ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ

0 3

ସୁବର୍ଣ୍ଣପୁର : ରନ୍ଧନ ଗ୍ୟାସ ର ଅହେତୁକ ଦର ବୃଦ୍ଧି ପ୍ରତିବାଦ ରେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ପକ୍ଷରୁ ସୁବର୍ଣ୍ଣପୁର ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ଏହି ଅବସରରେ ସ୍ଥାନୀୟ ଟାଉନହଲ ଠାରୁ ଏକ ରାଲି ବାହାରି ବିଜୁପଟ୍ଟନାୟକ ଛକ ଠାରେ ପହଞ୍ଚିଥିଲା l କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ କରି ମ୍ୟୁନିସିପାଲିଟି ସମ୍ମୁଖସ୍ଥ ଟାଉନହଲ ରେ ଏକ ଘଣ୍ଟା ଧାରଣା ଦିଆଯାଇଥିଲା l ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପ, ଛାତ୍ର ବଂ ବିଜେଡି ସଭାପତି ଶାଶ୍ୱତ କୁମାର ମିଶ୍ର, ବିଜେଡି ନେତା ଅଭିମନ୍ୟୁ କୁଶଳ, ପ୍ରଫେସର ନୀଳାମ୍ବର ଶତପଥୀ, ପୂର୍ବତନ ନଗରପାଳ କଇଁରୁ ସ୍ୱାଇଁ, ମହିଳାନେତ୍ରୀ ସୌଦାମିନୀ ଜେନାପ୍ରମୁଖ ଙ୍କ ସହ ମହିଳା, ଯୁବ ଓ ଛାତ୍ର, ବିଜେଡିର କର୍ମକର୍ତ୍ତା ମାନେ ସାମିଲ ଥିଲେ l ସେହିପରି ସୋନପୁର ସଦର ବ୍ଲକ ସମ୍ମୁଖରେ ମଧ୍ୟ ବିଜେଡି ଦଳ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ସୁବର୍ଣ୍ଣପୁର ଜିଲ୍ଲା ର ଅନ୍ୟ ବ୍ଲକ ଯଥା, ବିରମହାରାଜପୁର, ଉଲୁଣ୍ଡା, ତରଭା, ଡୁଙ୍ଗୁରିପାଲି, ଓ ବିନିକା ରେ ମଧ୍ୟ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.