ଗୋ ଶ୍ରଦ୍ଧା ରେ ଗାଈ ଗୋରୁ ଙ୍କୁ ମାଡ଼ ଅଭିଯୋଗ କଲେ ମହିଳା ମହେନ୍ଦ୍ରି ଭୋଇନା

0 8

ଏପଟେ ପାର୍କ ଆଗରେ ଗାଈ ଗୋରୁ ଓ ଜନ ଗହଳି ଯୋଗୁଁ ଘଟୁଛି ଦୁର୍ଘଟଣା

ଆମ ଗାଈ ଗୋରୁ ଙ୍କୁ ରାସ୍ତା ରୁ ହଟାଇ ସ୍ଥାନୀୟ କାଞ୍ଜି ହାଉସ ରେ ଭର୍ତ୍ତି କଲେ l ଆମ ଭୁଲ କୁ ଆମେ ସ୍ୱୀକାର କରି ସାତ ଗୋଟି ଗାଈ ଗୋରୁ ଙ୍କୁ କାଲି କାଞ୍ଜି ହାଉସ ରୁ 3500 (ତିନି ହଜାର ପାଞ୍ଚ ଶହ ଟଙ୍କା) ଜୋରିମାନା ଦେଇ ଉଦ୍ଧାର କରି ବି ଆଣିଲୁ l ହେଲେ ଆମ ପୋଷା ଗାଈ ଗୋରୁ ସେଠୁ ଆସିଲା ବେଳେ ଭୋକ ରେ ଖୁବ ଚିତ୍କାର କରି ରଡୁଥିବାର ଓ କେତୋଟି ଗାଈ ଙ୍କ ଦେହ ରେ ପେଟ ରେ ମାଡ ଚି଼ହ୍ନ ଓ କିଛ ଦାଗ ସବୁ ଦେଖିବାକୁ ପାଇଛୁ l ଯାହାକି ଊଚ୍ଚ ଶିକ୍ଷିତା ଝିଅ ସାଥିରେ ଦିନ ରାତି ଗୋ ସେବା ରେ ନିୟୋଜିତ ରହି କ୍ଷୀର ବିକ୍ରି କରି ଗୁଜରାଣ ମେଣ୍ଟାଉ ଥିବା ପାଠ ପଢାଉ ଥିବା ଆମ ପରିବାର ଙ୍କୁ ଏହା ଖୁବ କଷ୍ଟ ଦେଇଛି ବୋଲି ଆଜି ଭେଟନାରୀ ଅଫିସ ନିକଟସ୍ଥ ଜଣେ ମହିଳା ମହିନ୍ଦ୍ରା ଭୋଇନା କ୍ଷୋଭ ର ସହ ଗଣ ମାଧ୍ୟମ କୁ ଅଭିଯୋଗ କରିଛନ୍ତି l ଆହୁରି କହିଛନ୍ତି ଯେ ଖୁବ କଷ୍ଟ ରେ ଉପାର୍ଜନ କରୁଥିବା ଆମ ଏଇ ଗରିବ ମାନଙ୍କ ଠୁ ଅସୁଲି ହେଉଥିବା ସେହି ଜୋରିମାନା ଟଙ୍କା ବା ପାଣ୍ଠି ରେ କମ ସେ କମ ଗୋ ଶ୍ରଦ୍ଧା ରେ ରହୁଥିବା ବାକି ଗାଈ ଗୋରୁ ଙ୍କୁ ଭଲ ରେ ମୁଠାଏ ଖାଇବାକୁ ଦିଆଯାଉ l ସେମାନ ଙ୍କୁ ଭଲ ଯତ୍ନ ଓ ଶ୍ରଦ୍ଧା କରାଯାଉ l

ଏମିତି ମାଡ ମରା ନ ଯାଉ ଭୋକିଲା ରଖା ନ ଯାଉ ବୋଲି କହିଛନ୍ତି l ଏପଟେ କିନ୍ତୁ ପ୍ରଶାସନ ମଧ୍ୟ ଖୁବ ଶୀଘ୍ର ଗୋ ଶ୍ରଦ୍ଧା କେନ୍ଦ୍ର ର ନିର୍ମାଣ, ପୂର୍ଣ୍ଣ କାର୍ଯ୍ୟକ୍ଷମ ଓ ସଫଳତା ଲାଗି ସହର ସମେତ ବିଭିନ୍ନ ବ୍ଲକ ରେ ବି ପ୍ରୟାସ ଜାରି ରଖିଛି l କାରଣ ପ୍ରତିଦିନ ସହର ରେ ଗାଈ ଗୋରୁ ଙ୍କ ପାଇଁ ରାସ୍ତା ଘାଟ ରେ କିଛି ନା କିଛି ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ର ଖବର ଆସୁଛି l ଗତ କାଲି ରାତି 8 ଟା ବେଳେ ଫରେଷ୍ଟ ପାର୍କ ର ଆଗରେ ମନମୁଣ୍ଡା ଅଞ୍ଚଳ ର ଜଣେ ଯୁବକ ଗାଈ ଉପରେ ବାଇକ ଚଢାଇ ଦେବା ରୁ ଦୁର୍ଘଟଣା ରେ ଗୁରୁତର ହୋଇ ପ୍ରଥମେ ତାଙ୍କୁ ସୋନପୁର ଓ ପରେ ବୁର୍ଲା ମେଡିକାଲ କୁ ଚିକିତ୍ସl ପାଇଁ ପଠା ଯାଇଛି l ଗତ ସପ୍ତାହ ରେ ନଳିନୀ ଛକ ରେ ଅଜଣା ଗାଡି ଧକ୍କାରେ ଗୋଟାଏ ଗାଈ ଖୁବ କ୍ଷତ ବିକ୍ଷତ ହୋଇ ଥିବା ବେଳେ ମାସେ ପୂର୍ବରୁ ଜ଼ିଲ୍ଲାପାଳ ଅଫିସ ଆଗରେ ଅଜଣା ଗାଡି ଧକ୍କା ରେ ଗୋଟାଏ ବଡ଼ ବାଛୁରୀ ର ମୃତ୍ୟୁ ଘଟି ଥିଲା l ଗୋ ଶ୍ରଦ୍ଧା ଅଭିଯାନ କୁ ପୁରା କାର୍ଯ୍ୟକ୍ଷମ ବା ସଫଳ କରିବା ଯାଏ ପ୍ରତି ଦିନ ସକାଳେ ସନ୍ଧ୍ୟା ରେ ସବୁ ଛକ, ବ୍ରିଜ ରୁ ଓ ଫରେଷ୍ଟ ପାର୍କ ଆଗରୁ ଗାଈ ଙ୍କୁ ଖାଲି ପଡିଆ ବା ଅନ୍ୟତ୍ର ଘଉଡ଼ାଇବା କୁ ଓ ଗୋଶାଳା ରେ ଠିକ ଭାବେ ଗାଈ ଙ୍କ ଯତ୍ନ ନେବାକୁ ସହର ର ବୁଦ୍ଧିଜୀବୀ ପ୍ରଶାସନ କୁ ଦାବି କରିଛନ୍ତି l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.