ଘଟଣା ସ୍ଥଳରେ ଗୋବିନ୍ଦ ସାହୁ ଦେଖାଇଲେ ଡେମୋ

0 8

ବହୁ ଚର୍ଚ୍ଚିତ ମମୀତା ମେହେର ହତ୍ୟା ମାମଲାରେ ପୋଲିସ ଗୋବିନ୍ଦକୁ ଗିରଫ କରି କୋର୍ଟ ଚଲାଣ କରିଥିବା ବେଳେ ରିମାଣ୍ଡରେ ଆଣି ତଦନ୍ତ ଚଲାଇଛି । ସକାଳ ୪ ଘଣ୍ଟା ସମୟରେ ବଲାଙ୍ଗିର ପୋଲିସ କଡା ସୁରକ୍ଷା ମଧ୍ୟରେ ଗୋବିନ୍ଦକୁ ମହାଲିଙ୍ଗ ଷ୍ଟାଡିୟମକୁ ଆଣିଥିଲା । ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସପି ନିତିନ କୁସଲକରଙ୍କ ଉପସ୍ଥିତିରେ ଡେମୋ ଦେଖାଇଥିଲା ଗୋବିନ୍ଦ । ଯେଉଁ ଚାନ୍ଦୋତରା ଛକଠାରୁ ମମିତାକୁ ଉଠାଇଥିଲା ସେଠାରେ ମଧ୍ୟ ଗୋବିନ୍ଦ ଡେମୋ ଦେଖାଇଥିବା ବେଳେ ଚନ୍ଦୋତରା କୁରସୁଡ ମଧ୍ୟରେ ଯେଉଁଠାରେ ମମିତାଙ୍କୁ ହତ୍ୟା କରିଥିଲା ସେଠାରେ ମଧ୍ୟ ଗୋବିନ୍ଦ ସାହୁ ଡେମୋ ଦେଖାଇଥିଲା ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.