ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳିତ

କୁଚିଣ୍ଡା ନିକଟସ୍ଥ ସାତକମା ଠାରେ ସମ୍ବଲପୁର ଜିଲ୍ଲା ସ୍ତରୀୟ ୭୦ତମ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ସିଡିଭିଓ ଦୀନବନ୍ଧୁ ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ତଥା କୁଚିଣ୍ଡା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରସନ୍ନ ସାମଲଙ୍କ ପରିଚାଳନା ରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କୁଚିଣ୍ଡା ବିଧାୟକ କିଶୋର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ।ସଭାରେ କୁଚିଣ୍ଡା ଉପଜିଲ୍ଲାପାଳ ଆଦିତ୍ଯ ଗୋଏଲ ସମ୍ମାନୀତ ଅତିଥି ଓ ପିଏନବିର ଅବସରପ୍ରାପ୍ତ ରିଜିଓନାଲ ମେନେଜର କିଶୋର ପଧାନ ବକ୍ତା ଭାବରେ ଯୋଗଦାନ କରିଥିଲେ। ସଭାରେ କୁଚିଣ୍ଡା ଏସଡିଭିଓ ପ୍ରଦୀପ ପଟେଲ ସ୍ବାଗତ ଓ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଗୋ ସମ୍ବର୍ଦ୍ଧନା ସଭାରେ ୨୦୦ ଜଣ ଗୋପାଳକ ଯୋଗଦାନକରିଥିବା ସମୟରେ ତିନୋଟି ବର୍ଗର ତିନିଜଣ ଲେଖାଏଁ ନଅ ଜଣ ଗୋପାଳକ କୁ ସମ୍ବର୍ଦ୍ଧନା ଦେଇଥିଲେ।ଏହି ସମ୍ବର୍ଦ୍ଧନା ଉତ୍ସବ ର ପ୍ରଥମ କାର୍ଯ୍ୟକ୍ରମ ରେ କୃଷି ବୈଜ୍ଞାନିକ, ଟେକନିକାଲ ବ୍ୟକ୍ତି ଉପସ୍ଥିତ ରହି ଏଥିପାଇଁ ସରକାରୀ ରହିଥିବା ପ୍ରହୋତ୍ସାନ, ସୁବିଧା ସୁଯୋଗ ବିଷୟରେ ତାଲିମ ପ୍ରଦାନ କରିଥିଲେ।
କୁଚିଣ୍ଡା ଇପିଏ ରୁ ଗଗନ ଶର୍ମାଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )