ଘରକୁ ଫେରିବା ବେଳେ ସିଆରପିଏଫ ଜବାନଙ୍କ ସନ୍ଦେହଜନକ ମୃତ୍ୟୁ

0 9

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ମଝିପଡାର ସିଆରପିଏଫ ଜବାନ ପ୍ରତାପ ନାଏକ ନାଗାଲାଣ୍ଡରୁ ଟ୍ରେନ ଯୋଗେ ଘରକୁ ମାଁର ଶ୍ରଦ୍ଧ ପାଇଁ ଆସୁଥିବା ବେଳେ ଆସାମ ନିକଟରେ ତାଙ୍କ ମୃତ ମିଳିଛି ।ଜବାନ ପ୍ରତାପ ଗତ ୧ ତାରିଖ ଦିନ ନାଗାଲାଣ୍ଡର ଦିମାପୁର ଷ୍ଟେସନରୁ ବାହାରି ଥିବା ବେଳେ ୪ତାରିଖରେ ଘରେ ପହଂଚିବା କଥା । ହେଲେ ସେ ୪ ତାରିଖ ଘରେ ନ ପହଂଚିବାରୁ ପରିବାର ଲୋକ ଭୁବନେଶ୍ବର ଜିଆରପି ରେଲଓ୍ବେ ଥାନାରେ ଅଭିଯୋଗ କରିଥିଲେ ।ପରେ ପରେ ଆସାମର ଲମିଟିଂ ରେଳଧାରଣା କଡରୁ ଜଣଙ୍କ ମୃତଦେହ ଉଦ୍ଧାର କରି ଜିଆରପି ପୋଲିସ ସୋନପୁରରେ ଥିବା ଜବାନ ପ୍ରତାପଙ୍କ ପରିବାରଙ୍କ ପାଖକୁ ଏକ ଫଟୋ ପଠାଇଥିଲେ ।ପରିବାର ଲୋକ ଫଟୋ ଦେଖିବା ପରେ ଜବାନଙ୍କ ଫଟୋ ବୋଲି ଚିହ୍ନଟ କରିଥିଲେ । ଜବାନ ପ୍ରତାପ ନାଏକଙ୍କ କ୍ଷତବିକ୍ଷତ ମୃତଦେହର ଫଟୋ ଦେଖି ପରିବାର ଲୋକେ ଏହାକୁ ହତ୍ଯା ଅଭିଯୋଗ କରି ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଜବାନ ପ୍ରତାପଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ସହରରେ ଏକ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.