ ଉଠିବା ପରେ ଗୋଶାଣୀ ମୂର୍ତି ଗୁଡିକୁ ବିସର୍ଜନ ପାଇଁ ନିଆଯାଇ ଥିଲା । ତେବେ ଶ୍ରୀକ୍ଷେତ୍ର ରେ ହେଉଛି ଅନନ୍ୟ ପରମ୍ପରା। ଶାରଦୀୟ ଦୁର୍ଗାପୂଜା ରେ ଏଠାରେ ଗୋଶାଣୀ ଦେବୀ ଙ୍କୁ ପୂଜା କରାଯାଏ।

ଶ୍ରୀକ୍ଷେତ୍ର ଅଧିଷ୍ଠାତ୍ରୀ ଦେବୀ ବିମଳା ଙ୍କ ରୀତି ନୀତି ଅନୁଯାୟୀ ଗୋଶାଣି ପୂଜା ଅନୁଷ୍ଠିତ ହୋଇଥାଏ। ଏକାଦସୀ ରେ ପୁରୀ ରେ ଗୋଶାଣୀ ଦେବୀ ଙ୍କ ଭଷାଣ ଉତ୍ସବ ଅନୁଷ୍ଠିତ ହୋଇଥାଏ। ତେବେ କୋଭିଡ କଟକଣା କୁ ଦୃଷ୍ଟି ରେ ରଖାଯାଇ ସୀମିତ ସଂଖ୍ୟକ ପୂଜା ମଣ୍ଡପ କର୍ମକର୍ତା ଙ୍କୁ ଭଷାଣ ଉତ୍ସବ ରେ ସାମିଲ ନେଇ ଅନୁମତି ଦିଆଯାଇଛି। ସେହିପରି ଗୋଶାଣି ଦେବୀ ଦେବ ସଭା ଦେଖିବା ଏବଂ ଦର୍ଶନ ପାଇଁ ଭକ୍ତ ଙ୍କ ପାଇଁ କଟକଣା ଜାରି କରାଯାଇଛି। ଶ୍ରୀମନ୍ଦିର ଚାରି ପାଖ ସମେତ ବଡ଼ ଦାଣ୍ଡ ର ମରିଚି କୋଟ ଛକ ଯାଏ ୧୪୪ ଧାରା ଜାରି କରାଯାଇଛି। ଗୋଶାଣୀ ଭଷାଣ ଉତ୍ସବ ସୁରୁଖୁରୁରେ ଶେଷ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଵଶ୍ୟକ ବ୍ୟବସ୍ଥା କରାଯାଇଥିଲା ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.